ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ
ପାରାଦ୍ଵୀପ: ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର। ଘଟଣାସ୍ଥଳରେ ବାଇକ ଆରୋହୀ ମୃତ। ପାରାଦୀପ ଜିରୋ ପଏଂଟ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର । ପ୍ରଭାତ ଏକ କମ୍ପାନୀରେ ପାଇପଲାଇନ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ, ପ୍ରଭାତ ଆଜି ସକାଳୁ ନିଜ ବାଇକରେ କାର୍ଯ୍ୟସ୍ଥଳକୁ ଆସୁଥିବା ବେଳେ ଜିରୋ ପଏଣ୍ଟ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର […]
ପାରାଦ୍ଵୀପ: ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର। ଘଟଣାସ୍ଥଳରେ ବାଇକ ଆରୋହୀ ମୃତ। ପାରାଦୀପ ଜିରୋ ପଏଂଟ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର । ପ୍ରଭାତ ଏକ କମ୍ପାନୀରେ ପାଇପଲାଇନ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।
ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି
ସୂଚନା ଅନୁଯାୟୀ, ପ୍ରଭାତ ଆଜି ସକାଳୁ ନିଜ ବାଇକରେ କାର୍ଯ୍ୟସ୍ଥଳକୁ ଆସୁଥିବା ବେଳେ ଜିରୋ ପଏଣ୍ଟ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରଭାତଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଁଚି ମୃତଦେହକୁ ଅଠରବାଙ୍କି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗ୍ୟାସ ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି। ପ୍ରଭାତଙ୍କ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ପରିବାର ସଦସ୍ୟ ପହଁଚିଲେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।






