ବିମାନରେ ଚାଲାଣ ହେଉଥିଲା ସାପ, କଇଁଛ, ଗୋଧି ଓ ଏଣ୍ଡୁଅ; ଭୁବନେଶ୍ୱର ବିମାନବନ୍ଦରରୁ ଜବତ, ଜଣେ ଅଟକ

The Sakala Picture
Published On

ଭୁବନେଶ୍ୱର: ବିମାନରେ ଚାଲାଣ ହେଉଥିଲା ସାପ, କଇଁଛ, ଗୋଧି ଓ ଏଣ୍ଡୁଅ । ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଲେ ଯୁବକ । ବ୍ୟାଙ୍କକରୁ ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିଥିଲା । କଷ୍ଟମ ବିଭାଗ ଚେକିଂ କରିବା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୧୦ ଟି ବହୁରୂପୀ ଗୋଧି, ୯ ଟି କିଙ୍ଗ୍‌ ସ୍ନେକ୍‌ ଓ […]

ଭୁବନେଶ୍ୱର: ବିମାନରେ ଚାଲାଣ ହେଉଥିଲା ସାପ, କଇଁଛ, ଗୋଧି ଓ ଏଣ୍ଡୁଅ । ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଲେ ଯୁବକ । ବ୍ୟାଙ୍କକରୁ ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିଥିଲା । କଷ୍ଟମ ବିଭାଗ ଚେକିଂ କରିବା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୧୦ ଟି ବହୁରୂପୀ ଗୋଧି, ୯ ଟି କିଙ୍ଗ୍‌ ସ୍ନେକ୍‌ ଓ ୧୨ ଟି କଇଁଛ । ଯୁବକ ଜଣକ ହେଲେ ତାମିଲନାଡୁର ଶଙ୍କର ମୂର୍ଗନ୍ । କଷ୍ଟମ ବିଭାଗ ସମ୍ପୃକ୍ତ ଯୁବକଙ୍କ ପାସପୋର୍ଟକୁ ଜବତ କରିଛି ।

ଆହୁରି ପଢ଼ନ୍ତୁ: ରାଜନୈତିକ ଦୋଷାରୋପ ବନ୍ଦ କରି ରାଜ୍ୟ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର: ବିଜେଡି

ସୂଚନା ଅନୁସାରେ, ତାମିଲନାଡୁର ଶଙ୍କର ମୂର୍ଗନ୍ ନାମକ ଜଣେ ଯୁବକ ବ୍ୟାଙ୍କକ୍‌ରୁ ୧୦ଟି ବହୁରୂପୀ ଗୋଧି, ୯ଟି କିଙ୍ଗ୍‌ ସ୍ନେକ୍‌ ଓ ୧୨ଟି କଇଁଛକୁ ଏକ ଲଗେଜରେ ଭର୍ତ୍ତି କରି ଭୁବନେଶ୍ୱର ଆଣିଥିଲେ । ସେଗୁଡ଼ିକ ଭୁବନେଶ୍ୱରରୁ ଚେନ୍ନାଇର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଇଥାନ୍ତା । ମାତ୍ର ଯୁବକ ଜଣକ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିବା ପରେ କଷ୍ଟମ ବିଭାଗର ଚେକିଂ ବେଳେ ଧରା ପଡ଼ିଥିଲେ । ତାଙ୍କଠାରୁ ସମସ୍ତ ବଣ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବରେ ଜବତ କରିବା ସହ ଯୁବକଙ୍କ ପାସପୋର୍ଟ ମଧ୍ୟ ଜବତ କରିଛି କଷ୍ଟମ ବିଭାଗ । ଉଦ୍ଧାର ହୋଇଥିବା ସମସ୍ତ ବଣ୍ୟଜନ୍ତୁଙ୍କୁ ନନ୍ଦନକାନନରେ ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଆସନ୍ତା ୩୦ ତାରିଖରେ ଅବସର ନେବେ ଡିଜିପି ବିନୟତୋଷ ମିଶ୍ର, କାର୍ଯ୍ୟକାଳ ସରିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର