ରାଜ୍ୟରେ ଛାତ୍ରୀ ଓ ମହିଳା ଅସୁରକ୍ଷିତ ପ୍ରସଙ୍ଗ; ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ରଣହୁଙ୍କାର

The Sakala Picture
Published On

ଭୁବନେଶ୍ୱର: ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୧ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୋପାଳପୁର ବିଚ୍‌ରେ ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଏହି ଘଟଣା ମାନବତା ଉପରେ ଏକ ଅତ୍ୟନ୍ତ ନିନ୍ଦନୀୟ ଆକ୍ରମଣର ଅତୁଟ ପ୍ରମାଣ ଦେଉଛି। ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ […]

ଭୁବନେଶ୍ୱର: ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୧ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୋପାଳପୁର ବିଚ୍‌ରେ ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଏହି ଘଟଣା ମାନବତା ଉପରେ ଏକ ଅତ୍ୟନ୍ତ ନିନ୍ଦନୀୟ ଆକ୍ରମଣର ଅତୁଟ ପ୍ରମାଣ ଦେଉଛି। ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରାଯାଇଥିଲା। ଏହି ଅମାନବୀୟ କାର୍ଯ୍ୟ ସମାଜରେ ଭୟର ବାତାବରଣ ସୃଷ୍ଟି କରିଛି । ବିଜେପି ସରକାରରେ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ପ୍ରମୁଖ ମହିଳା ଓ ଛାତ୍ରୀ ନିର୍ଯାତନା ଘଟଣାମାନ ହେଲା: (ସେପ୍ଟେମ୍ୱର ୧୭, ୨୦୨୪)ରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, (ସେପ୍ଟେମ୍ୱର ୨୨, ୨୦୨୪)ରେ ଭୁବନେଶ୍ୱର, ଭରତପୁର ପୋଲିସ୍‌ ଷ୍ଟେସନରେ ମହିଳାଙ୍କୁ ଦୁର୍ବ୍ୟବହାର, ଅକ୍ଟୋବର ୨୩, ୨୦୨୪ରେ କୁଚିଣ୍ଡାରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ, (ମେ’ ୩, ୨୦୨୫)ରେ କୋରାପୁଟ ଲମତାପୁଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲରେ ନାବାଳିକାକୁ ଦୁଷ୍କର୍ମ, (ଜୁନ ୧୭, ୨୦୨୫)ରେ କେନ୍ଦୁଝର ତେନ୍ତଳାପଶିରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା, (ଜୁନ୍‌ ୨୪, ୨୦୨୫)ରେ ବ୍ରହ୍ମପୁରରେ ବିଜେପିର ଜଣେ ସକ୍ରିୟ ସଦସ୍ୟ ତଥା ହୋମିଓପାଥି ଡାକ୍ତରଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର, (ଜୁଲାଇ ୨୨, ୨୦୨୫)ରେ ମାଲକାନଗିରିରେ ଗୋଟିଏ ଦିନରେ ଦଳିତ ନାବାଳିକାକୁ ପ୍ରଥମେ ୩ ଜଣ ଗଣଦୁଷ୍କର୍ମ କରିବା ପରେ ଦ୍ୱିତୀୟ ଥର ଟ୍ରକ ଡ୍ରାଇଭର ଦ୍ୱାରା ଦୁଷ୍କର୍ମର ଶିକାର।

ଆହୁରି ପଢ଼ନ୍ତୁ: ଶୀଘ୍ର ବିଦାୟ ନେବ ମୌସୁମୀ: ୧୯ରୁ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ତଥାପି ଓଡ଼ିଶାରେ ପୁଣି ଫେରିବ ବର୍ଷା

ଏହି ଘଟଣାଗୁଡ଼ିକ ବ୍ୟତୀତ (ଜୁଲାଇ ୧୮, ୨୦୨୫)ରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳର ଡୁକୁମ ଗ୍ରାମରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ, (ଜୁଲାଇ ୨୦, ୨୦୨୫)ରେ ମୟୂରଭଞ୍ଜ ବାଙ୍ଗିରିପୋଷିରେ ଓ କନ୍ଧମାଳ ତୁମୁଡ଼ିବନ୍ଧରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ, (ଜୁଲାଇ ୨୬, ୨୦୨୫)ରେ କନ୍ଧମାଳ ତୁମୁଡ଼ିବନ୍ଧରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏହିସବୁ ଘଟଣା କେବଳ ନାରୀଙ୍କ ସୁରକ୍ଷା ଉପରେ ନୁହେଁ, ବରଂ ସାମୁଦାୟିକ ବିଶ୍ୱାସ, ଶିକ୍ଷାସ୍ଥଳର ସୁରକ୍ଷା ଓ ଆଇନ ଏବଂ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ନ୍ୟାୟ ଦାବିରେ ରାଜ୍ୟରେ ବିଭିନ୍ନ କଲେଜରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଲିରେ ଯାଇ ଛାତ୍ରୀ ଓ ନାରୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ସହ ଓଡ଼ିଶାରେ ଅହେତୁକ ବୃଦ୍ଧି ପାଇଥିବା ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ଓ ଅପରାଧ ବିରୁଦ୍ଧରେ ତ୍‌”ରିତ ଉପଯୁକ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି ନ୍ୟାୟ ଦାବିରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ନିକଟସ୍ଥ ଥାନା ଓ ଏସ୍‌ପି ଅଫିସରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉପରୋକ୍ତ ସମସ୍ତ ଘଟଣାର ନିଷ୍ପକ୍ଷ ଓ ତ୍ୱରିତ ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ । ଦୋଷୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଶିକ୍ଷା ସ୍ଥଳଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ସୁରକ୍ଷା ବୃଦ୍ଧି କରିବାକୁ ଦୃଢ଼ ପଦକ୍ଷେପ ନିଆଯାଉ। ନାରୀ ସୁରକ୍ଷା ପାଇଁ ଏକ ଅଧିକ କି୍‌ରୟାଶୀଳ ଓ ପ୍ରଭାବଶାଳୀ ମେକାନିଜମ୍‌ ଗଠନ କରାଯାଉ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ଏହି କାର୍ଯ୍ୟକ୍ରମ ଆଜି ସଫଳତାର ସହ ଭୁବନେଶ୍ୱରର ବିଜେବି କଲେଜ, କଟକର ଷ୍ଟ୍ରୁଆର୍ଟ ସାଇନ୍ସ କଲେଜ ଓ ଖ୍ରୀଷ୍ଟ କଲେଜ, କଳାହାଣ୍ଡିର ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏବଂ ଗୁଣୁପୁର କଲେଜର ଛାତ୍ରଛାତ୍ରୀମାନେ କଲେଜ ପରିସରରେ ସୌମ୍ୟାଶ୍ରୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ରାଲିରେ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର