ଭୁବନେଶ୍ୱରରେ ବେପରୁଆ କାରର ଆତଙ୍କ: ପଳାଶୁଣିରୁ ଫୁଲନଖରା ଯାଏଁ ଏକାଧିକ ଗାଡ଼ିକୁ ଧକ୍କା, ଅନେକ ଆହତ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଏକ ବେପରୁଆ କାରର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ପଳାସୁଣୀ ଛକରୁ ଫୁଲନଖରା ମଧ୍ୟରେ ଏହି ଦ୍ରୁତଗାମୀ କାରଟି ଏକାଧିକ ଗାଡ଼ିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏହି ହିଟ୍-ଏଣ୍ଡ୍-ରନ୍ ଘଟଣାରେ ଅନେକ ଲୋକ ଆହତ ହୋଇଥିବାବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ବିସ୍କୁଟ ଚୋରି ସନ୍ଦେହରେ ନାବାଳକକୁ ପିଟିପିଟି ହତ୍ୟା ! ପୋଲିସର ତଦନ୍ତ ଜାରି

ରିପୋର୍ଟ ଅନୁଯାୟୀ, କାରଟି ପଳାସୁଣୀ ପଟୁ ଫୁଲନଖରା ଅଭିମୁଖେ ଅତି ଦ୍ରୁତ ଗତିରେ ଯାଉଥିବାବେଳେ ବିଭିନ୍ନ ସ୍ଥାନରେ ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ମଧ୍ୟ ଗାଡ଼ିଟିକୁ ନଅଟକାଇ ଚାଳକ ଜଣକ ଅଧିକ ବେପରୁଆ ଭାବେ ଗାଡ଼ି ଚଳାଇ ଅନ୍ୟ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇଥିଲେ। 

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି, ପିଛିଲା ଭାବେ ୨୦୨୬ ଜୁଲାଇରୁ ଲାଗୁ ହେବ

ଏହି ଦୁର୍ଘଟଣା ଶୃଙ୍ଖଳାରେ ଜଣେ ମହିଳା ସ୍କୁଟି ଆରୋହୀଙ୍କୁ କାରଟି ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେକଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: ବଜେଟର ୩୬% ଖର୍ଚ୍ଚ ଡବଲ ଇଞ୍ଜିନ ସରକାରର ଅପରାଗତା, ଅସହାୟତା ଓ ବିଫଳତା: ବିଜେଡି

ଘଟଣା ପରେ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଏବଂ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ସେହି ରାସ୍ତାରେ ଥିବା ବିଭିନ୍ନ ସ୍ଥାନର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରାଯାଉଛି। ଚାଳକ ଜଣକ ଆହତଙ୍କୁ ସାହାଯ୍ୟ ନକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର