ପାରାଦ୍ବୀପ ବନ୍ଦରରୁ କୋକେନ ଜବତ ଜାହାଜ ଏମଭି ଦେବୀ ପାନ୍ନାମାରୁ ପଡି ଜଣେ ସଦସ୍ୟ ଆହତ

The Sakala Picture
Published On

ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜ ଏମଭି ଦେବୀ ପାନ୍ନାମାରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ଜାହାଜରୁ ପଡି ଜଣେ କ୍ରୁ ସଦସ୍ୟ ଆହତ ହୋଇଥିବା ନେଇ ଜଣାପଡିଛି ।କ୍ରୁ ସଦସ୍ୟଙ୍କ ନାମ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । ଜାହାଜରୁ ଗଳି ପଡିବା ପରେ ଜାହାଜ ଫ୍ୟାନରେ ତାଙ୍କ ହାତ କଟିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର […]

ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜ ଏମଭି ଦେବୀ ପାନ୍ନାମାରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ଜାହାଜରୁ ପଡି ଜଣେ କ୍ରୁ ସଦସ୍ୟ ଆହତ ହୋଇଥିବା ନେଇ ଜଣାପଡିଛି ।କ୍ରୁ ସଦସ୍ୟଙ୍କ ନାମ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । ଜାହାଜରୁ ଗଳି ପଡିବା ପରେ ଜାହାଜ ଫ୍ୟାନରେ ତାଙ୍କ ହାତ କଟିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ଗତ ଡିସେମ୍ବର ୧ ତାରିଖରେ ପାରାଦୀପ ବନ୍ଦରରୁ ଜବତ ହୋଇଥିଲା ୨ ଶହ ୨୦ କୋଟି ଟଙ୍କାର କୋକେନ । ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ୍ସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା ।

ଆହୁରି ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ୫୩ ବର୍ଷ ବୟସରେ ପରଲୋକ

14 Jan 2024 By The Sakala

ପାରାଦ୍ବୀପ ବନ୍ଦରରୁ କୋକେନ ଜବତ ଜାହାଜ ଏମଭି ଦେବୀ ପାନ୍ନାମାରୁ ପଡି ଜଣେ ସଦସ୍ୟ ଆହତ

ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜ ଏମଭି ଦେବୀ ପାନ୍ନାମାରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ଜାହାଜରୁ ପଡି ଜଣେ କ୍ରୁ ସଦସ୍ୟ ଆହତ ହୋଇଥିବା ନେଇ ଜଣାପଡିଛି ।କ୍ରୁ ସଦସ୍ୟଙ୍କ ନାମ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । ଜାହାଜରୁ ଗଳି ପଡିବା ପରେ ଜାହାଜ ଫ୍ୟାନରେ ତାଙ୍କ ହାତ କଟିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗତ ଡିସେମ୍ବର ୧ ତାରିଖରେ ପାରାଦୀପ ବନ୍ଦରରୁ ଜବତ ହୋଇଥିଲା ୨ ଶହ ୨୦ କୋଟି ଟଙ୍କାର କୋକେନ । ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା ।

ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ୍ସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର