ଜାନୁଆରୀ ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା, ସାକାର ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ
ପୁରୀ: ଐତିହ୍ୟର ସହର ପୁରୀର ବିକାଶ ଯୋଡିହେବ ଆଉ ଏକ ନୂଆ ଅଧ୍ୟାୟ। ୨୦୨୪ ଜାନୁଆରୀ ୧୭ ତାରିଖରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଉଛି । ଜାନୁୟାରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ । ପାଞ୍ଚଦିନ ଧରି ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା […]
ପୁରୀ: ଐତିହ୍ୟର ସହର ପୁରୀର ବିକାଶ ଯୋଡିହେବ ଆଉ ଏକ ନୂଆ ଅଧ୍ୟାୟ। ୨୦୨୪ ଜାନୁଆରୀ ୧୭ ତାରିଖରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଉଛି । ଜାନୁୟାରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ । ପାଞ୍ଚଦିନ ଧରି ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ ।
ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସକାଳ ୯ଟାରୁ ଅପରାହ୍ନ ଯାଏ ଗଜପତି ମହାରାଜା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ, ଶ୍ରୀସେତୁ ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାର ସମୀକ୍ଷା କରିଛନ୍ତି ।
ସକାଳୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଟାଟା ଓ ଓବିସିସି ଅଧିକାରୀଙ୍କ ସହ ପ୍ରଥମେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସର ବୁଲିଥିଲେ । ସେଠାରେ ନିର୍ମାଣାଧୀନ ବହୁତଳ ପାର୍କିଂ, ପିଲିଗ୍ରୀମ୍ ସେଣ୍ଟର, ମହାପ୍ରସାଦ ସେବନ କରିବା ପାଇଁ ଶେଡ୍ ପ୍ରଭୃତି ଦେଖିଥିଲେ । ଏହାପରେ ଶ୍ରୀ ସେତୁ ଓ ଶେଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ଗଜପତି ମହାରାଜା ।
ଉଲ୍ଲେଖଯୋଗ୍ୟ ୨୦୨୧ ଡିସେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପରେ ପରିକ୍ରମା ମାର୍ଗ, ଅଭ୍ୟର୍ଥନା କେନ୍ଦ୍ର, କ୍ଲୋକରୁମ୍, ସୂଚନା ଓ ଦାନକେନ୍ଦ୍ର, ସର୍ବସାଧାରଣ ଶୌଚାଳୟ, ସେବାୟତ ଶୌଚାଳୟ, ବିଶ୍ରାମ ସ୍ଥଳ, ଜେଟିପି ଆଉଟ୍ ପୋଷ୍ଟ, ଏଟିଏମ କିଓସ୍କୋ, ମହାପ୍ରସାଦ ଓ ଅନ୍ୟାନ୍ୟ ସାମଗ୍ରୀ ଓହ୍ଲାଇବା ଓ ଲଦିବା ସ୍ଥାନ, ଇଲେକ୍ଟ୍ରି ରୁମ୍, ଅଗ୍ନିଶମ ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଲ୍ୟାଣ୍ଡ ସ୍କେପିଂ ଇତ୍ୟାଦି କରାଯାଉଛି । ତେବେ ଯେଉଁ କାମ ବାକି ଅଛି ତାହାକୁ ଶୀଘ୍ର ଶେଷ କରିବା ଲାଗି ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ସମୀକ୍ଷା ବୈଠକରେ ଓବିସିସି ଓ ଟାଟା ପ୍ରୋଜେକ୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁର ଏଣ୍ଡିଂ ପଏଣ୍ଟ ଜଗନ୍ନାଥବଲ୍ଲଭରେ ୪ମହଲା ବିଶିଷ୍ଠ ପାର୍କିଂ ସ୍ଥଳ ନିର୍ମାଣ କରାଯାଉଛି । ଏହାର ଉପର ମହଲାରେ ପିଲିଗ୍ରୀମ ସେଣ୍ଟର ବା ଧ୍ୟାନ କେନ୍ଦ୍ର ରହିଛି । ସେଠାରୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଓ ନରେନ୍ଦ୍ର ପୁଷ୍କରିଣୀର ଅପୂର୍ବ ଦୃଶ୍ୟ ଦେଖି ଭିନ୍ନ ଅନୁଭୂତି ସାଉଣ୍ଟିବେ । ତେବେ ସେଠାରେ ୧,୪୦୦ ଗାଡି ପାର୍କିଂ ସହ ଫୁଡ୍କୋର୍ଟ ଓ ସିଧାସଳଖ ଶ୍ରୀମନ୍ଦିରକୁ ସଂଯୋଗ ପାଇଁ ଆକ୍ସେସ ରୋଡ଼ର ବ୍ୟବସ୍ଥା ହୋଇଛି । ମଙ୍ଗଳାହାଟ ବାଇପାସ୍ରେ ହୋଇଥିବା ଗୋଲେଇ ଓଭର ବ୍ରିଜ ଦ୍ୱାରା ଉଭୟ ବ୍ରହ୍ମଗିରି ଓ ଭୁବନେଶ୍ୱର ରାସ୍ତାକୁ ସଂଯୋଗ କରାଯାଇଛି । ଫଳରେ ଯାତ୍ରୀ ତଥା ପର୍ଯ୍ୟଟକ ଯିବା ଆସିବା ବେଳେ ଆଉ ଦ୍ୱନ୍ଦ୍ୱରେ ପଡିବେ ନାହିଁ । ତେବେ ଏହିସବୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଉଛନ୍ତି ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ ।