ରାଜ୍ୟବାସୀଙ୍କୁ ନବୀନଙ୍କ ବାତ୍ୟା ପରାମର୍ଶ: ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

Madhusudan Das Picture
Published On

ଭୁବନେଶ୍ୱର: ବାତ୍ୟା ଅକୱାନକୁ ନେଇ ସାଧାରଣରେ ସଂଶୟ ବଢ଼ୁଥିବା ବେଳେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ବାର୍ତ୍ତାରେ ଲୋକଙ୍କୁ ସତର୍କ, ସଜାଗ ସହ ସୁରକ୍ଷିତ ରହିବାକୁ ନବୀନ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ

ଭିଡିଓ ବାର୍ତ୍ତାରେ ନବୀନ କହିଛନ୍ତି ଯେ ମୁଁ ଗଭୀର ଚିନ୍ତିତ ଯେ ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ଅକୱାନର ଲ୍ୟାଣ୍ଡଫଲକୁ ନେଇ ଆଶଙ୍କା ଦେଖା ଦେଇଛି। ଏ ବାତ୍ୟା ଦ୍ୱାରା  ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ପ୍ରଭାବିତ ହେବ ବୋଲି ସତର୍କ ସୂଚନା ମିଳିଛି। ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଆମର ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲା  ବିଶେଷ କ୍ଷତି ସହିଥିଲା।  ଏହି ଜିଲ୍ଲା ଗୁଡ଼ିକର ଲୋକଙ୍କ କଷ୍ଟ ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ଆପଣମାନେ ସତର୍କ ରୁହନ୍ତୁ। ସଜାଗ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ। ପ୍ରଶାସନକୁ  ସହଯୋଗ କରନ୍ତୁ। ମୁଁ  ସବୁବେଳେ ଆପଣ ମାନଙ୍କ ସହ ରହିଆସିଛି ଓ ରହିଥିବି ବୋଲି ନବୀନ କହିଛନ୍ତି। ବିଜୁ ଜନତା ଦଳର ସମସ୍ତ  ନେତା ଓ କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏହି ବିପଦ ସମୟରେ ଆପଣ ମାନେ ଲୋକଙ୍କ ସହ ରୁହନ୍ତୁ। ସେମାନଙ୍କୁ ସାହାଯ୍ୟ କରନ୍ତୁ। ମୋର ବିଶ୍ୱାସ ସମସ୍ତଙ୍କ ସହଯୋଗ, ସତର୍କତା ଓ ମହାପ୍ରଭୁଙ୍କ କରୁଣାରୁ ଓଡ଼ିଶା ଏ ବିପଦକୁ ସଫଳ ଭାବରେ ମୁକାବିଲା କରି ପାରିବ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ବଜେଟର ୩୬% ଖର୍ଚ୍ଚ ଡବଲ ଇଞ୍ଜିନ ସରକାରର ଅପରାଗତା, ଅସହାୟତା ଓ ବିଫଳତା: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର