୧୯ ବର୍ଷ ତଳର ହତ୍ୟାକାଣ୍ଡ ମାମଲାରେ ବଡ଼ ରାୟ: ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

Madhusudan Das Picture
Published On

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ୧୯ ବର୍ଷ ତଳେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଉମରକୋଟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଜମି ବିବାଦକୁ କେନ୍ଦ୍ର କରି ଘଟିଥିବା ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୮ ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଟଣାଗଡ଼ରେ ଚାଞ୍ଚଲ୍ୟ: ସାମାନ୍ୟ କଳିରୁ ବଡ଼ ଭାଇକୁ ଖଟ କାଠରେ ପିଟିପିଟି ମାରିଦେଲା ସାନ ଭାଇ

୨୦୦୭ ମସିହାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝାଲିଆଗୁଡ଼ା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ରଘୁନାଥ ଭତ୍ରାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁନୀତା ପଟ୍ଟନାୟକ ୮ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ପ୍ରମାଣ ଅଭାବରୁ ଅନ୍ୟ ୨ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଚ୍ ରାସ୍ତାରେ ଯୁବକକୁ ଗୁଳିକରି ହତ୍ୟା, ଦୁର୍ବୁର୍ତ୍ତ ଫେରାର

ସୂଚନା ଅନୁଯାୟୀ, ହତ୍ୟାକାଣ୍ଡ ପରେ ସିଙ୍ଗସାରୀ ପୋଲିସ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ପୋଲିସ ହତ୍ୟାରେ ବ୍ୟବହୃତ ବନ୍ଧୁକ, ଗୁପ୍ତି, ଫାର୍ସା, ଖଣ୍ଧା ଏବଂ କାଠ ବାଡ଼ି ଆଦି ମାରଣାସ୍ତ୍ର ଜବତ କରିଥିଲା। ଦୀର୍ଘ ୧୯ ବର୍ଷ ଧରି ଚାଲିଥିବା ଏହି ମାମଲାରେ କୋର୍ଟ ୨୨ ଜଣ ସାକ୍ଷୀଙ୍କ ବୟାନ ଏବଂ ଉପସ୍ଥାପିତ ତଥ୍ୟକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିରୁ ଷଡ଼ଯନ୍ତ୍ର: ମଙ୍ଗଳସୂତ୍ର ବନ୍ଧକ ରଖି ବନ୍ଧୁକ କିଣିଲେ ପତ୍ନୀ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ କଲେ ହତ୍ୟା

ଆଜୀବନ କାରାଦଣ୍ଡ ପାଇଥିବା ବ୍ୟକ୍ତିମାନେ ହେଲେ ସଲିମ ଭତ୍ରା, ରୂପଧର ଭତ୍ରା, ଲକ୍ଷ୍ମୀ ଭତ୍ରା, ରବି ଭତ୍ରା, ମଙ୍ଗୁଳୁ ଭତ୍ରା, ଲକ୍ଷ୍ମୀଧର ଭତ୍ରା, ରାମ ଭତ୍ରା ଏବଂ ବନ୍ଦକୁ ଭତ୍ରା। ଅନ୍ୟପକ୍ଷରେ ବିଦ୍ୟା ଭତ୍ରା ଏବଂ ହରିଚାନ୍ଦ ଭତ୍ରାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନମିଳିବାରୁ ସେମାନଙ୍କୁ କୋର୍ଟ ମୁକ୍ତ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଅଶୋକ କୁମାର ପାଢ଼ୀ ପରିଚାଳନା କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର