ଏଣିକି କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ହାଇସ୍ପିଡ୍ ୱାଇଫାଇ

Madhusudan Das Picture
Published On

ଭୁବନେଶ୍ୱର: ଏଣିକି କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ହାଇସ୍ପିଡ୍ ୱାଇଫାଇ । କ୍ୟାବିନେଟ ବୈଠକରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।  ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। 

ଆହୁରି ପଢ଼ନ୍ତୁ: ୭୦ କୋଟି ଟଙ୍କା ଠକେଇ ଅଭିଯୋଗ: ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବନ୍ଧାଣୀଙ୍କ ବାସଭବନରେ ଇଡି ଚଢ଼ାଉ

ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ମାଗଣା ୱାଇ-ଫାଇ ସୁବିଧା ଯୋଗାଇବା ପାଇଁ ‘ଓଡ଼ିଶା ଶିକ୍ଷାନେଟ୍‌’ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ୨୦୨୬-୨୭ରୁ ୨୦୨୮-୨୯ ମଧ୍ୟରେ ତିନି ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ୩୯୩.୬୨ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ଏହାର ସଫଳ କାର୍ଯ୍ୟକାରିତା ପରେ ଏବେ ରାଜ୍ୟର ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଏହି ସୁବିଧା ସମ୍ପ୍ରସାରଣ କରାଯିବ। ଏହାଦ୍ୱାରା କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍‌ ଡାଟା ପାଇପାରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ: ନିଜ ଦାୟିତ୍ୱ ନିର୍ବାହ କରିବାରେ ରାଜ୍ୟ ସରକାର
ସମ୍ପୂର୍ଣ୍ଣ ବିଫଳ ବୋଲି କହିଲା ବିଜେଡି

ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଗବେଷଣା ଓ ଦକ୍ଷତା ବିକାଶ ପାଇଁ ଖୋଲିବ ନୂଆ ସୁଯୋଗ। ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଭର୍ଚୁଆଲ୍ କ୍ଲାସ୍ ରୁମ୍ ଓ ଅନ୍ୟାନ୍ୟ ଅନଲାଇନ୍ ପାଠ୍ୟକ୍ରମ ସହଜରେ ବ୍ୟବହାର କରିପାରିବେ ଛାତ୍ରଛାତ୍ରୀ । ଏପରିକି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅନଲାଇନ୍ ଷ୍ଟଡି ମ୍ୟାଟେରିଆଲ୍ ଓ ଗବେଷଣା ସମ୍ପର୍କିତ ତଥ୍ୟ ମଧ୍ୟ ମିଳିପାରିବ । 

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର