ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ, ଦିଲ୍ଲୀ ଏମ୍‌ସକୁ କରାଯିବ ଏୟାରଲିଫ୍ଟ

The Sakala Picture
Published On

ଭୁବନେଶ୍ବର : ଦୁର୍ବୃତ୍ତଙ୍କ ପାଶବିକ ଅତ୍ୟାଚାରର ଶିକାର ହୋଇ ଜଳି ଯାଇଥିବା ବଳଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ପୀଡ଼ିତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧିନ ଥିବା ପୀଡ଼ିତାଙ୍କ ଶରୀରର  ୭୦ରୁ ୭୫ପ୍ରତିଶତ ଜଳିଯାଇଥିବା ବେଳେ ମାନସିକ ଅବସ୍ଥା ଭଲ ନାହିଁ।  ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ୧୪ ଜଣିଆ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି । ଦିଲ୍ଲୀ ଏମ୍‌ସ ସହ ଯୋଗାଯୋଗରେ ଅଛନ୍ତି ଡାକ୍ତରୀ ଟିମ୍ । ଅକ୍ସିଜେନ ସର୍ପୋଟରେ […]

ଭୁବନେଶ୍ବର : ଦୁର୍ବୃତ୍ତଙ୍କ ପାଶବିକ ଅତ୍ୟାଚାରର ଶିକାର ହୋଇ ଜଳି ଯାଇଥିବା ବଳଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ପୀଡ଼ିତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧିନ ଥିବା ପୀଡ଼ିତାଙ୍କ ଶରୀରର  ୭୦ରୁ ୭୫ପ୍ରତିଶତ ଜଳିଯାଇଥିବା ବେଳେ ମାନସିକ ଅବସ୍ଥା ଭଲ ନାହିଁ।  ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ୧୪ ଜଣିଆ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି । ଦିଲ୍ଲୀ ଏମ୍‌ସ ସହ ଯୋଗାଯୋଗରେ ଅଛନ୍ତି ଡାକ୍ତରୀ ଟିମ୍ । ଅକ୍ସିଜେନ ସର୍ପୋଟରେ ରଖାଯାଇଥିଲେ ମଧ୍ୟ ପୀଡ଼ିତା କଥାବାର୍ତ୍ତା କରୁଛନ୍ତି।

ଆହୁରି ପଢ଼ନ୍ତୁ: ୭୦ କୋଟି ଟଙ୍କା ଠକେଇ ଅଭିଯୋଗ: ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବନ୍ଧାଣୀଙ୍କ ବାସଭବନରେ ଇଡି ଚଢ଼ାଉ

ସେପଟେ ଚିକିତ୍ସିତ ହେଉଥିବା ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଆଜି ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ। ଏନେଇ ପୀଡ଼ିତାଙ୍କ ସଂପର୍କୀୟ ଭାଇ ସୂଚନା ଦେଇଛନ୍ତି। ଦିଲ୍ଲୀଏମ୍ସରେ ପୀଡ଼ିତାଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି। ଆଉ କିଛି ସମୟ ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅନ୍ୟପଟେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସୂଚନା ଦେଇ କହିଛନ୍ତି ବଳଙ୍ଗା ପୀଡିତାଙ୍କୁ ଦିନ ୧୨.୩୦ ସୁଦ୍ଧା ଏୟାରଲିଫ୍ଟ କରାଯିବ। ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି ।ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଦିଲ୍ଲୀ ଏମ୍ସର ଡାକ୍ତରୀଦଳ ସହ ପରିବାର ସଦସ୍ୟ ମଧ୍ୟ ଯିବେ।

ଆହୁରି ପଢ଼ନ୍ତୁ: ଅର୍ଣ୍ଣବ ଓ ମୁରାସୁ ପରେ ନଭେମ୍ବର ୧୩ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର