ପୁରୀ ଗୋପ ବ୍ଳକର ମାଟିତଳେ ରହିଛି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ; ଚାଷୀଙ୍କ ଠାରୁ ଜମି ନେଲା ଅଏଲ ଇଣ୍ଡିଆ

The Sakala Picture
Published On

ପୁରୀ: ଓଡ଼ିଶାର ମାଟି ତଳେ ରହିଛି ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ । ପୁରୀ ଜିଲ୍ଲା ଗୋପବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଏକବର୍ଷ ଧରି ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେ ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି । ଦୁଇ ବର୍ଷ ତଳେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ସେସ୍ମିକ୍ ସର୍ଭେ କରିଥିଲା ଅଏଲ ଇଣ୍ଡିଆ । ଏବେ ଆଉ ପାଦେ ଆଗେଇଛି ଏହି ପ୍ରୋଜେକ୍ଟ । ପୁରୀ ଜିଲ୍ଲା […]

ପୁରୀ: ଓଡ଼ିଶାର ମାଟି ତଳେ ରହିଛି ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ । ପୁରୀ ଜିଲ୍ଲା ଗୋପବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଏକବର୍ଷ ଧରି ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେ ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି । ଦୁଇ ବର୍ଷ ତଳେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ସେସ୍ମିକ୍ ସର୍ଭେ କରିଥିଲା ଅଏଲ ଇଣ୍ଡିଆ । ଏବେ ଆଉ ପାଦେ ଆଗେଇଛି ଏହି ପ୍ରୋଜେକ୍ଟ । ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଆରମ୍ଭ ହୋଇଛି ଜମି ଲିଜ୍ ନେବା ପ୍ରକ୍ରିୟା ।ସଂସ୍ଥାର ଜେନେରାଲ ମ୍ୟାନେଜର ଓ ଦଶ ଜଣିଆ ଟିମି ପହଁଚି ଗୋପରେ ୩୭ ହିତାଧିକାରୀଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରିଛନ୍ତି । ତିନି କୋଟି ଚାଳିଶି ଲକ୍ଷ ଟଙ୍କା ଚେକ ପ୍ରଦାନ କରଛନ୍ତି । ଯେଉଁ ଅଞ୍ଚଳରେ ସର୍ଭେ ଜାରି ରହିଥିଲା ସେହି ଅଞ୍ଚଳର ଆଠ ଏକର ଜମିରେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି oil Indiaର ଜେନେରାଲ ମ୍ୟାନେଜର ବି.ଏନ୍ ସାହୁ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ: ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ପିନ୍ଧିବେ ମହାପ୍ରଭୁ

ସୂଚନା ଅନୁସାରେ oil india ତରଫରୁ ଗୋପ କୁସୁପୁର ଠାରେ ଏକ ସର୍ଭେ କରଯାଇଥିଲା । ଏହି ଅଞ୍ଚରେ ପ୍ରକୃତିକ ଗ୍ୟାସ ଓ ପେଟ୍ରୋଲ ଥିବାର ଏକ ବର୍ଷ ତଳେ ପ୍ରାଥମିକ ତଦନ୍ତ ରୁ ଜଣାଯିବା ପରେ ଗୋପ କୁସୁପୁର, ବଣିଆସାହି, ବସ୍ତି ଅଞ୍ଚଳ ର ପ୍ରାୟ 37 ଜଣ ଚାଷୀଙ୍କ ଆଠ ଏକର ଜମିକୁ ତିନି ବର୍ଷ ପାଇଁ oil india କମ୍ପାନୀ ଚାଷୀଙ୍କ ଠାରୁ ଲିଜରେ ନେଇଛନ୍ତି । ପ୍ରତ୍ୟକ ଚାଷୀଙ୍କୁ ଗୁଣ୍ଠ ପିଛା 17000/-ଟଙ୍କା ହିସାବରେ ତିନି ବର୍ଷ ପାଇଁ ଟଙ୍କା ଦିଆଯାଇଛି । ଯଦି ସର୍ଭେରେ ଉକ୍ତ ଅଞ୍ଚଳରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ବାହାରେ, ତେବେ ପୁରୀ ଜିଲ୍ଲାରେ ଆର୍ଥିକ ଅଗ୍ରଗତି ହେବା ସହ ଗୋପ ଅଞ୍ଚଳ ମଧ୍ୟ ଉନ୍ନତି କରିବ ।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରର ଏକ କାର୍ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର