ଖୁବ୍‌ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ନଡ୍ଡାଙ୍କ ଗସ୍ତ ସମୟରେ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୪ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି। ଦିଲ୍ଲୀ ଗସ୍ତର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଓଡ଼ିଶାରେ ଅପରାଧିକ ଆଇନର କାର୍ଯ୍ୟକାରିତାର ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ମଧ୍ୟ ଏହି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ମାତ୍ର ଓଡ଼ିଶାର ରାଜନୈତିକ ବିଶେଷଜ୍ଞ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଦ୍ୱିତୀୟ ଶୀର୍ଷ ନେତା ଅମିତ ଶାହାଙ୍କ ସହ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୪ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି। ଦିଲ୍ଲୀ ଗସ୍ତର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଓଡ଼ିଶାରେ ଅପରାଧିକ ଆଇନର କାର୍ଯ୍ୟକାରିତାର ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ମଧ୍ୟ ଏହି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ମାତ୍ର ଓଡ଼ିଶାର ରାଜନୈତିକ ବିଶେଷଜ୍ଞ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଦ୍ୱିତୀୟ ଶୀର୍ଷ ନେତା ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ରାଜ୍ୟ ସଭାପତି ନିର୍ବାଚନ ପ୍ରସଙ୍ଗରେ ଶ୍ରୀ ଶାହାଙ୍କ ପରାମର୍ଶ ଲୋଡ଼ିଥାଇ ପାରନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବଢାଇଲା CHSE: ନଭେମ୍ବର ୧୪ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରଠାରୁ ୧୦ ମାସ ପୂରିବାକୁ ବସିଲାଣି। ମାତ୍ର ଏଯାବତ୍‌ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ହୋଇପାରି ନାହିଁ। ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ପଡ଼ିଥିଲେ ହେଁ ଦଳର ଆଭ୍ୟନ୍ତରୀଣ କାରଣରୁ ତାହା ସମ୍ପ୍ରସାରଣ ହୋଇପାରୁ ନାହିଁ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶାୟୀ ବରିଷ୍ଠ ନେତାଙ୍କୁ ଧରି ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଲବି ଚଳାଇବା ଶୀର୍ଷ ନେତୃତ୍ୱଙ୍କୁ ଅଡୁଆରେ ପକାଇଛି। ଅପରପକ୍ଷେ ଶାହା-ମୋହନଙ୍କ ଏହି ଭେଟଘାଟ ପରେ ରାଜ୍ୟ ବିଜେପି ରାଜନୀତିରେ ହଲଚଲ ଦେଖାଦେଇଛି। ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବ ସେ ନେଇ ଆଶାୟୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ ଏବଂ ଏନ୍‌ଜିଓ ମୁଖ୍ୟ, ସରକାରୀ ଅର୍ଥ ହେରଫେର ଅଭିଯୋଗ

ଅନ୍ୟପକ୍ଷରେ ରାଜ୍ୟ ସଭାପତି ପଦକୁ ନେଇ ବାରମ୍ବାର ତାରିଖ ଓ ମାସ ପରିବର୍ତ୍ତନ ହେଉଥିଲେ ହେଁ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁ ନାହିଁ। ସଭାପତି ପଦ ହାତେଇବାକୁ ଅନେକ ନେତା ଅ।।ଶାୟୀ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୦ ତାରିଖରେ ବିଜେପି ଜାତୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଓଡ଼ିଶା ଗସ୍ତ ସୂଚୀ ସ୍ଥିର ହୋଇଛି। ତେଣୁ ଶ୍ରୀ ନଡ୍ଡା ଓଡ଼ିଶାରେ ଏହି ପ୍ରସଙ୍ଗରେ ଦଳୀୟ ନେତାମାନଙ୍କ ସହ ଆଲୋଚନା ପରିପ୍ରେକ୍ଷୀରେ ଶ୍ରୀ ଶାହାଙ୍କ ବାର୍ତ୍ତା ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ଶ୍ରୀ ନଡ୍ଡା ଆସନ୍ତା କାଲି ଓଡ଼ିଶାରେ ପହଞ୍ଚିବେ ଓ ୧୧ ତାରିଖରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ କରିବେ। ପରେ ସେ ବିଜେପିର ପୁରୀ ପ୍ରଶିକ୍ଷଣ ସମାବେଶରେ ଯୋଗଦେବେ। ଏହି ଅବସରରେ ନଡ୍ଡା ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ। ବୈଠକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ରାଜ୍ୟ ସଭାପତି ନିର୍ବାଚନ ଏବଂ ବିଭିନ୍ନ ବୋର୍ଡ, ନିଗମ ଓ ଅକାଦେମୀରେ ନିଯୁକ୍ତି ନେଇ କୌଣସି ଠୋସ୍‌ ନିଷ୍ପତ୍ତି ହୋଇପାରେ ବୋଲି ଆକଳନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର