ଡିଇଓଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ସ୍କୁଲ୍‌‌, ଖରାରେ ସିଝୁଛନ୍ତି ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ମୁଣ୍ଡଫଟା ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢ଼଼ା କରିଛନ୍ତି ରାଜ୍ୟ ସରକାର। ସକାଳ ସାଢ଼େ ୬ଟା ରୁ ସାଢ଼େ ୧୦ ପର୍ଯ୍ୟନ୍ତ ପାଠପଢ଼଼ାଇବାକୁ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ ସାଢ଼େ ୧୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ରହିବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ମଧ୍ୟ ଅନୁରୂପ ଭାବେ ଚିଠି କରିଛନ୍ତି। ହେଲେ ଭୁବନେଶ୍ୱରର ବହୁ ଘରୋଇ ଶିକ୍ଷାନୁଷ୍ଠାନ ଡିଇଓଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି। ଛାତ୍ରଛାତ୍ରୀଙ୍କ […]

ଭୁବନେଶ୍ୱର: ମୁଣ୍ଡଫଟା ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢ଼଼ା କରିଛନ୍ତି ରାଜ୍ୟ ସରକାର। ସକାଳ ସାଢ଼େ ୬ଟା ରୁ ସାଢ଼େ ୧୦ ପର୍ଯ୍ୟନ୍ତ ପାଠପଢ଼଼ାଇବାକୁ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ ସାଢ଼େ ୧୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ରହିବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ମଧ୍ୟ ଅନୁରୂପ ଭାବେ ଚିଠି କରିଛନ୍ତି। ହେଲେ ଭୁବନେଶ୍ୱରର ବହୁ ଘରୋଇ ଶିକ୍ଷାନୁଷ୍ଠାନ ଡିଇଓଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼଼ା ପ୍ରାୟ ୧୧ଟା ପର୍ଯ୍ୟନ୍ତ ହେଉଥିବାବେଳେ କର୍ମଚାରୀ ଓ ଶିକ୍ଷକଙ୍କୁ ସାଢ଼େ ୧ ପର୍ଯ୍ୟନ୍ତ ବିଦ୍ୟାଳୟରେ ରଖୁଛନ୍ତି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ପାଇଁ କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ

ଅଭିଯୋଗ ଅନୁଯାୟୀ, ବହୁ ଘରୋଇ ବିଦ୍ୟାଳୟ ସେମାନଙ୍କ ମନମାନି କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ୭ରୁ ୧୧ ଯାଏଁ ପାଠ ପଢ଼଼ାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କର୍ମଚାରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସାଢ଼େ ଗୋଟାଏ ପୂର୍ବରୁ ବିଦ୍ୟାଳୟ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦେଉଛନ୍ତି। ଫଳରେ ଖରାରେ ଭାଜି ହେଉଛନ୍ତି ଶିକ୍ଷକ ଓ କର୍ମଚାରୀ। ଘରୋଇ ବିଦ୍ୟାଳୟରେ ଚାକିରି କରୁଥିବାରୁ କର୍ତ୍ତୃପକ୍ଷଙ୍କ ଆଗରେ ମୁହଁ ଖୋଲି ପାରୁନାହାନ୍ତି। ପୂର୍ବରୁ ଶିକ୍ଷକମାନେ ୧୨.୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ରହିବେ ବୋଲି ଡିଇଓ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଶିକ୍ଷକମାନେ ତୀବ୍ର ବିରୋଧ କରିବା ପରେ ସମୟରେ ପରିବର୍ତ୍ତନ କରାଯାଇ ସମସ୍ତଙ୍କ ପାଇଁ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ କରାଯାଇଛି। ଏହାକୁ ମାନୁ ନ ଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ତୋବ ଜଣେ ଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଅନେକ ସମୟରେ ସ୍କୁଲ୍‌‌ରେ ବିଭିନ୍ନ ମିଟିଂ ବାହାନା କରି ଦିନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରଖାଯାଉଛି।

ଆହୁରି ପଢ଼ନ୍ତୁ: ବନ୍ୟା ବିପନ୍ନଙ୍କୁ ଭେଟିବାକୁ ଗଞ୍ଜାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଚାଷୀଙ୍କ ଦୁଃଖ ଶୁଣି ଭାବପ୍ରବଣ ହେଲେ

ସେହିଭଳି ସରକାରୀ ମାର୍ଗ ଦର୍ଶିକା ଅନୁଯାୟୀ ଅନେକ ବିଦ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା କରାଯାଇ ନାହିଁ କିମ୍ବା ଅଂଶୁଘାତର ପ୍ରାଥମିକ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଭିନ୍ନ ବିଦ୍ୟାଳୟରେ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଛୁଟି କରାଯାଉ ଥିବାରୁ ଅଭିଭାବକମାନଙ୍କ ବିଦ୍ୟ୍ୟାଳୟ ବାହାରେ ଖରାରେ ଅପେକ୍ଷା କରୁଛନ୍ତି। ଅଭିଭାବକଙ୍କ ପାଇଁ ଛାଇ ନ ଥିବାରୁ ଧୂ ଧୂ ଖରାରେ ସେମାନେ ସିଝୁଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସଖୀ’ ଅଧୀନରେ ନୂତନ ସିଲେଇ ତାଲିମ କେନ୍ଦ୍ର ନିର୍ମାଣ କରି କଳାହାଣ୍ଡିରେ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଭିଏଏମ୍ଏଲ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର