ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପରିବାରକୁ “ସୁରଜ ସମ୍ମାନ’ ଓ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

The Sakala Picture
Published On

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଭାଟପଡା ବାସିନ୍ଦା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପରିବାର ସଦସ୍ୟଙ୍କ ଉଲ୍ଲେଖନୀୟ ଅବଦାନକୁ ମାନ୍ୟତା ଦେବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଆଜି ବିଶ୍ୱ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁଙ୍କୁ “ସୁରଜ ସମ୍ମାନ’ରେ ସମ୍ମାନିତ କରିବା ସହ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି। ସ୍ୱର୍ଗତ ବିପିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ […]

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଭାଟପଡା ବାସିନ୍ଦା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପରିବାର ସଦସ୍ୟଙ୍କ ଉଲ୍ଲେଖନୀୟ ଅବଦାନକୁ ମାନ୍ୟତା ଦେବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଆଜି ବିଶ୍ୱ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁଙ୍କୁ “ସୁରଜ ସମ୍ମାନ’ରେ ସମ୍ମାନିତ କରିବା ସହ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି। ସ୍ୱର୍ଗତ ବିପିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୋରସିଂ ଗ୍ରାମ ପଞ୍ଚାୟତ ଭାଟପଡା ବାସିନ୍ଦା ଅଟନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କର ହୃତପିଣ୍ଡ, ଦୁଇଟି ଆଖି, କିଡ୍ନୀ, ଲିଭର ଭଳି ୬ଟି ଅଙ୍ଗକୁ ସୁରତସ୍ଥିତ କିରଣ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ରୋଗୀମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ପ୍ରତିରୋପଣ କରାଯାଇଥିଲା। ଏହିପରି କାର୍ଯ୍ୟ ନିମନ୍ତେ ସ୍ୱର୍ଗତ ବିପିନ, ତାଙ୍କ ପତ୍ନୀ ଓ ପରିବାର ସମସ୍ତ ସଦସ୍ୟ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ ପ୍ରଶଂସା କରିଛନ୍ତି। ଆଜିର ଏହି ୨ୟ “ସୁରଜ ସମ୍ମାନ’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ବିପିନଙ୍କ ପରିବାରକୁ କୃତଜ୍ଞତା ଜଣାଇବା ସହ ସମସ୍ତ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ଏପରି ଦୟାବାନ କାର୍ଯ୍ୟ ରକ୍ତଦାନ ଓ ଚକ୍ଷୁଦାନ ଯେପରି ଦିଆଯାଏ ସେପରି ମନୁଷ୍ୟର ପ୍ରତ୍ୟେକ ଅଙ୍ଗଦାନ କଲେ ଅନ୍ୟଲୋକଙ୍କ ନିମନ୍ତେ ଜୀବନ ରକ୍ଷା କାର୍ଯ୍ୟରେ ଆସିପାରିବ। ଏଣୁ ଏଭଳି ମହତ୍ କାର୍ଯ୍ୟ ପାଇଁ ଆଗାମୀ ଦିନରେ ଅଙ୍ଗଦାନ କରିବା ନିମନ୍ତେ ସହୃଦୟ ବ୍ୟକ୍ତି ଅଙ୍ଗଦାନ କରିବା ନିମନ୍ତେ ଆଗଭର ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ଏହି ଅବସରରେ ରେଣୁ ପ୍ରଧାନ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲପାଳ ଅମୀୟ କୁମାର ସାହୁଙ୍କ ଉପସ୍ଥିତିରେ ଉକ୍ତ ସହାୟତା ରାଶିର ଚେକ୍ ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୋରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପାଞ୍ଜଳୀ ପ୍ରଧାନ, ଯୁବ ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତ ସ୍ୱାଇଁ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ସୂଚନାନୁସାରେ, ୨୦୧୯ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୂରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିଡନି, ଲିଭର, ହାର୍ଟ ଏବଂ ଦୁଇ ଆଖି ଦାନ କରିଥିଲେ। ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯେ କି ଅଙ୍ଗଦାନ କରି ୬ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଥିଲେ। ସେ ଦିନ ହିଁ ସୁରଜଙ୍କ ସ୍ମୃତିରେ “ସୁରଜ ସମ୍ମାନ’ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସୂରଜ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ଆଜି ସୂର୍ଯ୍ୟଙ୍କ ପରି ଅନ୍ୟମାନଙ୍କ ଜୀବନ ଜଗତକୁ ଆଲୋକିତ କରି ଚାଲିଛି । ସେବେ ଠାରୁ ଅନେକ ପରିବାର ଏଭଳି ଅଙ୍ଗଦାନ କରିବା ଦିଗରେ ଆଗେଇ ଆସିଛନ୍ତି । ଗତବର୍ଷ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନ୍ଏସିର ସ୍ୱର୍ଗତା ପ୍ରିୟଙ୍କା ରାଣୀ ପାତ୍ରଙ୍କ ସମେତ ରାଜ୍ୟର ୩ଜଣ ବ୍ୟକ୍ତି ଅଙ୍ଗଦାନ କରିଥିଲେ । ସେମାନଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରାଯିବା ସହ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

13 Aug 2021 By The Sakala

ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପରିବାରକୁ “ସୁରଜ ସମ୍ମାନ’ ଓ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଭାଟପଡା ବାସିନ୍ଦା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପରିବାର ସଦସ୍ୟଙ୍କ ଉଲ୍ଲେଖନୀୟ ଅବଦାନକୁ ମାନ୍ୟତା ଦେବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଆଜି ବିଶ୍ୱ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁଙ୍କୁ “ସୁରଜ ସମ୍ମାନ’ରେ ସମ୍ମାନିତ କରିବା ସହ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି। ସ୍ୱର୍ଗତ ବିପିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୋରସିଂ ଗ୍ରାମ ପଞ୍ଚାୟତ ଭାଟପଡା ବାସିନ୍ଦା ଅଟନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କର ହୃତପିଣ୍ଡ, ଦୁଇଟି ଆଖି, କିଡ୍ନୀ, ଲିଭର ଭଳି ୬ଟି ଅଙ୍ଗକୁ ସୁରତସ୍ଥିତ କିରଣ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ରୋଗୀମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ପ୍ରତିରୋପଣ କରାଯାଇଥିଲା। ଏହିପରି କାର୍ଯ୍ୟ ନିମନ୍ତେ ସ୍ୱର୍ଗତ ବିପିନ, ତାଙ୍କ ପତ୍ନୀ ଓ ପରିବାର ସମସ୍ତ ସଦସ୍ୟ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ ପ୍ରଶଂସା କରିଛନ୍ତି। ଆଜିର ଏହି ୨ୟ “ସୁରଜ ସମ୍ମାନ’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ବିପିନଙ୍କ ପରିବାରକୁ କୃତଜ୍ଞତା ଜଣାଇବା ସହ ସମସ୍ତ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ଏପରି ଦୟାବାନ କାର୍ଯ୍ୟ ରକ୍ତଦାନ ଓ ଚକ୍ଷୁଦାନ ଯେପରି ଦିଆଯାଏ ସେପରି ମନୁଷ୍ୟର ପ୍ରତ୍ୟେକ ଅଙ୍ଗଦାନ କଲେ ଅନ୍ୟଲୋକଙ୍କ ନିମନ୍ତେ ଜୀବନ ରକ୍ଷା କାର୍ଯ୍ୟରେ ଆସିପାରିବ। ଏଣୁ ଏଭଳି ମହତ୍ କାର୍ଯ୍ୟ ପାଇଁ ଆଗାମୀ ଦିନରେ ଅଙ୍ଗଦାନ କରିବା ନିମନ୍ତେ ସହୃଦୟ ବ୍ୟକ୍ତି ଅଙ୍ଗଦାନ କରିବା ନିମନ୍ତେ ଆଗଭର ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଏହି ଅବସରରେ ରେଣୁ ପ୍ରଧାନ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲପାଳ ଅମୀୟ କୁମାର ସାହୁଙ୍କ ଉପସ୍ଥିତିରେ ଉକ୍ତ ସହାୟତା ରାଶିର ଚେକ୍ ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୋରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପାଞ୍ଜଳୀ ପ୍ରଧାନ, ଯୁବ ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତ ସ୍ୱାଇଁ ଉପସ୍ଥିତ ଥିଲେ ।

ସୂଚନାନୁସାରେ, ୨୦୧୯ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୂରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିଡନି, ଲିଭର, ହାର୍ଟ ଏବଂ ଦୁଇ ଆଖି ଦାନ କରିଥିଲେ। ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯେ କି ଅଙ୍ଗଦାନ କରି ୬ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଥିଲେ। ସେ ଦିନ ହିଁ ସୁରଜଙ୍କ ସ୍ମୃତିରେ “ସୁରଜ ସମ୍ମାନ’ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସୂରଜ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ଆଜି ସୂର୍ଯ୍ୟଙ୍କ ପରି ଅନ୍ୟମାନଙ୍କ ଜୀବନ ଜଗତକୁ ଆଲୋକିତ କରି ଚାଲିଛି । ସେବେ ଠାରୁ ଅନେକ ପରିବାର ଏଭଳି ଅଙ୍ଗଦାନ କରିବା ଦିଗରେ ଆଗେଇ ଆସିଛନ୍ତି । ଗତବର୍ଷ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନ୍ଏସିର ସ୍ୱର୍ଗତା ପ୍ରିୟଙ୍କା ରାଣୀ ପାତ୍ରଙ୍କ ସମେତ ରାଜ୍ୟର ୩ଜଣ ବ୍ୟକ୍ତି ଅଙ୍ଗଦାନ କରିଥିଲେ । ସେମାନଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରାଯିବା ସହ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର