ପୁରୀରେ ପୁଣି ୫ ନକଲି ଗୁମାସ୍ତାଙ୍କୁ ଗିରଫ କଲା ସିଂହଦ୍ୱାର ପୋଲିସ

Madhusudan Das Picture
Published On

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇଦେବା ନାଁରେ ଠକେଇ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ। ସୋମବାର ସିଂହଦ୍ୱାର ପୋଲିସ ଆଉ ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି। ସେମାନେ ସେବାୟତଙ୍କ ସହାୟକ ବୋଲି ନିଜକୁ ପରିଚୟ ଦେଇ ଶ୍ରଦ୍ଧାଳୁଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବିସ୍କୁଟ ଚୋରି ସନ୍ଦେହରେ ନାବାଳକକୁ ପିଟିପିଟି ହତ୍ୟା ! ପୋଲିସର ତଦନ୍ତ ଜାରି

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୁରୀ ହାଡ଼ଗଡ଼ିଆ ସାହିର ବିଶ୍ୱରଞ୍ଜନ ନାୟକ ରହିଛନ୍ତି। ସୂଚନା ଅନୁଯାୟୀ, ରବିବାର ଜଣେ ଏନଆରଆଇ (NRI) ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କରାଇଦେବାକୁ କହି ସେ ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ଗିରଫଦାରୀ ସହ ପୋଲିସର ଏହି ନିରନ୍ତର ଅଭିଯାନରେ ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ମା’ ପାଇଁ ଔଷଧ ଆଣିବାକୁ ଯାଇଥିବା ପୁଅକୁ ଫାଣ୍ଡିରେ ଅଟକ ରଖି ନିସ୍ତୁକ ମାଡ଼ ଅଭିଯୋଗ

ପୁରୀ ଏସପି ପ୍ରତୀକ ସିଂହ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଛନ୍ତି ଯେ, ନକଲି ଗୁମାସ୍ତାଙ୍କ ବିରୋଧରେ ଏହି ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ସଚେତନ ରହିବା ସହ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ଦର୍ଶନ ପାଇଁ ଟଙ୍କା ନଦେବାକୁ ସେ ଅନୁରୋଧ କରିଛନ୍ତି। ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି। ଯଦି କେହି ଦର୍ଶନ କରାଇଦେବା କିମ୍ବା ସ୍ୱତନ୍ତ୍ର ବ୍ୟବସ୍ଥା ନାଁରେ ଟଙ୍କା ମାଗନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ ଏସପି ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାତପଡ଼ାରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର