ଶାଶୁ -ଜ୍ୱାଇଁଙ୍କ ଅନୈତିକ ସମ୍ପର୍କକୁ ନେଇ ନିଜ ମା’ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଝିଅ, ଉଭୟ ଥାନାରେ ଅଟକ

The Sakala Picture
Published On

ଗଞ୍ଜାମ: ସ୍ୱାମୀ ସହ ନିଜ ମା’ଙ୍କ ଅନୈତିକ ସମ୍ପର୍କ ଏବଂ ମଦ୍ୟପ ସ୍ୱାମୀ ସବୁବେଳେ ମାରଧର କରୁଥିବା ଅଭିଯୋଗ କରି ଥାନାରେ ଦ୍ୱାରସ୍ଥ ହୋଇଛି ଝିଅ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଥାନା ପୁଲିସ ସ୍ୱାମୀ ଓ ମାଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼କାଇଁଚପୁର ଗ୍ରାମରେ। ଏତଲାରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜୈନିକା ମହିଳା ଗତ ୨୦୧୩ରେ ରମ୍ଭା ଅଞ୍ଚଳରେ ବିବାହ […]

ଗଞ୍ଜାମ: ସ୍ୱାମୀ ସହ ନିଜ ମା’ଙ୍କ ଅନୈତିକ ସମ୍ପର୍କ ଏବଂ ମଦ୍ୟପ ସ୍ୱାମୀ ସବୁବେଳେ ମାରଧର କରୁଥିବା ଅଭିଯୋଗ କରି ଥାନାରେ ଦ୍ୱାରସ୍ଥ ହୋଇଛି ଝିଅ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଥାନା ପୁଲିସ ସ୍ୱାମୀ ଓ ମାଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼କାଇଁଚପୁର ଗ୍ରାମରେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏତଲାରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜୈନିକା ମହିଳା ଗତ ୨୦୧୩ରେ ରମ୍ଭା ଅଞ୍ଚଳରେ ବିବାହ କରିଥିଲେ। ଇତି ମଧ୍ୟରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। ସ୍ୱାମୀ-ସ୍ତ୍ରୀଙ୍କ ମନୋମାଳିନ୍ୟର ଫାଇଦା ଉଠାଇ ଉକ୍ତ ମହିଳାଙ୍କ ମାଆ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ମାଆ କଥାରେ ପଡ଼ି ସ୍ତ୍ରୀକୁ ମାରଧର କରୁଥିବା ଏତଲାରେ ଦର୍ଶାଯାଇଛି। ନିଜ ମାଆ ଓ ସ୍ୱାମୀର ଅକଥନୀୟ ନିର୍ଯ୍ୟାତନା ସହ୍ୟ କରି ନ ପାରି ବାଧ୍ୟ ହୋଇ ପିଲାମାନଙ୍କୁ ନେଇ ଭୁବନେଶ୍ୱରରେ ଭଡ଼ା ଘରେ ରହି ଆସୁଥିଲେ। ସେହି ସମୟରେ ଉକ୍ତ ମହିଳା ଜଣକ ଗଞ୍ଜାମ ଥାନାରେ ଏତଲା ଦେବା ପରେ ସ୍ୱାମୀ ଗିରଫ ହୋଇ ଜେଲ ଯାଇଥିଲା। ପରେ ମାଆ ତାଙ୍କୁ ଜାମିନରେ ନିଜ ଘରେ ରଖି ବାରମ୍ୱାର ଶାରୀରିକ ସମ୍ପର୍କ ରଖି ଆସିଥିବା ମହିଳା ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ପର୍ଯ୍ୟନ୍ତ କୌଣସି ସମାଧାନ ନ ହେବାରୁ ମହିଳା ଜଣକ ଘରକୁ ଆସି ନିଜର ଜିନିଷ ପତ୍ର ଓ ସୁନା ରୁପା ମାଗିବାରୁ ମାଆ ଓ ସ୍ୱାମୀ ମାରଧାର କରିଥିଲେ। ଏନେଇ ସେ ସୋମବାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁଧବାର ପୁଲିସ ଗଞ୍ଜାମ ଥାନା କେସନଂ. ୨୧୨/୨୧ରେ ମାମଲା ରୁଜୁ କରି ସହ ମହିଳାଙ୍କ ମାଆ ଓ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

30 Nov 2021 By The Sakala

ଶାଶୁ -ଜ୍ୱାଇଁଙ୍କ ଅନୈତିକ ସମ୍ପର୍କକୁ ନେଇ ନିଜ ମା’ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଝିଅ, ଉଭୟ ଥାନାରେ ଅଟକ

ଗଞ୍ଜାମ: ସ୍ୱାମୀ ସହ ନିଜ ମା’ଙ୍କ ଅନୈତିକ ସମ୍ପର୍କ ଏବଂ ମଦ୍ୟପ ସ୍ୱାମୀ ସବୁବେଳେ ମାରଧର କରୁଥିବା ଅଭିଯୋଗ କରି ଥାନାରେ ଦ୍ୱାରସ୍ଥ ହୋଇଛି ଝିଅ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଥାନା ପୁଲିସ ସ୍ୱାମୀ ଓ ମାଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼କାଇଁଚପୁର ଗ୍ରାମରେ।

ଏତଲାରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜୈନିକା ମହିଳା ଗତ ୨୦୧୩ରେ ରମ୍ଭା ଅଞ୍ଚଳରେ ବିବାହ କରିଥିଲେ। ଇତି ମଧ୍ୟରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। ସ୍ୱାମୀ-ସ୍ତ୍ରୀଙ୍କ ମନୋମାଳିନ୍ୟର ଫାଇଦା ଉଠାଇ ଉକ୍ତ ମହିଳାଙ୍କ ମାଆ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ମାଆ କଥାରେ ପଡ଼ି ସ୍ତ୍ରୀକୁ ମାରଧର କରୁଥିବା ଏତଲାରେ ଦର୍ଶାଯାଇଛି। ନିଜ ମାଆ ଓ ସ୍ୱାମୀର ଅକଥନୀୟ ନିର୍ଯ୍ୟାତନା ସହ୍ୟ କରି ନ ପାରି ବାଧ୍ୟ ହୋଇ ପିଲାମାନଙ୍କୁ ନେଇ ଭୁବନେଶ୍ୱରରେ ଭଡ଼ା ଘରେ ରହି ଆସୁଥିଲେ। ସେହି ସମୟରେ ଉକ୍ତ ମହିଳା ଜଣକ ଗଞ୍ଜାମ ଥାନାରେ ଏତଲା ଦେବା ପରେ ସ୍ୱାମୀ ଗିରଫ ହୋଇ ଜେଲ ଯାଇଥିଲା। ପରେ ମାଆ ତାଙ୍କୁ ଜାମିନରେ ନିଜ ଘରେ ରଖି ବାରମ୍ୱାର ଶାରୀରିକ ସମ୍ପର୍କ ରଖି ଆସିଥିବା ମହିଳା ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ପର୍ଯ୍ୟନ୍ତ କୌଣସି ସମାଧାନ ନ ହେବାରୁ ମହିଳା ଜଣକ ଘରକୁ ଆସି ନିଜର ଜିନିଷ ପତ୍ର ଓ ସୁନା ରୁପା ମାଗିବାରୁ ମାଆ ଓ ସ୍ୱାମୀ ମାରଧାର କରିଥିଲେ। ଏନେଇ ସେ ସୋମବାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁଧବାର ପୁଲିସ ଗଞ୍ଜାମ ଥାନା କେସନଂ. ୨୧୨/୨୧ରେ ମାମଲା ରୁଜୁ କରି ସହ ମହିଳାଙ୍କ ମାଆ ଓ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

https://www.thesakala.in/crime/daughter-complains-of-her-mother-mother-in-laws-affairboth-detained-at-police-station/article-7275
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର