Monday Horoscope: ସୋମବାର ରାଶିଫଳ (୨୩-୧୧-୨୦୨୬)
ମେଷ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ। ପରିବାରରେ ଖୁସିର ମାହୋଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂଆ ଯାନ କିଣିପାରନ୍ତି।
ବୃଷ: କାର୍ଯ୍ୟ କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିବ। ଆର୍ଥିକ ଖର୍ଚ୍ଚ ବଢ଼ିପାରେ। ବିଦ୍ୟାର୍ଥୀ ମନୋରଞ୍ଜନରେ ସମୟ ଅତିବାହିତ କରିବେ। ଧାର୍ମିକ ଯାତ୍ରା କରିବେ।
ମିଥୁନ: ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
କର୍କଟ: ମାନସିକ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ରରେ କିଛି ବାଧା ଆସିପାରେ। ନୂଆ ନିବେଶ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଆର୍ଥିକ ଚାପ ବଢ଼ିବ। ପରିବାରରେ ମତାନ୍ତର ଦେଖା ଦେବ।
ସିଂହ: ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହ ବୁଲିବାକୁ ଯିବେ।
କନ୍ୟା: ଅଧୁରା କାମ ପୂରଣ କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ। ପରିବାର ସହ ବୁଲାବୁଲି ଯୋଜନା କରିବେ। ପଦୋନ୍ନତିର ଆଶଙ୍କା ଅଛି।
ତୁଳା: ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ନୂଆ ଯୋଜନା ପ୍ରସ୍ତୁତ କରିବାର ସୁଯୋଗ ଅଛି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ଖେଳକୁଦରେ ରୁଚି ବଢ଼ିବ।
ବିଛା: ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ପରିବାର ଓ କର୍ମକ୍ଷେତ୍ର ମଧ୍ୟରେ ସନ୍ତୁଳନ ରକ୍ଷା କରିବେ। ବିଦେଶ ଯାତ୍ରା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।
ଧନୁ: ଦିନଟି ଶୁଭ ଫଳ ପ୍ରଦାନ କରିବା। ଭାଗ୍ୟ ସାଥ୍ ଦେବ। ନୂଆ ଲୋକଙ୍କ ସହିତ ସମ୍ପର୍କ ବଢ଼ିବ। ଆର୍ଥିକ କ୍ଷେତ୍ରରେ ଶୁଭ ଖବର ମିଳିବ। ବ୍ୟବସାୟରେ ବାଧା ଆସିପାରେ। କାର୍ଯ୍ୟ ଚାପ କମିବ।
ମକର: ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ। କର୍ମ କ୍ଷେତ୍ରରେ କାମ ଚାପ ବଢ଼ିବ। ପରିବାରରେ ବୟସ୍କଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଜମିବାଡ଼ି ମାମଲାର ସମାଧାନ ହେବ।
କୁମ୍ଭ: ନୂଆ ଯୋଜନାରେ ସଫଳତା ମିଳିବ। ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। ବିଦ୍ୟାର୍ଥୀ ମନୋରଞ୍ଜନରେ ସମୟ ଅତିବାହିତ କରିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ।
ମୀନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କାର୍ଯ୍ୟବ୍ୟସ୍ତତା ବଢ଼ିପାରେ। ଅଯଥା ଚିନ୍ତା ଓ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରେମ ଜୀବନ ସୁଖମୟ ହେବ।






