ଏଚ୍‌ଏଲ୍‌ସିଏ ବୈଠକରେ ୯ଟି ବଡ଼ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ରାଜ୍ୟରେ ହେବ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ

The Sakala Picture
Published On

ଭୁବନେଶ୍ବର: ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ୍‌ଖୁଣ୍ଟ ପ୍ରତିଷ୍ଠା କରିଛି। ରାଜ୍ୟକୁ ଛୁଟିବାରେ ଲାଗିଛି ନିବେଶର ସୁଅ। ୯ଟି ବୃହତ୍‌ ଶିଳ୍ପ ପ୍ରକଳ୍ପରୁ ରାଜ୍ୟକୁ ଆସିଛି ୧, ୦୧,୮୦୪.୪୩ କୋଟି ଟଙ୍କାର ପୁଞ୍ଜିନିବେଶ। ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୮,୬୫୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସୋମବାର ଅନୁଷ୍ଠିତ ୩୨ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଏହି ସବୁ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହି ୯ ବୃହତ୍‌ ଶିଳ୍ପ ପ୍ରକଳ୍ପ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ […]

ଭୁବନେଶ୍ବର: ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ୍‌ଖୁଣ୍ଟ ପ୍ରତିଷ୍ଠା କରିଛି। ରାଜ୍ୟକୁ ଛୁଟିବାରେ ଲାଗିଛି ନିବେଶର ସୁଅ। ୯ଟି ବୃହତ୍‌ ଶିଳ୍ପ ପ୍ରକଳ୍ପରୁ ରାଜ୍ୟକୁ ଆସିଛି ୧, ୦୧,୮୦୪.୪୩ କୋଟି ଟଙ୍କାର ପୁଞ୍ଜିନିବେଶ। ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୮,୬୫୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସୋମବାର ଅନୁଷ୍ଠିତ ୩୨ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଏହି ସବୁ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହି ୯ ବୃହତ୍‌ ଶିଳ୍ପ ପ୍ରକଳ୍ପ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ର ଇସ୍ପାତ କାରଖାନାର ସମ୍ପ୍ରସାରଣ କ୍ଷେତ୍ରରେ ୭୫,୦୦୦ କୋଟି ଟଙ୍କା ଏବଂ ଭଦ୍ରକ ବୟନ ପାର୍କରେ ଆଇଓସିଏଲ୍‌ ଦ୍ବାରା ୪୩୭୭ କୋଟି ଟଙ୍କାର ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ। ଏଠାରେ ସୂଚନାଯୋଗ୍ୟ ଯେ, ନିକଟରେ ବ୍ୟାଙ୍କ ସମର୍ଥିତ ନିବେଶ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶାକୁ ତୃତୀୟ ରାଙ୍କ ପ୍ରଦାନ କରିଥିଲା। ଏହି କ୍ଷେତ୍ରରେ ଓଡ଼ିଶା ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ଦେଶର ଆଗ ଧାଡିର ଶିଳ୍ପ ରାଜ୍ୟକୁ ପଛରେ ପକାଇଦେଇଛି। ସଦ୍ୟ ୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ଆଗମନ ରାଜ୍ୟର ଶିଳ୍ପ ଭିତ୍ତିଭୂମିକୁ ଆହୁରି ସଶକ୍ତ କରିବ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଏଚ୍‌ଏଲ୍‌ସିଏ ବୈଠକରେ ଇସ୍ପାତ କ୍ଷେତ୍ରରେ ସର୍ବାଧିକ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ରସାୟନ, ବୟନ, ସବୁଜ ଶକ୍ତି, ସବୁଜ ହାଇଡ୍ରୋଜେନ୍‌ ଏବଂ ଗ୍ରୀନ୍‌ ଆମୋନିଆ, ତୈଳ ଏବଂ ଗ୍ୟାସ୍ ଓ ସିମେଣ୍ଟ କ୍ଷେତ୍ରର ଗୋଟିଏ ଲେଖାଁଏ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌ର ଜଗତ୍‌ସିଂହପୁରଠାରେ ସମନ୍ବିତ ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୧୨ ଏମ୍‌ଟିପିଏରୁ ୨୪ ଏମ୍‌ଟିପିଏକୁ ବୃଦ୍ଧି ଯୋଜନା ରହିଛି। ଏ କ୍ଷେତ୍ରରେ କମ୍ପାନୀ ୭୫,୦୦୦ କୋଟି ଟଙ୍କା ନିବେଶ କରିବ। ଏଥିରେ ଦୁଇ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଖୋର୍ଦ୍ଧା ହଳଦିଆପଡାଠାରେ ସବୁଜ ଶକ୍ତି ଏବଂ ଇଏସ୍‌ଡିଏମ୍‌ କ୍ଷେତ୍ରରେ ଅଭାଡା ଇଲେକ୍‌ଟ୍ରୋ ପ୍ରାଇଭେଟ୍‌ ଲିମଟେଡ୍‌ ଦ୍ବାରା ଇଙ୍ଗଟ୍‌.ୱାଫର୍ସ,ସୋଲାର ସେଲ୍‌ ଏବଂ ମଡ୍ୟୁଲ୍‌ ଉତ୍ପାଦନ ପାଇଁ ୧୧,୩୦୦ କୋଟି ଟଙ୍କାର ନିବେଶ କରାଯିବ। ଏହି ୟୁନିଟ୍‌ରେ ୪୦୦୦ ଲୋକ ନିୟୋଜିତ ହେବେ। ସେହିପରି ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ପକ୍ଷରୁ ଭଦ୍ରକ ଭଣ୍ଡାରୀପୋଖରୀସ୍ଥିତ ବୟନ ପାର୍କଠାରେ ୪୩୭୭.୪୬ କୋଟି ଟଙ୍କା ବ୍ୟୟରେ ପଲିଷ୍ଟର ପୋଷାକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏହି କାରଖାନାରେ ୪୩୦୦ ଲୋକଙ୍କୁ ନିଯୁକ୍ତି ଦିଆଯିବ।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

ଅପରପକ୍ଷେ ଇସ୍ପାତ କ୍ଷେତ୍ରରେ ଅନ୍ୟତମ ବୃହତ୍‌ ନିବେଶ ଜିନ୍ଦଲ ଫେରୋସ୍‌ ଲିମିଟେଡ୍‌ରୁ ଆସିଛି। କମ୍ପାନୀ ଯାଜପୁର କଳିଙ୍ଗନଗରଠାରେ ୨.୩୫ ଏମ୍‌ଟିପିଲର କାର୍ବନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ। କମ୍ପାନୀ ଏହି ପ୍ରକଳ୍ପରେ ୩୪୪୯କୋଟି ଟଙ୍କା ନିବେଶ ଯୋଜନା ରଖିଛି। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ୧୩୯୬ ଲୋକଙ୍କୁ ନିଯୁକ୍ତି ମିଳିବ। ଏହାବାଦ୍‌ ଏଲ୍‌ଆଣ୍ଡ୍‌ଟି ଏନର୍ଜୀ ଗ୍ରୀନ୍‌ ଟେକ୍‌ ଲିମିଟେଡ୍‌ ଜଗତ୍‌ସିଂହପୁରସ୍ଥିତ ପାରାଦ୍ବୀପଠାରେ ୧୦୩୦ କୋଟି ଟଙ୍କା ନିେବଶରେ ବାର୍ଷିକ ୩୨୦,୦୦୦ ଏମ୍‌ଟିର ଏକ ଗ୍ରୀନ୍‌ ଆମୋନିଆ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୧୩୧୦ ଜଣଙ୍କୁ ନିଯୁକ୍ତି ମିଳିବ। ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି ଲିମିଟେଡ୍‌ ପକ୍ଷରୁ ଗଞ୍ଜାମ ଗୋପାଳପୁରଠାରେ ୪୦ ଲକ୍ଷ ଏମ୍‌ଟି କ୍ଷମତାବିଶିଷ୍ଟ ଏକ ଏଳ୍‌ଏନ୍‌ଜି ଟର୍ମିନାଲ ସ୍ଥାପନ କରାଯିବ। ୬୬୦ ଜଣଙ୍କୁ ନିଯୁକ୍ତି ଦେବାକୁ ଥିବା ଏହି ପ୍ରକଳ୍ପରେ କମ୍ପାନୀ ୨୩୦୬ କୋଟି ଟଙ୍କାର ନିବେଶ ଯୋଜନା କରିଛି। ସେହିପରି ତୋଷାଳି ସିମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ କୋରାପୁଟ ଅମ୍ପାଭାଲ୍ଲି ପ୍ଲାଣ୍ଟରେ କ୍ଲିଙ୍କର ଏବଂ ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତା ବୃଦ୍ଧି କରିବାକୁ ଯୋଜନା ରଖିଛି। କମ୍ପାନୀ ଏହି ଦୁଇ ପ୍ରକଳ୍ପରେ ମୋଟ ୧୩୮୩.୭୨ କୋଟି ଟଙ୍କା ନିବେଶ କରିବ। ଏଥିରେ ୫୪୯ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଗୁଳି ଫୁଟାଇ କମନ ସର୍ଭିସ ସେଣ୍ଟରରୁ ୨ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର