ବିଚ୍ ରାସ୍ତାରେ ଯୁବକକୁ ଗୁଳିକରି ହତ୍ୟା, ଦୁର୍ବୁର୍ତ୍ତ ଫେରାର

Madhusudan Das Picture
Published On

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଯୁବକକୁ ଗୁଳିକରି ହତ୍ୟା । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଗଜବନ୍ଧ ବ୍ରାହ୍ମଣୀପାଲି ଗ୍ରାମର ସୁଦାମ ନାଗ।

ଆହୁରି ପଢ଼ନ୍ତୁ: ପାଟଣାଗଡ଼ରେ ଚାଞ୍ଚଲ୍ୟ: ସାମାନ୍ୟ କଳିରୁ ବଡ଼ ଭାଇକୁ ଖଟ କାଠରେ ପିଟିପିଟି ମାରିଦେଲା ସାନ ଭାଇ

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ସୁଦାମଙ୍କୁ ଲକ୍ଷ୍ୟ କରି ପ୍ରାୟ ୪ ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ସେ ଗୁରୁତର ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ନିର୍ମମ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ଏହି ଗୁଳିକାଣ୍ଡ ଘଟିଲା, ସେ ନେଇ ଅନୁସନ୍ଧାନ ଜାରି ରହିଛି। ଅପରାଧୀମାନେ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର