ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ବାତ୍ୟା-ବନ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

Madhusudan Das Picture
Published On

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାର ଗୃହରେ ଅତିରିକ୍ତ ବଜେଟ୍ ଆଗତ କରିବା ସହ ୫ଟି ବିଲ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।  

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ରପ୍ରଦେଶର ଦମ୍ପତିଙ୍କ ମୃତ୍ୟୁ, ବରାହନାଥରେ ବୁଡ଼ ପକାଉଥିଲେ

୩୩ ଦିନିଆ ଏହି ଅଧିବେଶନ ଆରମ୍ଭରୁ ଉଷ୍ଣ ହେବା ନେଇ ଆପାତତଃ ସ୍ପଷ୍ଟ ହେଲାଣି। ବିଶେଷକରି ବାତ୍ୟା ଓ ବନ୍ୟା କୁପରିଚାଳନା, କୋଟିଆ ସୀମା ଏବଂ ମହାନଦୀ ଜଳ ବିବାଦ, ଆଇନ ଶୃଙ୍ଖଳା, ଚାଷ ଓ ଚାଷୀ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଏମଏମଡିଆର ଆଇନ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶେଷକରି ମୁଖ୍ୟ ବିରୋଧୀ ଦଳ ବିଜେଡି ଅଧିବେଶନ ଆରମ୍ଭ ନହେଉଣୁ ଗଞ୍ଜାମରେ ବାତ୍ୟା ଏବଂ ବନ୍ୟା ପରିଚାଳନାକୁ ନେଇ ଗୃହରେ ସ୍ୱତନ୍ତ୍ର ଆଲୋଚନା ପାଇଁ ମୋସନ ଦେଇଥିବା ବେଳେ କୋଟିଆ ସମେତ ୪ଟି ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ନେଇ କଂଗ୍ରେସ ମଧ୍ୟ ନୋଟିସ୍‌ ଦେଇଛି। ଏହା ସରକାରୀ ଦଳକୁ ଅଡୁଆରେ ପକାଇ ଦେଇଥିବା ମତ ଦେଇଛନ୍ତି ବିଶେଷଜ୍ଞ। ଏପଟେ ସବୁ ଗଠନମୂଳକ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଶାସକ ଦଳ ଦମ୍ଭୋକ୍ତି ପ୍ରକାଶ କରୁଥିଲେ ହେଁ, ଅଧିବେଶନ ସେମାନଙ୍କ ପାଇଁ ସହଜ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଅପରପକ୍ଷେ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ଏହି ବଜେଟ ଆକାର ପ୍ରାୟ ୨୦ ହଜାର କୋଟି ଟଙ୍କା ଛୁଇଁବା ନେଇ ଆକଳନ କରାଯାଉଛି। 

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ଫସିଲା କାର୍ଗୋ ଜାହାଜ 'ଏମଭି ବିଶ୍ୱ ଉଦୟ': ୨୭ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ

ଗତ କିଛି ମାସ ଧରି ଏକାଧିକ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାର ବ୍ୟାକଫୁଟରେ ରହିଛନ୍ତି। ବିଶେଷକରି ଗଞ୍ଜାମରେ ବାତ୍ୟା ଅର୍ଣ୍ଣବ ଏବଂ ଏହାର ପରବର୍ତ୍ତୀ ବନ୍ୟା କୁପରିଚାଳନା ପାଇଁ ସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ିଛି। ସେହିପରି ଭାବରେ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ସଠିକ୍‌ ସମୟରେ ପେନସନ ପ୍ରଦାନରେ ଅସମର୍ଥତାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋରାପୁଟ କୋଟିଆରେ ଓଡ଼ିଆ ଅସ୍ମିତାର ସୁରକ୍ଷା ସହ ଆନ୍ଧ୍ରର ସବୁ ଉଦ୍ୟମକୁ ପଣ୍ଡ କରାଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣା ଫେଲ ମାରିଛି। ଟ୍ରିପଲ୍‌ ଇଞ୍ଜିନ ସରକାର ସତ୍ତେ୍ୱ ମହାନଦୀ ଜଳ ବିବାଦରେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ମିଳିପାରିନଥିବା ବେଳେ ଜଳ ବଣ୍ଟନର ସୂତ୍ର ନେଇ ସରକାରଙ୍କ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ରାଜ୍ୟସ୍ୱାର୍ଥ ସମ୍ବଳିତ ଉପରୋକ୍ତ ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସରକାରଙ୍କୁ  ଘେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। 

ଆହୁରି ପଢ଼ନ୍ତୁ: ୫ ଦିନ ପରେ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର: ଗଳାକାଟି ହତ୍ୟା କରିଥିବା ସନ୍ଦେହ

ଗତ ମୌସୁମୀ ଅଧିବେଶନର ଗୃହରେ ଏମଏମଡିଆର ସଂଶୋଧନ ଆଇନ ସଂକ୍ରାନ୍ତୀୟ ପାଇଁ ବିଜେଡି ମୋସନ ନୋଟିସ ଦିଆଯାଇଥିଲା। ମାତ୍ର ସରକାର ତାହାକୁ ଗ୍ରହଣ କରିନଥିବା ବେଳେ ପୂରା ଅଧିବେଶନ ଧୋଇ ଯାଇଥିଲା। ଉଭୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୯ ଦିନିଆ ଅଧିବେଶନରେ ମାତ୍ର ୫ ଦିନ ଚାଲିପାରିଥିଲା ଗୃହ। ସମାନ ଭାବେ ଶୀତ ଅଧିବେଶନରେ ବିଜେଡି ବନ୍ୟା ପରିଚାଳନାକୁ ନେଇ ମୋସନ ଆଲୋଚନା ପାଇଁ ନୋଟିସ ଦେଇଥିବା ବେଳେ ଏହାକୁ ବାଚସ୍ପତି ଗ୍ରହଣ କରୁଛନ୍ତି କି ନାହିଁ, ତାହା ଉପରେ ସଭିଙ୍କର ନଜର ରହିଛି।  ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ଗୃହରେ ଅତିରିକ୍ତ ବଜେଟ ଆଗତ ହେବାକୁ ଥିବାବେଳେ ୨୫, ୨୬ ଓ ୨୭ ତାରିଖରେ ଗୃହରେ ବିଭିନ୍ନ ବିଭାଗ ପାଇଁ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହେବ। ୨୮ ଓ ୨୯ ତାରିଖ ଦୁଇଦିନ ଛୁଟିଦିନ ଥିବାବେଳେ ୩୦ ତାରିଖରେ ଅତିରିକ୍ତ ଖର୍ଚ୍ଚ ବିବରଣୀ ଉପରେ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଆଗତ ହେବ। ଏହାପରେ ଡିସେମ୍ବର ୩୧ ତାରିଖ ଯାଏଁ ଗୃହକାର୍ଯ୍ୟ ଚାଲିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି। ଅଧିବେଶନର ଅବଧି ସମୁଦାୟ ୪୪ ଦିନ ଥିବାବେଳେ ତନ୍ମଧ୍ୟରେ ୧୧ ଦିନ ଛୁଟିଦିବସ ରହିଛି।

ଗୃହର କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଗତକାଲି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଦାମ ଉପସ୍ଥିତ ଥିଲେ। ଗୃହରେ ସୁରୁଖୁରୁରେ ଆଲୋଚନା ଓ କାର୍ଯ୍ୟ ପରିଚାଳନା ପାଇଁ ସମସ୍ତ ଦଳ ସହମତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର