ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ପାଇଁ ବିଜେପି ସରକାରଙ୍କୁ ଦାୟୀ କଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ଲାଗି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ପ୍ରେସମିଟ୍ କରି ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛି ବିଜେଡି । ବାତ୍ୟା ପରେ ପ୍ରବଳ ବର୍ଷାରେ ଗଞ୍ଜାମ ଗଜପତି ଜିଲ୍ଲା ବୁଡୁଥିବାବେଳେ ରାଜସ୍ବ ମନ୍ତ୍ରୀ କଣ କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି । ପ୍ରସ୍ତୁତି କେବଳ ନିଜର ବାହାବା ନେବା ପାଇଁ ବୋଲି ବିଜେଡି ପ୍ରଶ୍ନ କରିଛି । ଜିଲ୍ଲା ଦାୟିତ୍ୱରେ ମନ୍ତ୍ରୀମାନେ କ'ଣ କରୁଥିଲେ ? ସେମାନେ କାହା ସହିତ ଆଲୋଚନା କରୁଥିଲେ ? ବାତ୍ୟା ସମୟରେ ଲୋକଙ୍କ ସହିତ ଆଲୋଚନା କରୁଥିଲେ ନା ବାଲି ମାଫିଆଙ୍କ ସହିତ ଆଲୋଚନା କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଗଞ୍ଜାମ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି । ଯାଜପୁରରେ ଦୁଇଟି ନିର୍ବାଚନମଣ୍ଡଳୀର ବିଜେଡି ପ୍ରତିନିଧିତ୍ବ ପାଇଁ ଯେପରି ଘାଇ ମରାମତି କଲେନି ସେମିତି ଗଞ୍ଜାମରେ ଜାଣି ଶୁଣି ବନ୍ଧ ବାନ୍ଧିଲେ ନାହିଁ । ସରକାର ଏୟାର ଲିଫ୍ଟିଂ କରିବା କଥା କହୁଛନ୍ତି । ୫୦ହଜାର ଲୋକଙ୍କୁ ଏୟାର ଲିଫ୍ଟିଂ କରିଦେବେ ବୋଲି କହିଥିଲେ । ଏହା ସରକାରଙ୍କ ଡାହା ମିଛ । କେତେ ହେଲିକ୍ୟାପ୍ଟର ସରକାରଙ୍କର ଅଛି ତା'ର ଉତ୍ତର ଦାବି କରିଛି ବିଜେଡି । ଗଞ୍ଜାମ, ଗଜପତି ପାଇଁ ସରକାର କେବଳ ମିଡ଼ିଆ ପ୍ରସ୍ତୁତି କରିଥିଲେ ବୋଲି ଦଳ ଅଭିଯୋଗ କରିଛି । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସ୍ତୁତିରେ ଥିଲେ ସରକାର । ଯଦି ପ୍ରସ୍ତୁତି ଥିଲା ତାହେଲେ ଡ୍ୟାମରୁ ପାଣି କାହିଁକି ଖାଲି ହେଲା ନାହିଁ ? ଡ୍ୟାମ ପାଣି ଉଛୁଳି ଗାଁରେ ପଶିଲା । ପୂର୍ବରୁ ସୂଚନା ଥିଲା, କାହିଁକି ସରକାର ସଜାଗ ହେଲେ ନାହିଁ । ଲୋକେ ପାଣି ଘେରରେ ଜଳବନ୍ଦୀ । ବିପର୍ଯ୍ୟୟ ମୁକାବିଲାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି କହିଛି ବିଜେଡି । ବନ୍ୟା ବାତ୍ୟାକୁ ଠିକ ଭାବେ ପରିଚାଳନା କରିପାରିନାହାନ୍ତି ସରକାର । ଗଞ୍ଜାମ ଗଜପତିରେ ବାଲି ମାଫିଆଙ୍କ ପାଇଁ ବନ୍ୟା ହୋଇଛି ବୋଲି ବିଜେଡି ବଡ଼ ଅଭିଯୋଗ ଆଣିଛି । ଗଞ୍ଜାମ ଓ ଗଜପତି ଅବସ୍ଥା ପାଇଁ ଯେଉଁମାନେ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବେ କି ସରକାର ବୋଲି ବିଜେଡି ପ୍ରଶ୍ନ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଜଳସମ୍ପଦ ବିଭାଗ ଅଛି । ତାଙ୍କ ମୁଣ୍ଡ ଉପରକୁ ଦାୟିତ୍ୱ ନେବେ କି ବୋଲି ପ୍ରଶ୍ନ କରିଛି ବିଜେଡି । ତୁରନ୍ତ ରିଲିଫ ପହଞ୍ଚାଇବା ଏବଂ ଉଦ୍ଧାର କରିବାକୁ ଦାବି କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଆତଙ୍କ: ଘରେ ପଶି ଯୁବତୀ ଓ ତାଙ୍କ ବାପା-ମା'ଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର