ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ ଏବଂ ଏନ୍‌ଜିଓ ମୁଖ୍ୟ, ସରକାରୀ ଅର୍ଥ ହେରଫେର ଅଭିଯୋଗ

Madhusudan Das Picture
Published On

ବାରିପଦା: ସରକାରୀ ପାଣ୍ଠି ଓ ସିଏମ୍ଆର୍ଏଫ୍ (CMRF) ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ୱର ଜିଲ୍ଲା କୃଷି ବିଭାଗର ଜଣେ ଅଧିକାରୀଙ୍କ ସମେତ ବାରିପଦାର ଜଣେ ଏନ୍‌ଜିଓ ମୁଖ୍ୟଙ୍କୁ ଭିଜିଲାନ୍ସ ବିଭାଗ ଅଟକ ରଖିଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା ଫେରାର ହୋଇଯାଇଛନ୍ତି। ଆଜି ଭୋର ପ୍ରାୟ ୪ଟା ସମୟରେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ସହକାରୀ କୃଷି ଅଧିକାରୀ ତଥା ସ୍କିମ୍ ଅଫିସର ସରୋଜ ଗିରି ଏବଂ ବାରିପଦା ମୁର୍ଗାବାଡିର ଶକ୍ତିଶିକ୍ଷା ଏନ୍‌ଜିଓ ଅଧ୍ୟକ୍ଷ ତୁଷାର କାନ୍ତ ବେହେରାଙ୍କୁ ଉଠାଇ ନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା ଚଳାଇଛି। 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ : ୧୬ରେ ବାତ୍ୟା ରୂପ, ଦକ୍ଷିଣ ଓଡ଼ିଶା ସହିତ ବୁଡେ଼ଇବ ଉପକୂଳ

ଅନ୍ୟପଟେ ଭିଜିଲାନ୍ସ ଜାଲରେ ଫସିଥିବା ବାଲେଶ୍ୱର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା ବର୍ତ୍ତମାନ ଫେରାର ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏକ ପୁରୁଣା ମିସ୍ କେସ୍ ମାମଲାରେ କୃଷି ବିଭାଗର ୩ ଜଣ ଅଧିକାରୀଙ୍କ ନାମରେ ମାମଲା ଚାଲିଥିବା ବେଳେ ଆରଟିଆଇ (RTI) ତଥ୍ୟ ଆଧାରରେ ଏନେଇ ଏତଲା ଦାୟର ହୋଇଥିଲା। ଚାଷୀମାନଙ୍କ ନାମରେ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଔଷଧ ସିଞ୍ଚନ ଏବଂ ବୈଠକ କରି ସଚେତନତା କାର୍ଯ୍ୟକ୍ରମ କରିବା ବାବଦକୁ ଆସିଥିବା ପ୍ରାୟ ୨୫ ଲକ୍ଷ ୩୦୦ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଆର୍ଥିକ ଅନିୟମିତତା ଏବଂ ସିଏମ୍ଆର୍ଏଫ୍ ପାଣ୍ଠି ବିନିଯୋଗରେ କିଭଳି ହେରଫେର ହୋଇଛି, ସେନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟାନୁଷ୍ଠାନ ସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ଖୋଳତାଡ଼ ଓ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ: ଚିକିଟି ବିଧାୟକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାର ସତ୍ୟାସତ୍ୟ ଉନ୍ମୋଚନର ଗୁରୁଦାୟିତ୍ୱ ଗଣମାଧ୍ୟମ ନେଉ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର