ମହାବୀର ଆଶ୍ରମରେ ଅଭାବନୀୟ ଘଟଣା: ସିଦ୍ଧିପ୍ରାପ୍ତ ପାଇଁ ଜିଭ କାଟିଲେ ତାନ୍ତ୍ରିକ

Madhusudan Das Picture
Published On

ପାରାଦୀପ: ପାରାଦୀପ ଉପକଣ୍ଠ ନୂଆଗାଁ ମହାବୀର ଆଶ୍ରମ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ତାନ୍ତ୍ରିକ ତନ୍ତ୍ରରେ ସିଦ୍ଧିପ୍ରାପ୍ତ ପାଇଁ ନିଜର ଜିଭ କାଟି ଦେଇଛନ୍ତି। ଏହି ଘଟଣା ବାଲିତୁଠ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରତିଦିନ ଭଳି ଗତ ମଙ୍ଗଳବାର ନୂଆଗାଁ ମହାବୀର ଆଶ୍ରମରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ପ୍ରସାଦ ସେବନ ପରେ ଆଶ୍ରମ ଅନ୍ତେବାସୀଙ୍କୁ ଛାଡ଼ିଦେଲେ ଅନ୍ୟ ଭକ୍ତମାନେ ଚାଲି ଯାଇଥିଲେ। ସନ୍ଧ୍ୟାରେ କୁଜଙ୍ଗ ବ୍ଲକ୍‌ କାଳିଆପାଟ ଗ୍ରାମ ନିକଟ କାବଲପୁର ଗ୍ରାମର ଜଣେ ତାନ୍ତ୍ରିକ ମହାବୀର ଆଶ୍ରମ ଭିତରେ ରହିଯାଇଥିଲେ। 

ଆହୁରି ପଢ଼ନ୍ତୁ: ଦ୍ଵିତୀୟ ଦିନରେ ପୁଣି ଗଡ଼ିଲା ମହାପ୍ରଭୁଙ୍କ ରଥ: ଶ୍ରୀଗୁଣ୍ଡିଚା ଅଭିମୁଖେ ଅଗ୍ରସର ତିନି ଠାକୁର

ଅନ୍ଧାର ହେବାରୁ କିଏ କେଉଁଆଡ଼େ ଚାଲିଯିବା ପରେ ଜଣାପଡ଼ିଥିଲା ଯେ ଜଣେ ତାନ୍ତ୍ରିକ ଆଶ୍ରମ ପରିସରରେ ଲୁଚି ରହି ବିଳମ୍ୱିତ ରାତ୍ରିରେ ତନ୍ତ୍ର ସାଧନା କରିବା ସହ ନିଜ ଜିଭକୁ ନିଜେ କାଟି ଦେଇଥିଲେ। ପ୍ରଚୁର ରକ୍ତସ୍ରାବ ଓ ଯନ୍ତ୍ରଣା ହେବାରୁ ଚିତ୍କାର କରିବା ସହ ଆଶ୍ରମ ପରିସରରେ ଥିବା ଅନ୍ତେବାସୀଙ୍କୁ ଡାକ ପକାଇଥିଲେ। ପରେ ଚେତାଶୂନ୍ୟ ହୋଇଯାଇଥିଲେ। ଆଶ୍ରମରେ ରହୁଥିବା ସେବକମାନେ ବିଳମ୍ୱ ନ କରି ସ୍ଥାନୀୟ ପୁଲିସକୁ ଜଣାଇବା ପରେ ପୁଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାନ୍ତ୍ରିକକୁ କୁଜଙ୍ଗ ଓ ପରେ ଜଗତସିଂହପୁର ମେଡିକାଲକୁ ପଠାଇ ଦିଆଯାଇଥିଲା। ସେଠାରେ ତାନ୍ତ୍ରିକ ଜଣଙ୍କ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା: କଲ୍ ରେକର୍ଡ ହସ୍ତଗତ କଲା ପୋଲିସ, ତଦନ୍ତ ଜୋରଦାର

03 Apr 2026 By Madhusudan Das

ମହାବୀର ଆଶ୍ରମରେ ଅଭାବନୀୟ ଘଟଣା: ସିଦ୍ଧିପ୍ରାପ୍ତ ପାଇଁ ଜିଭ କାଟିଲେ ତାନ୍ତ୍ରିକ

ପାରାଦୀପ: ପାରାଦୀପ ଉପକଣ୍ଠ ନୂଆଗାଁ ମହାବୀର ଆଶ୍ରମ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ତାନ୍ତ୍ରିକ ତନ୍ତ୍ରରେ ସିଦ୍ଧିପ୍ରାପ୍ତ ପାଇଁ ନିଜର ଜିଭ କାଟି ଦେଇଛନ୍ତି। ଏହି ଘଟଣା ବାଲିତୁଠ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରତିଦିନ ଭଳି ଗତ ମଙ୍ଗଳବାର ନୂଆଗାଁ ମହାବୀର ଆଶ୍ରମରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ପ୍ରସାଦ ସେବନ ପରେ ଆଶ୍ରମ ଅନ୍ତେବାସୀଙ୍କୁ ଛାଡ଼ିଦେଲେ ଅନ୍ୟ ଭକ୍ତମାନେ ଚାଲି ଯାଇଥିଲେ। ସନ୍ଧ୍ୟାରେ କୁଜଙ୍ଗ ବ୍ଲକ୍‌ କାଳିଆପାଟ ଗ୍ରାମ ନିକଟ କାବଲପୁର ଗ୍ରାମର ଜଣେ ତାନ୍ତ୍ରିକ ମହାବୀର ଆଶ୍ରମ ଭିତରେ ରହିଯାଇଥିଲେ। 

ଅନ୍ଧାର ହେବାରୁ କିଏ କେଉଁଆଡ଼େ ଚାଲିଯିବା ପରେ ଜଣାପଡ଼ିଥିଲା ଯେ ଜଣେ ତାନ୍ତ୍ରିକ ଆଶ୍ରମ ପରିସରରେ ଲୁଚି ରହି ବିଳମ୍ୱିତ ରାତ୍ରିରେ ତନ୍ତ୍ର ସାଧନା କରିବା ସହ ନିଜ ଜିଭକୁ ନିଜେ କାଟି ଦେଇଥିଲେ। ପ୍ରଚୁର ରକ୍ତସ୍ରାବ ଓ ଯନ୍ତ୍ରଣା ହେବାରୁ ଚିତ୍କାର କରିବା ସହ ଆଶ୍ରମ ପରିସରରେ ଥିବା ଅନ୍ତେବାସୀଙ୍କୁ ଡାକ ପକାଇଥିଲେ। ପରେ ଚେତାଶୂନ୍ୟ ହୋଇଯାଇଥିଲେ। ଆଶ୍ରମରେ ରହୁଥିବା ସେବକମାନେ ବିଳମ୍ୱ ନ କରି ସ୍ଥାନୀୟ ପୁଲିସକୁ ଜଣାଇବା ପରେ ପୁଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାନ୍ତ୍ରିକକୁ କୁଜଙ୍ଗ ଓ ପରେ ଜଗତସିଂହପୁର ମେଡିକାଲକୁ ପଠାଇ ଦିଆଯାଇଥିଲା। ସେଠାରେ ତାନ୍ତ୍ରିକ ଜଣଙ୍କ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର