ଲକଡାଉନରେ କେବଳ ଆଇ କାର୍ଡ ଦେଖାଇଲେ ଛାଡିବନି ପୋଲିସ, ଅମାନିଆ ହେବେ ସାବାଡ଼

The Sakala Picture
Published On

ଏଥର ଅମାନିଆ ହେବେ ସାବାଡ଼ । ଲକଡାଉନରେ ଚେକିଂକୁ ଆହୁରି କଡାକଡି କରିବା ପାଇଁ ପୋଲିସ କମିଶନର ଆଣିଲେ ନୂଆ ନିୟମ । ଲକଡାଉନରେ କେଉଁମାନେ ଆସିପାରିବେ ଅଫିସ ? ସବୁ ବେସରକାରୀ ସଂସ୍ଥାକୁ କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ କମିଶନର । ପରିଚୟପତ୍ରର ଦୁରୁପଯୋଗ କରି ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନରେଟ ପୁଲିସ୍‌ । କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ତାଲିକା ଦେବ। କର୍ମଚାରୀଙ୍କ ତାଲିକା […]

ଏଥର ଅମାନିଆ ହେବେ ସାବାଡ଼ । ଲକଡାଉନରେ ଚେକିଂକୁ ଆହୁରି କଡାକଡି କରିବା ପାଇଁ ପୋଲିସ କମିଶନର ଆଣିଲେ ନୂଆ ନିୟମ । ଲକଡାଉନରେ କେଉଁମାନେ ଆସିପାରିବେ ଅଫିସ ? ସବୁ ବେସରକାରୀ ସଂସ୍ଥାକୁ କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ କମିଶନର । ପରିଚୟପତ୍ରର ଦୁରୁପଯୋଗ କରି ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନରେଟ ପୁଲିସ୍‌ ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନ: ଆଇନ ମାଧ୍ୟମରେ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି, ଅର୍ଥନୈତିକ ଅବରୋଧ କରିବ ବିଜେଡି

କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ତାଲିକା ଦେବ। କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରିବ ସଂସ୍ଥା। ସଂସ୍ଥା ଅଧିକୃତ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ। ସମ୍ପୃକ୍ତ କର୍ମଚାରୀ ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇବେ ବୋଲି କହିଲେ ପୋଲିସ କମିଶନର ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

କଟକଣା ଆହୁରି କଡ଼ାକଡ଼ି କରାଯିବ। ଲକ୍‌ଡାଉନ୍‌ରେ ଆତଯାତ ପାଇଁ ପୋଲିସ କାହାକୁ ପାସ୍ ଦେଇନି। କିଛି ଲୋକ ପରିଚୟପତ୍ରର ଦୁରୂପଯୋଗ କରି ମନଇଚ୍ଛା ବୁଲୁଛନ୍ତି ବୋଲି କହିଲେ ପୋଲିସ କମିଶନର ।

ଆହୁରି ପଢ଼ନ୍ତୁ: ଚୁଡାନ୍ତ ଭୋଟର ତାଲିକା ପ୍ରକାଶ: ମୟୂରଭଞ୍ଜ ଜିଲ୍ଲାରେ ଭୋଟର ସଂଖ୍ୟା ୧୮.୩୭ଲକ୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର