ମନୋରଞ୍ଜନ
ଓଡ଼ିଶା
ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ
ଭୁବନେଶ୍ୱର: ଓଡ଼ିଶାର ଖଣି ଉପରେ କେନ୍ଦ୍ର ସରକାରଙ୍କର ବହୁ ଦିନରୁ ଲୋଲୁପ ଦୃଷ୍ଟି ଥିଲା; ମାତ୍ର ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥକୁ ଜଗିଥିଲେ। ଓଡ଼ିଶାର ସମ୍ପଦ ଉପରେ ଆଖି ପକାଇବାକୁ କାହାକୁ ସୁଯୋଗ ଦେଇନଥିଲେ। ୨୦୨୪ରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଶାର ଅର୍ଥନୈତିକ, ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନିଆଯିବାକୁ ଚକ୍ରାନ୍ତ ହୋଇଛି। କେନ୍ଦ୍ର ସରକାର ଓଡ଼ିଶା ଉପରେ ଏମଏମଡିଆର ସଂଶୋଧନ ପରି କଳା ଆଇନ ଜୋର ଜବରଦସ୍ତି ଲଦି ଦେଇଛନ୍ତି। ଯାହା ପାଇଁ ଓଡ଼ିଶା ବ୍ୟାପକ କ୍ଷତି ସହିବାକୁ ଯାଉଛି ବୋଲି ରାଜଭବନ ସମ୍ମୁଖରେ ଏପରି ଗର୍ଜିଛି ବିଜେଡି। ବୁଧବାର ରାଜଭାବନ ସମ୍ମୁଖରେ ସଂଶୋଧିତ ଖଣି ଆଇନ ବିରୋଧରେ ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶରେ ଦଳୀୟ ନେତାମାନେ ଡବଲ ଇଞ୍ଜିନ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏହି କଳା ଆଇନର ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବିଜେଡି ନେତାମାନେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।
ଦଳର ନେତାମାନେ କହିଛନ୍ତି ଯେ ଏମଏମଡିଆର ଆଇନ ବଳରେ ରାଜ୍ୟର ହକକୁ କେନ୍ଦ୍ର ସରକାର ଛଡ଼ାଇ ନେବାକୁ ବସିଛନ୍ତି। ୧୮ ବର୍ଷର ନ୍ୟାୟିକ ଲଢେଇ ପରେ ୨୦୨୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ଖଣି ଓ ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଥିଲେ। କିନ୍ତୁ ଏମଏମଡିଆର ଆଇନ ସଂଶୋଧନ ଜରିଆରେ ଉକ୍ତ ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି। ସଂସଦରେ ରାଜ୍ୟ ବିଜେପିର ୨୦ ଲୋକସଭା, ୫ ରାଜ୍ୟସଭା ସାଂସଦମାନେ କୌଣସି ପ୍ରଶ୍ନ କରିବା ବଦଳରେ ଏହି କଳା ଆଇନକୁ ଓଲଟି ସମର୍ଥନ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଆଇନ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରଘାତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦଳର ସାଂସଦମାନେ ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶାର ଖଣିଜ ସମ୍ପଦକୁ ଲୁଣ୍ଠନ ପାଇଁ ଯେଉଁ ଷଡ଼ଯନ୍ତ୍ର ଚାଲିଛି, ତାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ। ଉକ୍ତ କଳା ଆଇନକୁ ରଦ୍ଦ ନ କରିବା ପର୍ଯ୍ୟନ୍ତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଜେଡିର ଲଢେଇ ଜାରି ରହିବ ବୋଲି ଦଳର ନେତାମାନେ କହିଛନ୍ତି।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା, ଅନନ୍ତ ନାରାୟଣ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନିରଞ୍ଜନ ପୂଜାରୀ, ଧ୍ରୁବ ସାହୁ, ବ୍ୟୋମକେଶ ରାୟ, ସୁଜାତା ସାହୁ, ସୁଲୋଚନା ଦାସ, ରାଜେନ୍ଦ୍ର ସାହୁ, ସୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ପ୍ରଦୀପ କୁମାର ଦିଶାରୀ, ଗୌତମବୁଦ୍ଧ ଦାସ, କଳିକେଶ ନାରାୟଣ ସିଂ ଦେଓ, ପ୍ରଶାନ୍ତ ବେହେରା, ବିଭୂତି ବଳବନ୍ତରାୟ, ଅଭିମନ୍ୟୁ ସେଠୀ, ପ୍ରଶାନ୍ତ ମୁଦୁଲି, ଯୋଗେଶ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ମନ୍ମଥ କୁମାର ରାଉତରାୟ, ରିଜୱାନା ବେଗମ୍, ପ୍ରଣବ ବଳବନ୍ତରାୟ, ବିଜୟ ନାୟକ, ଟୁକୁନି ସାହୁ, ପ୍ରଦୀପ କୁମାର ଅମାତ, ଶ୍ରୀନାଥ ସୋରେନ, ରବି ନନ୍ଦ, ଭବପ୍ରସାଦ ଦାସ, ସୁବାସ ସିଂ, ଏନ୍ କେ ନିଜାମୁଦ୍ଦୀନ, ସୁଧୀର ସାମଲ, ଅଂଶୁମାନ ମହାନ୍ତି, ପଦ୍ମନାଭ ବେହେରା, ରମାରଂଜନ ବଳିଆୟାରସିଂହ, ଚନ୍ଦ୍ରସାରଥି ବେହେରା, ପୂର୍ଣ୍ଣ ସ୍ୱାଇଁ, ରଘୁନାଥ ପାଡଲ, ରମେଶ ମାଝୀ, ସଞ୍ଜୀବ ମଲ୍ଲିକ, ସୁବାଷ ବେହେରା, ନୃସିଂହ ସାହୁ, ରୁଦ୍ର ମହାରଥୀ, ମହେଶ ସାହୁ, ମିନତୀ ବେହେରା, ଇରାନୀ ରାୟ, ସଂଘମିତ୍ରା ଦଳେଇ, ମନୋହର ରନ୍ଧାରୀ, ଡ. ପ୍ରିୟବ୍ରତ ମାଝୀ, ସମ୍ୱିତ ରାଉତରାୟ, ଧନଞ୍ଜୟ ସିଦ୍ଧୁ, ଶର୍ମିଷ୍ଠା ସେଠୀ, ଅବିନାଶ ସାମଲ, ପୁଷ୍ପେନ୍ଦ୍ର ସିଂହଦେଓ, ଝିନ ହିକକା, ସୁଦାମ ମାରାଣ୍ଡି, ସାନନ୍ଦ ମାରାଣ୍ଡି, ଡଃ ଦେବାଶିଷ ମାରାଣ୍ଡି, ନାରାୟଣ ପ୍ରସାଦ ଜେନା, ଅରବିନ୍ଦ ସାର୍କେଲ, ମିହିର ରାୟ, ତୁମ୍ୱନାଥ ପଣ୍ଡା, ପ୍ରଫୁଲ୍ଲ ସିଂହ, ଆଶିଷ ଚକ୍ରବର୍ତ୍ତୀ, ମାଧବ ସର୍ଦ୍ଦାର, ଜଗନ୍ନାଥ ନାଏକ, ଅମରେଶ ପତ୍ରି, ମୁଜିବୁଲ୍ଲା ଖାନ୍ (ମୁନା ଖାନ୍), ରାଜଶ୍ରୀ ମଲ୍ଲିକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ବାସନ୍ତୀ ହେମ୍ୱ୍ରମ୍, ପ୍ରତାପ ରାଉତ, ସୁବାଷ ପାତ୍ର,ରାଜେନ୍ଦ୍ର ଦାସ, ସୁବାସ ଚନ୍ଦ୍ର ବେହେରା, ଦେବେଶ ଆଚାର୍ଯ୍ୟ, ସ୍ୱରୂପ କୁମାର ଦାସ, ନିହାର ରଞ୍ଜନ ବେହେରା, ସ୍ୱଦେଶ ଦାସ, ମୁକେଶ ପାଲ, ରଂଜିତା ସାହୁ, ସୁଶାନ୍ତ ବେହେରା, ଗିରୀଶ ଦାସ, ନବୀନା ନାୟକ, କ୍ଲେଶ ପ୍ରଧାନ ପ୍ରମୁଖ ସାମିଲ ଥିଲେ।






