ଯୁବ ସାମ୍ବାଦିକ ଅଲୌକିକ ଗରାବଡୁ ସମ୍ବର୍ଦ୍ଧିତ
ଭୁବନେଶ୍ବର : ୱିନର ଆସୋସିଏସନ ପକ୍ଷରୁ ଯୁବ ସାମ୍ବାଦିକ ଅଲୌକିକ ଗରାବଡୁ ସମ୍ବର୍ଦ୍ଧିତ ହୋଇଛନ୍ତି। ସହିଦନଗର ୱିନର ଆସୋସିଏସନ ପକ୍ଷରୁ ଗଣେଶ ଚତୁର୍ଥୀ ଅବସରରେ ଆୟୋଜିତ ଗଣେଶ ମହୋତ୍ସବ ୨୦୨୫ରେ ନନ୍ଦଘୋଷ ଟିଭିର ଯୁବ ସାମ୍ବାଦିକ ଅଲୌକିକ ଗରାବଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସହିଦନଗର ୱିନର ଆସୋସିଏସନ ପକ୍ଷରୁ ୨୦୧୦ ମସିହାରୁ ବିଘ୍ନରାଜ ଗଜାନନଙ୍କ ପୂଜା ଶାନ୍ତି ଶୃଙ୍ଖଳାର ସହିତ ହୋଇ ଆସୁଛି। ୱିନର ଆସୋସିଏସନ ଗତ ୯ ବର୍ଷ କାଳ ଧରି ଓଡ଼ିଶାରେ ବଡ଼ ଗଣେଶ କରୁଥିବା ଅନୁଷ୍ଠାନ […]
ଭୁବନେଶ୍ବର : ୱିନର ଆସୋସିଏସନ ପକ୍ଷରୁ ଯୁବ ସାମ୍ବାଦିକ ଅଲୌକିକ ଗରାବଡୁ ସମ୍ବର୍ଦ୍ଧିତ ହୋଇଛନ୍ତି। ସହିଦନଗର ୱିନର ଆସୋସିଏସନ ପକ୍ଷରୁ ଗଣେଶ ଚତୁର୍ଥୀ ଅବସରରେ ଆୟୋଜିତ ଗଣେଶ ମହୋତ୍ସବ ୨୦୨୫ରେ ନନ୍ଦଘୋଷ ଟିଭିର ଯୁବ ସାମ୍ବାଦିକ ଅଲୌକିକ ଗରାବଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ସହିଦନଗର ୱିନର ଆସୋସିଏସନ ପକ୍ଷରୁ ୨୦୧୦ ମସିହାରୁ ବିଘ୍ନରାଜ ଗଜାନନଙ୍କ ପୂଜା ଶାନ୍ତି ଶୃଙ୍ଖଳାର ସହିତ ହୋଇ ଆସୁଛି। ୱିନର ଆସୋସିଏସନ ଗତ ୯ ବର୍ଷ କାଳ ଧରି ଓଡ଼ିଶାରେ ବଡ଼ ଗଣେଶ କରୁଥିବା ଅନୁଷ୍ଠାନ ଭାବେ ପରିଚିତ। ବାହ୍ୟ ଆଡ଼ମ୍ବରରେ ନ ମାତି ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା ରୀତି ନୀତି କିପରି ଠିକ ହୋଇ ପାରିବ ସର୍ବଦା ଚେଷ୍ଟା କରାଯାଇଥାଏ। ଚଳିତ ବର୍ଷ ପ୍ରଭୁ ଗଜାନନଙ୍କର ମୂର୍ତ୍ତୀର ଉଚ୍ଚତା ୪୬ ଫୁଟ ରହିଥିବା ବେଳେ ୮୧ କେଜିର ଲଡୁ ଭୋଗ କରାଯାଇଛି। ଏହି ଅବସରରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ସାମଜରେ ବିଭିନ୍ନ ବର୍ଗର ଲୋକଙ୍କୁ ୱିନର ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।






