ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଆଥଲେଟମାନଙ୍କ ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ

ବିଭିନ୍ନ ବର୍ଗରେ ୪ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିଏଚ୍‌ପିସି) ଏବଂ ରାଉରକେଲାସ୍ଥିତ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଗ୍ରାସରୁଟ୍‌ସ ସେଣ୍ଟରର ଆଥଲେଟମାନେ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସରୁ ମୋଟ ୧୩ ଜଣ ଖେଳାଳି ବିଭିନ୍ନ ବିଦ୍ୟାଳୟର ପ୍ରତିନିଧିତ୍ୱ କରି ଏହି ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରିଥିଲେ। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୩୫୦ରୁ ଅଧିକ ଯୁବ ଜିମ୍ନାଷ୍ଟ ଭାଗ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟମାନେ ନିଜ ନିଜ ବିଦ୍ୟାଳୟର ପ୍ରତିନିଧିତ୍ୱ କରି ଚାମ୍ପିୟନସିପ୍‌ର ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଏହି ଦଳରେ ଅଣ୍ଡର-୧୭ ବାଳିକା ବର୍ଗରେ ପ୍ରୀତି ଝଙ୍କାର, ଅଣ୍ଡର-୧୪ ବାଳିକା ବର୍ଗରେ ସୁବିଦିତା ବାଗ, ଶୌମ୍ୟଶ୍ରୀ ପ୍ରିୟଦର୍ଶିନୀ ଓ ଜସ୍ମିନ ପ୍ରହରାଜ ଏବଂ ଅଣ୍ଡର-୧୧ ବାଳିକା ବର୍ଗରେ ରୋଜ୍ ମିଞ୍ଜି ସାମିଲ ଥିଲେ। ଏହି ଚାମ୍ପିୟନସିପ୍‌ ରାଉରକେଲାସ୍ଥିତ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଗ୍ରାସରୁଟ୍‌ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ଆଥଲେଟମାନଙ୍କ ପାଇଁ ଜାତୀୟସ୍ତରରେ ପଦାର୍ପଣର ଅବସର ମଧ୍ୟ ଥିଲା। ଏହି ଆଥଲେଟମାନଙ୍କ ମଧ୍ୟରେ ଅଣ୍ଡର-୧୧ ବାଳକ ବର୍ଗରେ ଆଦଭିନ ନାଗ ଓ ପ୍ରଣବଜୈନ ମହଲା, ଅଣ୍ଡର-୧୪ ବାଳିକା ବର୍ଗରେ ଅଦ୍ରିଶା କୋଠାରୀ ଏବଂ ଅଣ୍ଡର-୧୧ ବାଳିକା ବର୍ଗରେ ପିର୍ୟା ବଡ଼ାଇକ, ରିମଝିମ ସିଲ୍, ପଙ୍କୁରୀ ସିଲ୍, ଅଦ୍ୟାଶା ପାତ୍ର ଓ ବିଦ୍ୟାଙ୍କା ବେହେରା ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ଏଣିକି କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ହାଇସ୍ପିଡ୍ ୱାଇଫାଇ

ଅଣ୍ଡର-୧୭ ବର୍ଗରେ ପ୍ରୀତି ଝଙ୍କାର ଅଲ୍‌ରାଉଣ୍ଡ ଓ ବାଲାନ୍ସ ବିମ୍ ଇଭେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି, ଅଣ୍ଡର-୧୧ ବର୍ଗରେ ରୋଜ୍ ମିଞ୍ଜ ଅଲ୍‌ରାଉଣ୍ଡ ଓ ବାଲାନ୍ସ ବିମ୍ ଇଭେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ପଦକ ସହ ଫ୍ଲୋର୍ ଏକ୍ସରସାଇଜ୍‌ରେ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଅଣ୍ଡର-୧୪ ବର୍ଗରେ ଶୌମ୍ୟଶ୍ରୀ ପ୍ରିୟଦର୍ଶିନୀ ବାଲାନ୍ସ ବିମ୍‌ରେ ଗୋଟିଏ ରୌପ୍ୟ ଓ ଭଲ୍ଟ ଇଭେଣ୍ଟରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ସୁବିଦିତା ବାଗ ଅନଇଭେନ୍ ବାର୍ସ ଓ ଭଲ୍ଟ ଇଭେଣ୍ଟରେ ଦୁଇଟି ରୌପ୍ୟ ପଦକ ହାତେଇଥିଲେ। ଜିମ୍ନାଷ୍ଟିକ୍ସ ଗ୍ରାସରୁଟ୍‌ସ ସେଣ୍ଟରର ଖେଳାଳିମାନଙ୍କ ମଧ୍ୟରୁ ଅଣ୍ଡର-୧୧ ବାଳକ ବର୍ଗରେ ପ୍ରଣବଜୈନ ମହଲା ପାରାଲେଲ୍ ବାର୍ସ ଇଭେଣ୍ଟରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହା ଗ୍ରାସରୁଟ୍‌ସ କାର୍ଯ୍ୟକ୍ରମ ପାଇଁ ଏକ ଉଲ୍ଲେଖନୀୟ ସଫଳତା।

ଆହୁରି ପଢ଼ନ୍ତୁ: ପୁରୁଣା ହିତାଧିକାରୀଙ୍କୁ ପ୍ରତି ମାସରେ ଭତ୍ତା ଦେଇପାରୁ ନଥିବା ବିଜେପି ସରକାର, ନୂଆ ହିତାଧିକାରୀଙ୍କୁ ସାମିଲ କରିବା ଏକ ପ୍ରହସନ: ବିଜେଡି

ଆଥଲେଟମାନଙ୍କୁ ଅଭିନନ୍ଦନ ଜଣାଇ ଏଏମ୍/ଏନ୍‌ଏସ୍ ଇଣ୍ଡିଆ ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି “ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଆମର ଯୁବ ଜିମ୍ନାଷ୍ଟମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଆମେ ଅତ୍ୟନ୍ତ ଗର୍ବିତ। ଏହି ସଫଳତା ସେମାନଙ୍କର ନିରନ୍ତର କଠିନ ପରିଶ୍ରମ, ଶୃଙ୍ଖଳା ଓ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି। ବିଶେଷକରି ରାଉରକେଲାସ୍ଥିତ ଆମ ଗ୍ରାସରୁଟ୍‌ସ ସେଣ୍ଟରର ଆଥଲେଟମାନେ ପ୍ରଥମ ଥର ପାଇଁ ଜାତୀୟସ୍ତରୀୟ ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରି ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଆମେ ଆନନ୍ଦିତ। ଅନ୍ୟପକ୍ଷରେ ଆମ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟମାନେ ପଦକ ବିଜୟୀ ପ୍ରଦର୍ଶନ ମାଧ୍ୟମରେ ନିଜର ଉତ୍କର୍ଷ ଜାରି ରଖିଛନ୍ତି। ଏଏମ୍/ଏନ୍‌ଏସ୍ ଇଣ୍ଡିଆରେ ଆମେ ଏକ ସୁଦୃଢ଼ ପ୍ରଶିକ୍ଷଣ ବ୍ୟବସ୍ଥା ଗଠନ ମାଧ୍ୟମରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରତିବଦ୍ଧ ରହିଛୁ ।  ଏହା ଆମ ପ୍ରଶିକ୍ଷାର୍ଥୀ ଜିମ୍ନାଷ୍ଟମାନଙ୍କୁ  ସେମାନଙ୍କ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟରେ ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚସ୍ତରୀୟ ପ୍ରଦର୍ଶନ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବ।”

ଉଭୟ କେନ୍ଦ୍ରର ଖେଳାଳିମାନଙ୍କ ଦ୍ୱାରା ହାସଲ କରାଯାଇଥିବା ଏହି ଉଲ୍ଲେଖନୀୟ ସଫଳତା ଯୁବ ପ୍ରତିଭାମାନଙ୍କୁ ବିକଶିତ କରିବା ଏବଂ ସେମାନଙ୍କୁ ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପ୍ରଦାନ କରିବା ଦିଗରେ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ କାର୍ଯ୍ୟକ୍ରମର ସଫଳତାକୁ ପ୍ରତିଫଳିତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର