ଡେଟିଂ ଓ ହୁକ୍‌ଅପ୍‌ ସଂସ୍କୃତି ମାୟାରେ ଜେନ୍‌-ଜି; ବ୍ୟକ୍ତିଗତ ସ୍ୱାଧୀନତା, ଆର୍ଥିକ ସ୍ୱାବଲମ୍ବନ ଓ ମୁକ୍ତ ଜୀବନ ଚାହାନ୍ତି କିଶୋର

Madhusudan Das Picture
Published On

ଅହମଦାବାଦ: ବିବାହକୁ ଜୀବନର ଏକ ଅପରିହାର୍ଯ୍ୟ ପର୍ଯ୍ୟାୟ ଭାବେ ଗ୍ରହଣ କରିବାକୁ ଆଜିର ଯୁବପିଢ଼ି ବିଶେଷକରି ଜେନ୍‌-ଜି ଆଉ ପ୍ରସ୍ତୁତ ନୁହନ୍ତି। ବ୍ୟକ୍ତିଗତ ସ୍ୱାଧୀନତା, କ୍ୟାରିୟର, ଆର୍ଥିକ ସ୍ୱାବଲମ୍ବନ ଓ ନିଜ ଇଚ୍ଛାରେ ଜୀବନ ବଞ୍ଚିବାକୁ ସେମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି। ବିବାହକୁ ସାମାଜିକ ଦାୟିତ୍ୱ ନୁହେଁ; ବରଂ ବ୍ୟକ୍ତିଗତ ପସନ୍ଦ ଭାବେ ଦେଖୁଛନ୍ତି। ଗୁଜରାଟରେ ଅବିବାହିତ ମହିଳାଙ୍କ ସଂଖ୍ୟା ବୃଦ୍ଧି ଏହି ପରିବର୍ତ୍ତନର ସଙ୍କତ ଦେଉଛି। ନମୁନା ପଞ୍ଜୀକରଣ ବ୍ୟବସ୍ଥାର ୨୦୨୪ ରିପୋର୍ଟ ଅନୁଯାୟୀ, ୧୫ ବର୍ଷରୁ ଊର୍ଦ୍ଧ୍ୱ ଅବିବାହିତ ମହିଳାଙ୍କ ହାର ୨୦୧୪ରେ ୧୮.୨ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୨୭.୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଏକ ଦଶନ୍ଧିରେ ପ୍ରାୟ ୯ ପ୍ରତିଶତ ବୃଦ୍ଧି ଘଟିଛି। ବ୍ରିଟେନ୍‌ର ଏକ ସର୍ବେକ୍ଷଣ ମଧ୍ୟ ଜେନ୍‌-ଜିର ଅଧା ଲୋକ ବିବାହକୁ ଅନାବଶ୍ୟକ ବୋଲି ମତ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ବ୍ରିଜ୍ ଉପରୁ ୧୦୦ ମିଟର ତଳକୁ ଖସିଲା ବସ୍, ୮ ମୃତ

ଅହମଦାବାଦର ଗବେଷିକା ଆକୃତି ପଟେଲଙ୍କ ମତରେ, ଆଜିର ଯୁବପିଢ଼ି ବିବାହକୁ କେବଳ ଜୀବନସାଥୀ ପାଇବାର ମାଧ୍ୟମ ନୁହେଁ, ବରଂ ଏକ ବଡ଼ ଦାୟିତ୍ୱ ଭାବେ ଦେଖୁଛନ୍ତି। ଡେଟିଂ ଆପ୍‌, ସ୍ପିଡ୍‌ ଡେଟିଂ ଓ ହୁକ୍‌ଅପ୍‌ ସଂସ୍କୃତି ଯୋଗୁଁ ସମ୍ପର୍କର ବିକଳ୍ପ ବଢ଼ିଛି। ଫଳରେ ଦୀର୍ଘକାଳୀନ ସମ୍ପର୍କ ପ୍ରତି ପ୍ରତିବଦ୍ଧତା ଓ ଭରସା ଗଢ଼ିବା କଷ୍ଟକର ହେଉଛି। ଶାରୀରିକ ଓ ଭାବନାତ୍ମକ ସମର୍ଥନର ଅନ୍ୟ ବିକଳ୍ପ ମିଳୁଥିବାରୁ କେତେକଙ୍କ ପାଇଁ ବିବାହର ଆବଶ୍ୟକତା କମିଛି। ସମାଜବିଜ୍ଞାନୀ ଡ. ଭୂପେନ୍ଦ୍ର ବ୍ରହ୍ମଭଟ୍ଟ କହିଛନ୍ତି, ବିବାହ ପ୍ରତି ଯୁବପିଢ଼ି ସମ୍ପୂର୍ଣ୍ଣ ବିମୁଖ ହୋଇନାହାନ୍ତି; ବରଂ ବିବାହର ଅର୍ଥ ଓ ସ୍ୱରୂପ ବଦଳୁଛି। ଉଚ୍ଚଶିକ୍ଷା, ଆର୍ଥିକ ସ୍ୱାଧୀନତା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଏଥିରେ ରହିଛି। ବେକାରି, ଆର୍ଥିକ ଅନିଶ୍ଚିତତା ଓ ଘରଭଡ଼ାର ଅଧିକ ଖର୍ଚ୍ଚ ମଧ୍ୟ ବିବାହ ବିଳମ୍ବର କାରଣ। ମନୋଚିକିତ୍ସକ ଡ. ସାର୍ଥକ ଦାଭେଙ୍କ ମତରେ, ଯୁବପିଢ଼ି ବିବାହକୁ ସ୍ୱାଧୀନତା ଓ ମାନସିକ ଶାନ୍ତିରେ ବାଧା ଭାବେ ଦେଖୁଛନ୍ତି। ତୁରନ୍ତ ସୁଖ ପାଇବାର ଆକାଂକ୍ଷା ଓ ସମ୍ପର୍କରେ ସାଲିସ କରିବାକୁ ଅନିଚ୍ଛା ମଧ୍ୟ ଏହାର କାରଣ। ତେବେ ବିବାହ ବିଳମ୍ବ କିମ୍ବା ଅବିବାହିତ ରହିବାର ପ୍ରବଣତା ଭବିଷ୍ୟତରେ ଜନ୍ମହାର ହ୍ରାସ ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ଭଳି ସାମାଜିକ ପ୍ରଭାବ ପକାଇପାରେ। ବିଶେଷଜ୍ଞଙ୍କ ମତରେ, ଯୁବପିଢ଼ିଙ୍କ ଉପରେ ବିବାହ ପାଇଁ ଚାପ ପକାଇବା ବଦଳରେ ପାରସ୍ପରିକ ବୁଝାମଣା, ସମାନତା ଓ ଦାୟିତ୍ୱ ଉପରେ ଆଧାରିତ ସମ୍ପର୍କ ଗଢ଼ିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: କାବେରୀ ଜଳ ବିବାଦ: ତାମିଲନାଡୁର ଅତିରିକ୍ତ ଜଳ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର