ପୁରୀର ବାବା ବାଲିକପିଳେଶ୍ୱର ମନ୍ଦିରରୁ ଲୁଟ୍, ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି

Madhusudan Das Picture
Published On

ପୁରୀ: ଶେଷରେ ମନ୍ଦିରକୁ ବି ଛାଡିଲେନି ଦୁର୍ବୁତ୍ତ । କୋଣାର୍କର ବାବା କପିଳେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି । ୨୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଓ ଦାନ ରାଶି ଲୁଟ୍ । ପୁରୀ ଜିଲ୍ଲା ଗୋପ ବ୍ଲକରେ ଥିବା ପ୍ରସିଦ୍ଧ ବାବା ବାଲିକପିଳେଶ୍ୱର ମନ୍ଦିରରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ତୋରକରା ଏବଂ ସୁତାନ ପଞ୍ଚାୟତ ସୀମା ମଧ୍ୟରେ ଅବସ୍ଥିତ ଏହି ମନ୍ଦିରରେ ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ହଜାର ହଜାର ଆଦିବାସୀଙ୍କ ଗର୍ଜନ: ନିଜ ସମ୍ପ୍ରଦାୟର ସମ୍ମାନ ଓ ଅଧିକାରର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୬ରୁ ୭ ଜଣ ଦୁର୍ବୃତ୍ତ ଏହି ଲୁଟ୍‌ରେ ସାମିଲ ଥିଲେ। ସେମାନେ ପ୍ରଥମେ ମନ୍ଦିରର ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ମନ୍ଦିର ମଧ୍ୟରେ ଥିବା ଦାନ ବାକ୍ସକୁ ଭାଙ୍ଗି ସେଥିରୁ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କେବଳ ସେତିକି ନୁହେଁ, ମନ୍ଦିରରେ ଥିବା ମା’ ପାର୍ବତୀଙ୍କର ଏକ ରୁପା ମୁକୁଟ, ସୁନା ନିର୍ମିତ ଆଖି, ନୋଥ ଏବଂ ଚିତା ମଧ୍ୟ ସେମାନେ ଚୋରି କରି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

ପ୍ରାଥମିକ ଆକଳନ ଅନୁସାରେ, ଚୋରି ହୋଇଥିବା ସୁନା ଓ ରୁପା ଅଳଙ୍କାରର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଖବର ପାଇ ରାମଚଣ୍ଡୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ପୋଲିସ ମନ୍ଦିର ପଛପଟେ ଥିବା ଏକ ପୋଖରୀରୁ ଦୁଇଟି ଭଙ୍ଗା ତାଲା ଜବତ କରିଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ପ୍ରଭାବ ହ୍ରାସ: ଅବପାତରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ, ଆଉ ନାହିଁ ପବନର ଭୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର