ବଲାଙ୍ଗୀର ଧନୁଯାତ୍ରାରେ ଅଘଟଣ: ହାତୀ ଆକ୍ରମଣରେ ମାହୁତଙ୍କ ମୃତ୍ୟୁ

Madhusudan Das Picture
Published On

ବଲାଙ୍ଗୀର: ଧନୁଯାତ୍ରାରେ ମାହୁନ୍ତଙ୍କୁ ଦଳିଦେଲା ଦନ୍ତା । ଯେଉଁ ହାତୀକୁ ନେଇ ଧନୁଯାତ୍ରାକୁ ଆସିଥିଲେ, ସେହି ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମରେ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ଘଟିଛି ଏପରି ହୃଦୟବିଦାରକ ଘଟଣା । ହାତୀ ଆକ୍ରମଣରେ ଜଣେ ମାହୁତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମାହୁତଙ୍କ ନାମ କଳ୍ପନା ଦୁବେ ଏବଂ ସେ ଉତ୍ତର ପ୍ରଦେଶର ଆଲ୍ଲାହାବାଦ ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ବଙ୍ଗୋମୁଣ୍ଡା ପୋଲିସ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହାତୀଟି କାହିଁକି ଏବଂ କେଉଁ ପରିସ୍ଥିତିରେ ହିଂସ୍ର ହୋଇଉଠିଲା, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା: ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ୧୪ ଅଧିକାରୀ ନିୟୋଜିତ

ବଙ୍ଗୋମୁଣ୍ଡା ଧନୁଯାତ୍ରାରେ ହାତୀ ଏକ ମୁଖ୍ୟ ଆକର୍ଷଣ ହୋଇଥାଏ। ପରମ୍ପରା ମୁତାବକ, ମହାରାଜା କଂସ ଏକ ବିଶାଳ ନଗର ପରିକ୍ରମା ଶେଷ କରି ହାତୀ ପିଠିରେ ବସି ମଞ୍ଚକୁ ଆଗମନ କରନ୍ତି। ଏଥିପାଇଁ ମାହୁତ କଳ୍ପନା ଦୁବେ ହାତୀ ସହ ଆଲ୍ଲାହାବାଦରୁ ଏଠାକୁ ଆସିଥିଲେ। କିନ୍ତୁ ହଠାତ୍ ହାତୀଟି ଉତ୍ତ୍ୟକ୍ତ ହୋଇ ମାହୁତଙ୍କୁ ଆକ୍ରମଣ କରିଥିଲା। ଏହି ଘଟଣା ଯୋଗୁଁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। 

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ଲ୍ୟାଣ୍ଡଫଲ୍: ସ୍ଥିତି ନିୟନ୍ତ୍ରଣାଧୀନ ଥିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା, ୩.୭୨ ଲକ୍ଷ ଲୋକ ସ୍ଥାନାନ୍ତରିତ

ଗୁରୁତର ଅବସ୍ଥାରେ ମାହୁତଙ୍କୁ ପ୍ରଥମେ ବଙ୍ଗୋମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଧନୁଯାତ୍ରାର ଉତ୍ସବମୁଖର ପରିବେଶରେ ଶୋକର ଛାୟା ଖେଳିଯାଇଛି। 

ଆହୁରି ପଢ଼ନ୍ତୁ: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅକୱାନ'; ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର