ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅଙ୍କୁ ହତ୍ୟା ଧମକ: ୭ କୋଟି ଟଙ୍କା ଦେବାକୁ ଆସିଲା ଫୋନ୍‌ କଲ୍‌

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା ଧମକ ମିଳିଛି। କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ନିଜକୁ ପରିଚୟ ଦେଇ ଜଣେ ଅଜ୍ଞାତ ବ୍ୟକ୍ତି ଏହି ଧମକ ଦେଇଥିବା ଜଣାପଡିଛି। ତିଲକ ନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଜରନୈଲ ସିଂଙ୍କ ପାଖକୁ ଏହି ଧମକପୂର୍ଣ୍ଣ କଲ୍ ଏବଂ ହ୍ୱାଟସଆପ୍ ମେସେଜ୍ ଆସିବା ପରେ ଘଟଣାଟି ସାମ୍ନାକୁ ଆସିଛି। 

ଆହୁରି ପଢ଼ନ୍ତୁ: ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି: ସରଯୂ ନଦୀ କୂଳରେ ଜଳିବ ୩୦ ଲକ୍ଷରୁ ଅଧିକ ଦୀପ, ୨୧୦୦ରୁ ଅଧିକ ଡ୍ରୋନ୍ ଶୋ

ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତ ଜଣକ ୭ କୋଟି ଟଙ୍କା ଦାବି କରିବା ସହ ଟଙ୍କା ନଦେଲେ କେଜ୍ରିୱାଲ ଏବଂ ତାଙ୍କ ଝିଅଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି। ଏହି ଗମ୍ଭୀର ବିଷୟକୁ ନେଇ ବିଧାୟକ ଜରନୈଲ ସିଂ ଗତ ନଭେମ୍ବର ୬ ତାରିଖରେ ମୋହାଲିର ବରିଷ୍ଠ ପୋଲିସ ଅଧୀକ୍ଷକ (SSP)ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହା ସହ ସେ କେଜ୍ରିୱାଲଙ୍କ ପରିବାର ପାଇଁ ଅତିରିକ୍ତ ସୁରକ୍ଷା ଯୋଗାଇ ଦେବାକୁ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ଜଳିଗଲା କାର, ୬ ଜଣଙ୍କ ମୃତ୍ୟୁ

ଏହି ଘଟଣାରେ ମୋହାଲି ପୋଲିସ ଭାରତୀୟ ନ୍ୟାୟ ସଂହିତା ଏବଂ ଆଇଟି ଆକ୍ଟ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସାଇବର କ୍ରାଇମ ପୋଲିସ ଷ୍ଟେସନର ଇନ୍ସପେକ୍ଟର ସୁନୀଲ କୁମାରଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ମୋବାଇଲ ଟାୱାର ଲୋକେସନ ଏବଂ କଲ୍ ମେଟାଡାଟା ଆଧାରରେ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ କରୁଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୧୯ ମସିହାରେ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଇମେଲ ମାଧ୍ୟମରେ ସମାନ ଧରଣର ଧମକ ମିଳିଥିଲା। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରେନ ଖାଦ୍ୟରେ ମିଳିଲା ଲୁହା ଖଣ୍ଡ: କ୍ୟାଟରରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କଲା IRCTC

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର