ବିଧାୟକ ଦଳ ବୈଠକରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ: ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ସ୍ୱର ଶାଣିତ କରିବ ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ନବୀନଙ୍କ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶରେ ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ଗଞ୍ଜାମ ବନ୍ୟା କୁପରିଚାଳନା, ଏମଏମଡିଆର ଆଇନର ସଂଶୋଧନ, ସାମାଜିକ ସୁରକ୍ଷା ପେନ୍‌ସନ୍‌, କୋଟିଆ, ଧାନ ସଂଗ୍ରହ ସମସ୍ୟା, ଆଇନ ଶୃଙ୍ଖଳା, ଦର ବୃଦ୍ଧି ଆଦି ବିଷୟରେ ଗୃହରେ ବିଜେଡି ସରକାରଙ୍କୁ ଜବାବ ମାଗିବ ବୋଲି ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରତିଟି ପ୍ରସଙ୍ଗକୁ ଗୃହରେ ଶାଣିତ ସ୍ୱରରେ ଉତ୍ଥାପନ କରିବାକୁ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ମିଳିବ ସହାୟତା: ଗଞ୍ଜାମ, ଗଜପତି ଓ କନ୍ଧମାଳର ସମସ୍ତ ବ୍ଲକକୁ ବଢ଼ିଲା ରିଲିଫ୍ ପ୍ୟାକେଜ୍

ବୈଠକରେ ଶ୍ରୀ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରର ଅପାରଗତାର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସଂପ୍ରତି ଗଞ୍ଜାମର ମନୁଷ୍ୟକୃତ ବନ୍ୟା ଓଡ଼ିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି। ଗଞ୍ଜାମରେ ଘଟିଯାଇଥିବା ବିପର୍ଯ୍ୟୟ ରାଜ୍ୟ ସରକାରଙ୍କ ଅପାରଗତାର ସର୍ବୋତ୍କୃଷ୍ଟ ଉଦାହରଣ। ଗଞ୍ଜାମର ଜନସାଧାରଣ ଏବେ ବି ରିଲିଫ ସହାୟତା ପାଇବାରେ ହଇରାଣ ହେଉଛନ୍ତି। ଗଞ୍ଜାମର ବନ୍ୟା କ୍ଷୟକ୍ଷତି ତାଙ୍କୁ ବ୍ୟଥିତ କରିଛି ବୋଲି ପ୍ରକାଶ କରି ରାଜନୈତିକ ବାଛ ବିଚାରରେ ରିଲିଫ ବଣ୍ଟନକୁ ନବୀନ ନିନ୍ଦା କରିଛନ୍ତି। ସେହିପରି ଏମଏମଡିଆର ସଂଶୋଧନ ଦ୍ୱାରା ଓଡ଼ିଶାର ବିପୁଳ କ୍ଷତି ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରି ଏହି କଳା ଆଇନକୁ ବିଜେଡିର ବିରୋଧ ଜାରି ରହିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। କୋଟିଆ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଏନଡିଏର ସରକାର ଥିବା ବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି। ଓଡ଼ିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ତାର ଲଢେ଼ଇ ଜାରି ରଖିବ। 

ଆହୁରି ପଢ଼ନ୍ତୁ: ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ବାତ୍ୟା-ବନ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ଚାଷୀଙ୍କ ସମସ୍ୟା ଉପରେ ଆଲୋକପାତ କରି ନବୀନ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଦାୟିତ୍ୱ ନେବାଠାରୁ ଚାଷ ଓ ଚାଷୀ ଉଭୟ ଅବହେଳିତ ହୋଇ ଆସୁଛନ୍ତି । ମଣ୍ଡି ଠିକ୍‌ ସମୟରେ ଖୋଲୁନି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏଫସିଆଇ ଓଡ଼ିଶାରୁ ଧାନ ଉଠାଉ ନାହିଁ। ଏ ସବୁ ସମସ୍ୟା ଦ୍ୱାରା ଚାଷୀର ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି । ତେଣୁ ବିଜେଡି ଚାଷୀର କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ସରକାରଙ୍କର ଅର୍ଥ ବଳ ଓ ବାହୁ ବଳ ଏବଂ ସରକାରୀ ହସ୍ତକ୍ଷେପ ସତ୍ତେ୍ୱ ଓଡ଼ିଶାର ଜେନ୍‌୍‌-ଜି ବିଜୁ ଜନତା ଦଳ ସହିତ ରହିଥିବାରୁ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ସରକାରଙ୍କ ଉଦ୍ୟମର ତୀବ୍ର ନିନ୍ଦା କରିଥିଲେ। ସେହିପରି ବରିଷ୍ଠ ନାଗରିକ ମାନଙ୍କର ସାମାଜିକ ସୁରକ୍ଷା ପେନ୍‌୍‌ସନ କ୍ଷେତ୍ରରେ ସରକାର ଟାଳଟୁଳ ନୀତି ଯୋଗୁଁ ବୁଢା ବୁଢୀମାନେ ବିଭିନ୍ନ ସ୍ଥାନରେ ଆଥହତ୍ୟା କରୁଥିବା ଖବରରେ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ଅନ୍ୟାନ୍ୟ ବିଷୟ ମଧ୍ୟରେ ଓଡିଶାରେ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଓ ପରିବା ପତ୍ରର ଅସ୍ୱାଭାଭିକ ଦର ବୃଦ୍ଧି ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ପ୍ରସଙ୍ଗ ଗୃହରେ ବିଜେଡି ଉଠାଇବ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜନୈତିକ ଦୋଷାରୋପ ବନ୍ଦ କରି ରାଜ୍ୟ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର