ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

Madhusudan Das Picture
Published On

ଭୁବନେଶ୍ୱର: ଦ୍ରୁତଗତିରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି ସାମୁଦ୍ରିକ ଝଡ଼ 'ଅକୱାନ'। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶାର ଗୋପାଳପୁରର ପୂର୍ବ ଭାଗ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। 

ଆହୁରି ପଢ଼ନ୍ତୁ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ; ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହି ସିଷ୍ଟମ୍ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁରଠାରୁ ୫୩୦ କିଲୋମିଟର ଏବଂ ପୁରୀଠାରୁ ୫୯୦ କିଲୋମିଟର ଦୂରରେ ଦକ୍ଷିଣ ଦିଗରେ ରହିଛି। ଏହା ସହିତ ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ଏହାର ଦୂରତା ପ୍ରାୟ ୪୪୦ କିଲୋମିଟର ରହିଛି। 

ଆହୁରି ପଢ଼ନ୍ତୁ: ବଜ୍ରକାପ୍ତା ଚୋରା ଚାଲାଣ ଉଦ୍ୟମ ପଣ୍ଡ: ଜଣେ ଗିରଫ, ୧୫ କେଜିର ବଜ୍ରକାପ୍ତା ଉଦ୍ଧାର

ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ରହିବ ଏବଂ ସ୍ଥଳ ବିଶେଷରେ ଏହା ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହି ସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶା, ୟାନାମ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ରେଡ୍ ମେସେଜ୍ (Red Message) ବା ଅତି ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସଜାଗ ଦୃଷ୍ଟି ରଖାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ୨୦ ବିଜେପି ସାଂସଦଙ୍କ ଉପରେ ଭାରି ପଡ଼ୁଛନ୍ତି ଆନ୍ଧ୍ରର ୧୯ ସହଯୋଗୀ: ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଜଳଜଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର