ଭିଆଇପିଙ୍କ ସୁରକ୍ଷାରେ ଯାଉଛି ପୁଲିସର ସମୟ

The Sakala Picture
Published On

ଭୁବନେଶ୍ୱର: ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଭିଭିଆଇପି/ଭିଆଇପି ସୁରକ୍ଷା ପାଇଁ ୧୩୧୫ ଥର ପୁଲିସ ବନ୍ଦୋବସ୍ତ କରାଯାଇଛି। ସେହିପରି ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ୧୪୨୨ଥର ପୁଲିସ ବନ୍ଦୋବସ୍ତ କରାଯାଇଛି। ସେହିପରି ରାଜଧାନୀରେ ୨୩ଟି ଥାନାରେ ସର୍ବାଧିକ ୮ ହଜାର ୯୬୭ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ କ୍ୟାପିଟାଲ ଥାନାରେ ସର୍ବାଧିକ ୮୨୪ଟି ମାମଲା ରୁଜୁ ହୋଇଥିବା ବେଳେ ଜଟଣୀ ଥାନାରେ ୬୮୧ଟି ମାମଲା, ଖଣ୍ଡଗିରି ଥାନାରେ ୬୪୬ଟି ମାମଲା ରୁଜୁ ହୋଇଛି। […]

ଭୁବନେଶ୍ୱର: ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଭିଭିଆଇପି/ଭିଆଇପି ସୁରକ୍ଷା ପାଇଁ ୧୩୧୫ ଥର ପୁଲିସ ବନ୍ଦୋବସ୍ତ କରାଯାଇଛି। ସେହିପରି ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ୧୪୨୨ଥର ପୁଲିସ ବନ୍ଦୋବସ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ହଜିଗଲା ମାନବିକତା: ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ

ସେହିପରି ରାଜଧାନୀରେ ୨୩ଟି ଥାନାରେ ସର୍ବାଧିକ ୮ ହଜାର ୯୬୭ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ କ୍ୟାପିଟାଲ ଥାନାରେ ସର୍ବାଧିକ ୮୨୪ଟି ମାମଲା ରୁଜୁ ହୋଇଥିବା ବେଳେ ଜଟଣୀ ଥାନାରେ ୬୮୧ଟି ମାମଲା, ଖଣ୍ଡଗିରି ଥାନାରେ ୬୪୬ଟି ମାମଲା ରୁଜୁ ହୋଇଛି। ନନ୍ଦନକାନନ, ମହିଳା ଥାନା, ଏବଂ ଧଉଳି ଥାନାରେ ସର୍ବନିମ୍ନ ମାମଲା ରୁଜୁ ହୋଇଛି। ନନ୍ଦନକାନନ ଥାନାରେ ୧୪୬, ମହିଳା ଥାନାରେ ୧୬୨ ଏବଂ ଧଉଳି ଥାନାରେ ୧୯୬ ମାମଲା ରୁଜୁ ହୋଇଛି। ଗତ ବର୍ଷ ରାଜଧାନୀରେ ୭ ହଜାର ୬୭୪ଟି ମାମଲା ହୋଇଥିବା ବେଳେ ଏବର୍ଷ ଅଧିକ ୧ହଜାର ୨୯୩ଟି ମାମଲା ହୋଇଛି।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀ ଥାନା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ; ୩ଗିରଫ, ୧୫ ଗାଡି ଜବତ

ସେହିପରି ରାଜଧାନୀରେ ପଡ଼ି ରହିଥିବା ୧୫ ହଜାର ମାମଲାରୁ ୧୧ହଜାର୨୦୨ ମାମଲାର ତଦନ୍ତ୍ ଶେଷ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୫ଟି ମାମଲା ପଡ଼ି ରହିଛି। ସହିଦନଗର ଥାନା ସର୍ବାଧିକ ୯୯୦ ମାମଲାର ତଦନ୍ତ ଶେଷ କରିଥିବା ବେଳେ ଖଣ୍ଡଗିରି ୮୯୬ ଏବଂ ମଞ୍ଚେଶ୍ୱର ୭୮୬ଟି ମାମଲାର ତଦନ୍ତ ଶେଷ କରିଛି।

ଆହୁରି ପଢ଼ନ୍ତୁ: ଇନ୍ଫୋଭ୍ୟାଲି ନିକଟ କାଜୁ ବଣ ଭିତରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: 'ମୁହଁରେ ଲାଗିଥିବା ବାଲି ଦେଲା ହତ୍ୟାର ସୁରାକ...'

ଚଳିତ ବର୍ଷ ଖାରବେଳନଗର, ମହିଳା ଥାନା, ଏୟାରପୋର୍ଟ, ଏୟାରଫିଲ୍ଡ, ଧଉଳି, ଖଣ୍ଡଗିରି, ଲକ୍ଷ୍ମୀସାଗର, ବାଲିପାଟଣା, ବାଲିଅନ୍ତା, ନୂଆପଲ୍ଲୀ, ମଞ୍ଚେଶ୍ୱର, ସହିଦନଗର, ଚନ୍ଦ୍ରଶେଖରପୁର, ଇଫୋସିଟି, ଚନ୍ଦକା, ଓ ନନ୍ଦନକାନନ ଇତ୍ୟାଦି ଥାନାରେ ରୁଜୁ ହୋଇଥିବା ମାମଲା ଠାରୁ ଶେଷ ହୋଇଥିବା ମକଦ୍ଦମା ସଂଖ୍ୟା ଅଧିକ ରହିଛି। ରାଜଧାନୀରେ ପଡ଼ି ରହିଥିବା ୧୨୦୫ ମାମଲାର ସମାଧାନ କରିବା ପାଇଁ ଡିସିପି ଅଫିସ୍‍ରେ କେସ୍‍ କ୍ଲୋଜର ୟୁନିଟ୍‍ ସମୀକ୍ଷା କରୁଛି। ତଦନ୍ତ ଶେଷ କରିବା ପାଇଁ ତଦନ୍ତକାରୀ ଅଫିସରମାନଙ୍କ ଉପରେ ନ୍ୟସ୍ତ ଥିବା ମାମଲା ଗୁଡିକର ସମୀକ୍ଷା କରିବା ସହ ତୁରନ୍ତ ଶେଷ କରିବା ପାଇଁ ସହଯୋଗ କରୁଛନ୍ତି। ଏପରିକି ଯେଉଁ ଅଧିକାରୀ ତଦନ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସାରି ପାରୁନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି।

24 Dec 2021 By The Sakala

ଭିଆଇପିଙ୍କ ସୁରକ୍ଷାରେ ଯାଉଛି ପୁଲିସର ସମୟ

ଭୁବନେଶ୍ୱର: ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଭିଭିଆଇପି/ଭିଆଇପି ସୁରକ୍ଷା ପାଇଁ ୧୩୧୫ ଥର ପୁଲିସ ବନ୍ଦୋବସ୍ତ କରାଯାଇଛି। ସେହିପରି ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ୧୪୨୨ଥର ପୁଲିସ ବନ୍ଦୋବସ୍ତ କରାଯାଇଛି।

ସେହିପରି ରାଜଧାନୀରେ ୨୩ଟି ଥାନାରେ ସର୍ବାଧିକ ୮ ହଜାର ୯୬୭ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ କ୍ୟାପିଟାଲ ଥାନାରେ ସର୍ବାଧିକ ୮୨୪ଟି ମାମଲା ରୁଜୁ ହୋଇଥିବା ବେଳେ ଜଟଣୀ ଥାନାରେ ୬୮୧ଟି ମାମଲା, ଖଣ୍ଡଗିରି ଥାନାରେ ୬୪୬ଟି ମାମଲା ରୁଜୁ ହୋଇଛି। ନନ୍ଦନକାନନ, ମହିଳା ଥାନା, ଏବଂ ଧଉଳି ଥାନାରେ ସର୍ବନିମ୍ନ ମାମଲା ରୁଜୁ ହୋଇଛି। ନନ୍ଦନକାନନ ଥାନାରେ ୧୪୬, ମହିଳା ଥାନାରେ ୧୬୨ ଏବଂ ଧଉଳି ଥାନାରେ ୧୯୬ ମାମଲା ରୁଜୁ ହୋଇଛି। ଗତ ବର୍ଷ ରାଜଧାନୀରେ ୭ ହଜାର ୬୭୪ଟି ମାମଲା ହୋଇଥିବା ବେଳେ ଏବର୍ଷ ଅଧିକ ୧ହଜାର ୨୯୩ଟି ମାମଲା ହୋଇଛି।

ସେହିପରି ରାଜଧାନୀରେ ପଡ଼ି ରହିଥିବା ୧୫ ହଜାର ମାମଲାରୁ ୧୧ହଜାର୨୦୨ ମାମଲାର ତଦନ୍ତ୍ ଶେଷ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୫ଟି ମାମଲା ପଡ଼ି ରହିଛି। ସହିଦନଗର ଥାନା ସର୍ବାଧିକ ୯୯୦ ମାମଲାର ତଦନ୍ତ ଶେଷ କରିଥିବା ବେଳେ ଖଣ୍ଡଗିରି ୮୯୬ ଏବଂ ମଞ୍ଚେଶ୍ୱର ୭୮୬ଟି ମାମଲାର ତଦନ୍ତ ଶେଷ କରିଛି।

ଚଳିତ ବର୍ଷ ଖାରବେଳନଗର, ମହିଳା ଥାନା, ଏୟାରପୋର୍ଟ, ଏୟାରଫିଲ୍ଡ, ଧଉଳି, ଖଣ୍ଡଗିରି, ଲକ୍ଷ୍ମୀସାଗର, ବାଲିପାଟଣା, ବାଲିଅନ୍ତା, ନୂଆପଲ୍ଲୀ, ମଞ୍ଚେଶ୍ୱର, ସହିଦନଗର, ଚନ୍ଦ୍ରଶେଖରପୁର, ଇଫୋସିଟି, ଚନ୍ଦକା, ଓ ନନ୍ଦନକାନନ ଇତ୍ୟାଦି ଥାନାରେ ରୁଜୁ ହୋଇଥିବା ମାମଲା ଠାରୁ ଶେଷ ହୋଇଥିବା ମକଦ୍ଦମା ସଂଖ୍ୟା ଅଧିକ ରହିଛି। ରାଜଧାନୀରେ ପଡ଼ି ରହିଥିବା ୧୨୦୫ ମାମଲାର ସମାଧାନ କରିବା ପାଇଁ ଡିସିପି ଅଫିସ୍‍ରେ କେସ୍‍ କ୍ଲୋଜର ୟୁନିଟ୍‍ ସମୀକ୍ଷା କରୁଛି। ତଦନ୍ତ ଶେଷ କରିବା ପାଇଁ ତଦନ୍ତକାରୀ ଅଫିସରମାନଙ୍କ ଉପରେ ନ୍ୟସ୍ତ ଥିବା ମାମଲା ଗୁଡିକର ସମୀକ୍ଷା କରିବା ସହ ତୁରନ୍ତ ଶେଷ କରିବା ପାଇଁ ସହଯୋଗ କରୁଛନ୍ତି। ଏପରିକି ଯେଉଁ ଅଧିକାରୀ ତଦନ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସାରି ପାରୁନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର