ଆବାସିକ ବିଦ୍ୟାଳୟରେ ଛାତ୍ରୀ ପ୍ରସବ ଘଟଣାରେ ନୂଆ ମୋଡ଼: 'ଛୁଆ ମୋର ନୁହେଁ', ଗର୍ଭପାତ ବଟିକା ଦେଇଥିବା ଯୁବକଙ୍କ ଚାଞ୍ଚଲ୍ୟକର ବୟାନ

Madhusudan Das Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟରେ ଦଶମ ଶ୍ରେଣୀର ଜଣେ ନାବାଳିକା ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣା ଏବେ ସମଗ୍ର ରାଜ୍ୟରେ ତୀବ୍ର ଚାଞ୍ଚଲ୍ୟ ଖେଳାଇଦେଇଛି। ଘଟଣାରେ ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଛାତ୍ରୀମାନଙ୍କ ସୁରକ୍ଷା ତଥା ଦାୟିତ୍ୱ ନିର୍ବାହରେ ଚରମ ଅବହେଳା ଅଭିଯୋଗରେ ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି (ସିସିଏ) ନିୟମାବଳୀ ଆଧାରରେ ବ୍ଲକ ଶିକ୍ଷାଧିକାରୀ (ବିଇଓ) ତୁରନ୍ତ ଚାକିରିରୁ ନିଲମ୍ବନ କରିଛନ୍ତି। ଅନ୍ୟପକ୍ଷରେ, ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ) ମେଡିକାଲ କଲେଜ ଓ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ନବଜାତ ଶିଶୁପୁତ୍ରର ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଭଞ୍ଜପୁର ପୋଲିସକୁ ବଡ଼ ସଫଳତା; କାର୍ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଓ ନଗଦ ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ତେବେ ଏହି ଘଟଣାରେ ଏକ ବଡ଼ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ସମଗ୍ର ଘଟଣାକ୍ରମକୁ ଏକ ନୂଆ ମୋଡ଼ ଦେଇଛି। ସ୍କୁଲ ନିକଟବର୍ତ୍ତୀ ଗ୍ରାମର ଅଭିଯୁକ୍ତ ଯୁବକ ନିଜ ବୟାନରେ ସ୍ୱୀକାର କରିଛନ୍ତି ଯେ, ଗତ ସେପ୍ଟେମ୍ବର ମାସରେ ଛାତ୍ରୀଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ତେବେ ଜନ୍ମିତ ତଥା ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିବା ଶିଶୁଟି ତାଙ୍କ ଔରସରୁ ନୁହେଁ ବୋଲି ସେ ଦାବି କରିଛନ୍ତି। ଯୁବକଙ୍କ କହିବାନୁସାରେ, ଛାତ୍ରୀଙ୍କ ଋତୁସ୍ରାବ ବନ୍ଦ ହେବା କଥା ଜାଣିବା ପରେ ସେ ପ୍ରେଗ୍‌ନେନ୍ସି କିଟ୍ ଆଣି ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିବା ପରେ ନଭେମ୍ବର ପହିଲାରେ ଔଷଧ ଦୋକାନରୁ ଗର୍ଭପାତ ବଟିକା ଆଣି ଛାତ୍ରୀଙ୍କୁ ଦେଇଥିଲେ। ଉକ୍ତ ପ୍ରତିବନ୍ଧିତ ଔଷଧ ସେବନ କରିବାର ଦୁଇ ଦିନ ପରେ ଛାତ୍ରୀ ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ପରିଣାମସ୍ୱରୂପ ଅପରିପକ୍ୱ ପ୍ରସବ ହୋଇଥିଲା।

ଆହୁରି ପଢ଼ନ୍ତୁ: କୋଟିଆରେ ଏକଜୁଟ୍‌ ହେଲେ ସବୁ ଦଳ: ଓଡ଼ିଶାରୁ ଦୁଇ ବୁଥ୍‌ ହଟାଇନେଲା ଆନ୍ଧ୍ର, ୩ ପ୍ରବେଶ ପଥ ସିଲ୍

ଏହି ସାଂଘାତିକ ତଥ୍ୟ ପଦାକୁ ଆସିବା ପରେ ଏବେ ଏକାଧିକ ସଙ୍ଗିନ ପ୍ରଶ୍ନ ଉଙ୍କି ମାରୁଛି। ପ୍ରଥମତଃ, ସରକାରୀ ଆବାସିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଏତେ ଢିଲା ଥିଲା କିପରି, ଯେଉଁଠି ବାହାର ଯୁବକଙ୍କ ସହ ଅବାଧ ମିଳାମିଶା ଚାଲିଥିଲା? ଦ୍ୱିତୀୟତଃ, ଡାକ୍ତରୀ ପ୍ରେସକ୍ରିପସନ୍ ଏବଂ ନିର୍ଦ୍ଦିଷ୍ଟ କଟକଣା ବିନା କେଉଁ ମେଡିସିନ୍ ଷ୍ଟୋରରୁ ଏଭଳି ସିଡ୍ୟୁଲ-ଏଚ୍ ବର୍ଗର ବିପଜ୍ଜନକ ଗର୍ଭପାତ ବଟିକା ଖୋଲାରେ ବିକ୍ରି ହେଲା? ତୃତୀୟରେ, ଯଦି ଯୁବକ ଜଣକ ସେପ୍ଟେମ୍ବର ମାସରେ ପ୍ରଥମ ଥର ସମ୍ପର୍କ ରଖିଥିଲେ, ତେବେ ଛାତ୍ରୀ ଜଣକ ପୂର୍ବରୁ ଗର୍ଭବତୀ ଥିଲେ କି ଏବଂ ଏହି ଅପରାଧ ପଛରେ ଅନ୍ୟ କାହାର ସମ୍ପୃକ୍ତି ରହିଛି? ନବଜାତ ଶିଶୁର ମୃତ୍ୟୁ ପାଇଁ ପ୍ରକୃତରେ ଦାୟୀ କିଏ?

ଆହୁରି ପଢ଼ନ୍ତୁ: ବନ୍ୟା ବିପନ୍ନଙ୍କୁ ଭେଟିବାକୁ ଗଞ୍ଜାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଚାଷୀଙ୍କ ଦୁଃଖ ଶୁଣି ଭାବପ୍ରବଣ ହେଲେ

ସତ୍ୟ ଉନ୍ମୋଚନ ପାଇଁ ଡିଏନ୍ଏ ଟେଷ୍ଟ୍ କରାଯାଇ ପ୍ରକୃତ ଦୋଷୀଙ୍କୁ କାଠଗଡ଼ାକୁ ଅଣାଯିବ ତ? ବେଆଇନ ଭାବେ ଗର୍ଭପାତ ଔଷଧ ବିକ୍ରି କରିଥିବା ଔଷଧ ବ୍ୟବସାୟୀଙ୍କ ବିରୋଧରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ପୁଲିସ କି ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର