ଡକ୍ଟର ମାୟାଧର ମାନସିଂହଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

Suryakanta Picture
Published On

ଡକ୍ଟର ମାୟାଧର ମାନସିଂହଙ୍କ ୧୨୧ତମ ଜୟନ୍ତୀ ରାଜ୍ୟସ୍ତରରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବରୁଣେଇ ଯୁବ ଛାତ୍ର ସଂଗଠନର ମିଳିତ ଆନୁକୂଲ୍ୟରେ ମାନସିଂହ ପାଠାଗାରଠାରେ ଏହି ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ମାନସିଂହ ପାଠାଗାରର ସଭାପତି ବିଷ୍ଣୁ ପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସଦାନନ୍ଦ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସଂସ୍କୃତି ଗବେଷକ ଡକ୍ଟର ବାୟାମନୁ ଚର୍ଚ୍ଚି, ମାୟାଧର ମାନସିଂହ ମେମୋରିଆଲ ହାଇସ୍କୁଲର ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ବେହେରା, ଶିକ୍ଷାବିତ୍ ଅଖିଳ କୁମାର ନାୟକ ଓ ସାହିତ୍ୟିକ ଲଳିତ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ସୁସାହିତ୍ୟିକା ଡକ୍ଟର ସ୍ମୃତି ପଟ୍ଟନାୟକ ଓ ଆଇନଜୀବୀ ବିଜୟ କୁମାର ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗଦେଇ ମାୟାଧର ମାନସିଂହଙ୍କ ସାହିତ୍ୟ କୃତି ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ମାନସିଂହ ଓଡ଼ିଆ ସାହିତ୍ୟ ଜଗତର ଜଣେ ଅମର ମହାନାୟକ ବୋଲି ମୁଖ୍ୟବକ୍ତା ପ୍ରଫେସର ଡକ୍ଟର ସଦାନନ୍ଦ ନାୟକ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପାଲା ଗାୟକ ତଥା ଶିକ୍ଷାବିତ୍ ସଦାନନ୍ଦ ଗୌଡ଼ଙ୍କୁ 'ମାନସିଂହ ସମ୍ମାନ'ରେ ସମ୍ମାନିତ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp