ଭୁବନେଶ୍ୱରରେ ଚଳିତ ବର୍ଷର ପ୍ରଥମ ଘନ କୁହୁଡ଼ି: ୧୫୦ ମିଟରକୁ ଖସିଲା ଦୃଶ୍ୟମାନ ଦୂରତା, ଯାତାୟାତ ବାଧାପ୍ରାପ୍ତ

Madhusudan Das Picture
Published On

ଭୁବନେଶ୍ୱର: କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା ରାଜଧାନୀ ଭୁବନେଶ୍ୱର । ଶନିବାର ସକାଳେ ଭୁବନେଶ୍ୱରରେ ଚଳିତ ଶୀତ ଋତୁର ପ୍ରଥମ ଘନ କୁହୁଡ଼ି ଦେଖିବାକୁ ମିଳିଛି। ସହରର ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ମାତ୍ର ୧୫୦ ମିଟରକୁ ହ୍ରାସ ପାଇବା ଫଳରେ ସାଧାରଣ ଜୀବନଯାତ୍ରା ଏବଂ ଯାତାୟାତ ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

କୁହୁଡ଼ିର ମୋଟା ଆସ୍ତରଣ ଯୋଗୁଁ ରାସ୍ତାଘାଟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଶେଷ କରି ଜାତୀୟ ରାଜପଥ ଓ ପ୍ରମୁଖ ଛକଗୁଡ଼ିକରେ ଗାଡ଼ି ଚାଳକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଦୃଶ୍ୟମାନ ଦୂରତା କମ୍ ଥିବାରୁ ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ିଗୁଡ଼ିକ ବହୁତ ଧିମା ଗତିରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ଚାଳକ ନିଜ ଗାଡ଼ିର ହେଡ୍‌ଲାଇଟ୍ ବ୍ୟବହାର କରି ଯାତ୍ରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି: ଗଞ୍ଜାମ ଏବଂ ଗଜପତିରେ ଅକ୍ଟୋବର ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ସାମୁଦ୍ରିକ ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ଶେଷ ହେବା ପରେ ପାଣିପାଗରେ ଏହି ପରିବର୍ତ୍ତନ ଦେଖାଦେଇଛି। ବାତ୍ୟା ଅତିକ୍ରମ କରିବା ପରେ ରାତିର ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡାର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଏହାକୁ ଚଳିତ ବର୍ଷ ଶୀତ ଋତୁର ପ୍ରକୃତ ଆଗମନ ବୋଲି ସ୍ଥାନୀୟ ବାସିନ୍ଦା ଅନୁଭବ କରୁଛନ୍ତି। କୁହୁଡ଼ି ଯୋଗୁଁ ସକାଳ ସମୟରେ ବାହାରକୁ ବାହାରିବା କଷ୍ଟକର ହୋଇପଡିଥିଲା।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ଗଞ୍ଜାମରେ ଭାସିଗଲା ପଳାସପୁର ପୋଲ, ଦିଗପହଣ୍ଡି-ଆସିକା ଯୋଗାଯୋଗ ବିଚ୍ଛିନ୍ନ

ପାଣିପାଗ ବିଶେଷଜ୍ଞ ଏବଂ କର୍ତ୍ତୃପକ୍ଷ ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଗାଡ଼ି ଚଲାଇବାକୁ ପରାମର୍ଶ ଦେଇଛନ୍ତି। ଘନ କୁହୁଡ଼ି ସମୟରେ ହେଡ୍‌ଲାଇଟ୍ ଏବଂ ଫଗ୍ ଲାଇଟ୍ ବ୍ୟବହାର କରିବା ସହ ଅନ୍ୟ ଗାଡ଼ିଠାରୁ ନିରାପଦ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଶୀତୁଆ ପରିବେଶ ସହିତ କୁହୁଡ଼ିର ପ୍ରକୋପ ଆଗାମୀ ଦିନରେ ଅଧିକ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର