ବାତ୍ୟା 'ଅକୱାନ'କୁ ନେଇ ବଡ଼ ଅପଡେଟ୍: ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରି ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା !

Madhusudan Das Picture
Published On

ଭୁବନେଶ୍ୱର: ବାତ୍ୟା ‘ଅକୱାନ’ ବର୍ତ୍ତମାନ ଭୟଙ୍କର ରୂପ ନେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୨୦ ତାରିଖରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୩୦ କିଲୋମିଟର ରହିବା ସହ ସର୍ବାଧିକ ୧୪୫ କିଲୋମିଟର ଯାଏଁ ଝଟକା ଅନୁଭୂତ ହୋଇପାରେ। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। 

ଆହୁରି ପଢ଼ନ୍ତୁ: ପୁରୁଣା ହିତାଧିକାରୀଙ୍କୁ ପ୍ରତି ମାସରେ ଭତ୍ତା ଦେଇପାରୁ ନଥିବା ବିଜେପି ସରକାର, ନୂଆ ହିତାଧିକାରୀଙ୍କୁ ସାମିଲ କରିବା ଏକ ପ୍ରହସନ: ବିଜେଡି

ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ବାତ୍ୟାଟି ନେଲୋର ଓ ତୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଓଡ଼ିଶାର ମାଲକାନଗିରି ଜିଲ୍ଲା ଏହି ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ମାଲକାନଗିରିର ମୋଟୁ ଅଞ୍ଚଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ସେଠାରେ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିପାରେ।

ଆହୁରି ପଢ଼ନ୍ତୁ: ପୁଣି ବଙ୍ଗୋପସାଗରରେ ବାତ୍ୟା ଭୟ: ଆନ୍ଧ୍ର ଉପକୂଳ ମୁହାଁଇପାରେ ସାମୁଦ୍ରିକ ଝଡ଼, ୧୮ରୁ ଓଡ଼ିଶାରେ ବର୍ଷା ଆରମ୍ଭ

ବାତ୍ୟାର ଗତିପଥକୁ ନେଇ ବିଭିନ୍ନ ପାଣିପାଗ ବିଶେଷଜ୍ଞ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ତେବେ ‘ଅକୱାନ’ କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ପ୍ରଥମେ କୁହାଯାଉଥିଲା ଯେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ର‌ଦେଶ ମଝିରେ ସ୍ଥଳଭାଗ ଛୁଇଁବ । ପରବର୍ତ୍ତୀ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳମୁହାଁ ହେବ ବୋଲି କେତେକ ବିଶ୍ବସ୍ତରୀୟ ମଡେଲ୍‌ ପୂର୍ବାନୁମାନ କରିଥିଲେ । 

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାରେ ଲକ୍ଷ ଲକ୍ଷ ଶିଶୁ
କୁପୋଷଣର ଶିକାର: ବିଜେଡି

ଏପରିକି ଆଇଏମ୍‌ଡି ଆକଳନ କରିଥିଲା ଯେ ଏହା ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ଉପକୂଳ ଅତିକ୍ରମ କରିବ । ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ଜାରି ବୁଲେଟିନ୍‌ ଅନୁଯାୟୀ ବାତ୍ୟା ଆନ୍ଧ୍ରପ୍ରଦେଶର ନେଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗକୁ ସ୍ପର୍ଶ କରିବ। ଅର୍ଥାତ୍‌ ବାତ୍ୟା ଉତ୍ତର ଦିଗକୁ ଅଗ୍ରସର ହେଉଛି। ତେଣୁ ଓଡ଼ିଶା ଆଡ଼କୁ ଆସିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। 

ବାତ୍ୟା ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି। ନଭେମ୍ବର ୧୯ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ନଭେମ୍ବର ୨୦ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିବା ସହ ନଭେମ୍ବର ୨୧ ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ଲଗାଣ ବର୍ଷା ଯୋଗୁଁ ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ଏବଂ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର