ଲକ୍ଷ୍ମୀପୁର ଗାଁରେ ବୁଲୁଛି ବାଘ, ଲୋକେ ଭୟଭୀତ

Sakala Desk Picture
Published On

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ପ୍ରଥମ ଥର ପାଇଁ ବାଘ ଦେଖାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ବ୍ଲକର ଲକ୍ଷ୍ମୀପୁର ଗ୍ରାମର ଚାଷ ଜମିରେ ବାଘ ବୁଲୁଥିବା ନେଇ ସ୍ପଷ୍ଟ ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା, ଛତ୍ରପୁର କିମ୍ବା ଏହାର ଆଖପାଖ ଅଞ୍ଚଳରେ କୌଣସି ଜଙ୍ଗଲ ନଥିବା ବେଳେ ବାଘ କିପରି ଜନବସତି ମୁହାଁ ହେଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଗୁରୁବାର ସକାଳେ ଲକ୍ଷ୍ମୀପୁର ଗ୍ରାମର କିଛି ଲୋକ ମନ୍ଦିରରୁ ଫେରିବା ସମୟରେ ଚାଷ ଜମିରେ ଏକ ବାଘ ବୁଲୁଥିବା ଦେଖିଥିଲେ। ଏହାପରେ ସେମାନେ ଗ୍ରାମବାସୀଙ୍କୁ ଓ ପରେ ଛତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ଗଣେଶ ଭସାଣିବେଳେ ଅଘଟଣ, ଜେନେରେଟରରେ ନିଆଁ ଲାଗି ୫ ଶିଶୁ ଗୁରୁତର

ଛତ୍ରପୁର ବନପାଳ ବାବୁ ସେଠିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବନ ବିଭାଗ କର୍ମଚାରୀମାନେ ସେଠାରୁ କିଛି ପାଦ ଚିହ୍ନ ଏବଂ ଲୋମ (ରୁମ୍) ସଂଗ୍ରହ କରିଛନ୍ତି। ପାଦ ଚିହ୍ନକୁ ସ୍କେଲ୍ ଯୋଗେ ମପାଯାଇ ଏହାର ଯାଞ୍ଚ କରାଯାଉଛି। ତେବେ ଏହା ପ୍ରକୃତରେ ବାଘ ନା ଅନ୍ୟ କୌଣସି ଜନ୍ତୁ, ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ବନପାଳ ଶ୍ରୀ ସେଠି ସୂଚନା ଦେଇଛନ୍ତି।

ଅନ୍ୟପଟେ, ଗ୍ରାମବାସୀମାନେ ଦୃଢ଼ତାର ସହ କହିଛନ୍ତି ଯେ ସେମାନେ ନିଜ ଆଖିରେ ବାଘ ଦେଖିଛନ୍ତି। ଗତ ୨ ଦିନ ଧରି ବାଘଟି ଗାଁରେ ପଶି ଛେଳି, କୁକୁଡ଼ା ଆଦି ଖାଇ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଯେପର୍ଯ୍ୟନ୍ତ ବନ ବିଭାଗ ବାଘକୁ ଧରି ନାହିଁ କିମ୍ବା ସେଠାରୁ ଘଉଡ଼ାଇ ନାହିଁ, ସେ ପର୍ଯ୍ୟନ୍ତ ଅଞ୍ଚଳରୁ ଭୟ ଓ ଆତଙ୍କ ଦୂର ହେବ ନାହିଁ ବୋଲି ଲୋକେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର