ପଛକୁ ପଛ ଆସୁଛି ଲଘୁଚାପ, ରାଜ୍ୟରେ ଲାଗି ରହିବ ବର୍ଷା…

The Sakala Picture
Published On

ଭୁବନେଶ୍ୱର: ପଛୁକୁ ପଛ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏକାଧିକ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିବ ବର୍ଷା। ଆଗାମୀ ୨୩ କିମ୍ବା ୨୪ ବେଳକୁ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ମାସ ଶେଷକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇପାରେ। ଏହାସହ ୫ ତାରିଖକୁ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ଆଶଙ୍କା ରହିଥିବାରୁ ରାଜ୍ୟରେ ପ୍ରାୟ ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଲାଗି ଜାରି ରହିବାର ସମ୍ଭାବନା ରହିଛି। ପାଣିପାଗ […]

ଭୁବନେଶ୍ୱର: ପଛୁକୁ ପଛ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏକାଧିକ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିବ ବର୍ଷା। ଆଗାମୀ ୨୩ କିମ୍ବା ୨୪ ବେଳକୁ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ମାସ ଶେଷକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇପାରେ। ଏହାସହ ୫ ତାରିଖକୁ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ଆଶଙ୍କା ରହିଥିବାରୁ ରାଜ୍ୟରେ ପ୍ରାୟ ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଲାଗି ଜାରି ରହିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ସୃଷ୍ଟ ଲଘୁଚାପ ଉତ୍ତର ମଧ୍ୟପ୍ରଦେଶରେ ରହିଛି। ମୌସୁମୀ ଟ୍ରଫ୍‌ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବି ରହିଛି। ଫଳରେ ୧୯ ଓ ୨୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି/ବଜ୍ରପାତର ସମ୍ଭାବନା ରହିଛି। ୨୧ରେ ଉତ୍ତରବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପ୍ରଭାବରେ ୨୩ରେ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟତଃ ସେହି ସ୍ଥାନରେ ତିନି ଦିନ ରହି ୨୬ ତାରିଖରେ ସ୍ଥଳ ଭାଗକୁ ଯିବ। ବର୍ତ୍ତମାନର ଲଘୁଚାପ ଭଳି ଏହି ଧାନବାଦ, ପାଟଣା, ପ୍ରାୟଗରାଜ ଓ ଗ୍ୱାଲିୟର ଦେଇ ଦିଲ୍ଲୀ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହା ୨୪ରେ ସଦୃଶ ଲଘୁଚାପ ଓ ୨୫ ସୁଦ୍ଧା ଅବପାତ ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଦ୍ୱାରା ୨୨ ତାରିଖ ଉପରବେଳାଠାରୁ ୨୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୪ ଓ ୨୫ରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ଫୁଲବାଣୀରେ କେତେକ ସ୍ଥାନରେ ଭାରୀବର୍ଷା ହୋଇପାରେ। ୧୯-୨୦ ଓ ୨୩-୨୪ରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ଅଧିକ ରହିଛି ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ବର୍ତ୍ତମାନ ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ଆକାଶ ନିର୍ମଳ ରହୁଛି। ଏଥିପାଇଁ ଟାଣ ଖରା ଅନୁଭୂତ ହେଉଛି। ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ହେତୁ ଗୁଳୁଗୁଳିର ପ୍ରଭାବ ମଧ୍ୟ ରହୁଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର