ମୋବାଇଲ ଛଡ଼ାଇବାକୁ କେନ୍ଦ୍ରକରି ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା !

Madhusudan Das Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡି ଗ୍ରାମରେ ଏକ ଅଭାବନୀୟ ତଥା ରକ୍ତାକ୍ତ କାଣ୍ଡ ଘଟିଯାଇଛି। ମୋବାଇଲ ଛଡ଼ାଇବାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପଥରରେ ଛେଚି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଜଳେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ବିଜେପି ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ବିଜେଡିର ଅଭିଯୋଗ

ପ୍ରାପ୍ତ ସୂଚନା ଅନୁଯାୟୀ, ଗ୍ରାମର ଜଣେ ମହିଳାଙ୍କ ଠାରୁ ଉକ୍ତ ଯୁବକ ଜଣକ ମୋବାଇଲ୍ ଛଡ଼ାଇ ନେଇ ପଳାଉଥିବା ସମୟରେ କିଛି ସ୍ଥାନୀୟ ଯୁବକ ତାଙ୍କୁ କାବୁ କରି ନେଇଥିଲେ। ଏହାପରେ ଉତ୍ତେଜନା ପ୍ରକାଶ ପାଇବା ସହ କିଛି ଯୁବକ ଏକାଠି ହୋଇ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଯୁବକମାନେ ତାଙ୍କୁ ଏକ ପଥରରେ ନିର୍ମମ ଭାବେ ଛେଚି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଳୟ: ରାଜ୍ୟରେ ଭୂସ୍ଖଳନ ଯୋଗୁଁ ୪ ମୃତ ଓ ୧୨ ନିଖୋଜ

ଖବର ପାଇ ବାଦାମପାହାଡ଼ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପଚରାଉଚରା ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ କାର୍‌ ଧକ୍କାରେ ୨ଟି ବ୍ୟାଟେରୀ ଅଟୋ ଚୂରମାର୍: ୫ ମହିଳାଙ୍କ ସମେତ ୮ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର