ପ୍ରେମଜନିତ ବିବାଦ: ନିଜ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୁରୁଷ ବନ୍ଧୁଙ୍କୁ ପଚରାଉଚରା

Madhusudan Das Picture
Published On

ଭୁବନେଶ୍ୱର: ପ୍ରେମ ବିଚ୍ଛେଦ ଓ ସମ୍ପର୍କରେ ତିକ୍ତତାରୁ ଜଣେ ୨୧ ବର୍ଷୀୟା ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆ  ରାସ୍ତାରେ ରାତି ପ୍ରାୟ ୧୦ଟା ୩୦ରେ ଏହି ଘଟଣା ଘଟିଛି। ଯୁବତୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି ଓ ଅବସ୍ଥା ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବଜ୍ରକାପ୍ତା ଚୋରା ଚାଲାଣ ଉଦ୍ୟମ ପଣ୍ଡ: ଜଣେ ଗିରଫ, ୧୫ କେଜିର ବଜ୍ରକାପ୍ତା ଉଦ୍ଧାର

ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ନେଇ ଇନ୍‌ଫୋସିଟି ଥାନାକୁ ଖବର ମିଳିଥିଲା। ସୂଚନା ପାଇବା ମାତ୍ରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ଅବସ୍ଥାର ଗମ୍ଭୀରତା ଦୃଷ୍ଟିରୁ ଅଧିକ ଚିକିତ୍ସା ପାଇଁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଯୁବତୀ ଜଣକ ପୂର୍ବରୁ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ନର୍ସିଂ ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲେ। କିଛି ମାସ ପୂର୍ବରୁ ତାଙ୍କର ପ୍ରେମିକଙ୍କ ସହ ସମ୍ପର୍କରେ ବିଚ୍ଛେଦ ଘଟିଥିଲା। ଏହି ସମ୍ପର୍କଜନିତ ମାନସିକ ଚାପରୁ ସେ ଏଭଳି ପଦକ୍ଷେପ ନେଇଥିବା ପୁଲିସର ପ୍ରାଥମିକ ଅନୁମାନ। ଯୁବତୀଙ୍କ ପୂର୍ବତନ ପ୍ରେମିକ ଅନୁଗୁଳ ଅଞ୍ଚଳରେ ଓ ପୁଲିସ ତାଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି । ତେବେ ଘଟଣା ପଛରେ ଥିବା ସମସ୍ତ ପରିସ୍ଥିତି ଓ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଯୁବତୀଙ୍କ ବୟାନ ଏବଂ ତଦନ୍ତରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ରାସ୍ତାରେ ଆଲୋକୀକରଣ ଓ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ ଯଥେଷ୍ଟ ନୁହେଁ। ଏଭଳି ସ୍ଥାନରେ ଯୁବତୀଙ୍କ ଉପସ୍ଥିତି ଏବଂ ତାଙ୍କ ଦେହରେ ନିଆଁ ଲାଗିବା ପଛର ପରିସ୍ଥିତିକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ନଭେମ୍ବର ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଘଟଣା ପୂର୍ବରୁ ଯୁବତୀଙ୍କ ସହ ଜଣେ ଯୁବକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉଭୟଙ୍କ ମଧ୍ୟରେ କିଛି ଘଟଣାକୁ ନେଇ ଉଚ୍ଚବାଚ୍ଚ ହୋଇଥିଲା ଓ ଏହାପରେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ମାତ୍ର ନିଆଁ ଯେଉଁପରି ତାଙ୍କ ଦେହରେ ବ୍ୟାପିଥିଲା, ସେଥିରୁ ଯୁବତୀଜଣକ ନିଜ ଦେହରେ ନିଆଁ ଲଗାଇବା ପରି ଚରମ ନିଷ୍ପତ୍ତି ନିମନ୍ତେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା, ମୁତୟନ ହେବେ ୩୫ ପ୍ଲାଟୁନ ପୋଲିସ ଫୋର୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର