ପାକିସ୍ତାନୀ ମହିଳାଙ୍କୁ କମିଶନରେଟ୍‌ ପୁଲିସ୍‌ର ନୋଟିସ୍‌, ତୁରନ୍ତ ଭାରତ ଛାଡ

The Sakala Picture
Published On

ଭୁବନେଶ୍ବର : ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଦୁଇ ଦେଶ ମଧ୍ୟରେ ଅସ୍ଥିରତା ବଢ଼ିଛି। ଭାରତ ଏହି ଘଟଣାକୁ ନେଇ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛି ଓ ଦେଶରେ ରହୁଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଦୀର୍ଘକାଳୀନ ଭିସା ବଳରେ ବସବାସ କରୁଥିବା ୧୨ ପାକିସ୍ତାନୀଙ୍କୁ ଓଡ଼ିଶାରୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। […]

ଭୁବନେଶ୍ବର : ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଦୁଇ ଦେଶ ମଧ୍ୟରେ ଅସ୍ଥିରତା ବଢ଼ିଛି। ଭାରତ ଏହି ଘଟଣାକୁ ନେଇ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛି ଓ ଦେଶରେ ରହୁଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଦୀର୍ଘକାଳୀନ ଭିସା ବଳରେ ବସବାସ କରୁଥିବା ୧୨ ପାକିସ୍ତାନୀଙ୍କୁ ଓଡ଼ିଶାରୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ହୋଇ ଓଲଟିଲା ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବସ୍, ୨ ଗୁରୁତର

ଏହାରି ମଧ୍ୟରେ ଭୁବନେଶ୍ବରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ଜଣାପଡିଛି । ମହିଳାଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯାଇଛି ନୋଟିସ୍ । ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା । ତାଙ୍କର ଭିସା ଅବଧି ୨୦୨୪ରେ ଶେଷ ହୋଇଥିଲା । ଏହାପରେ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ନିମନ୍ତେ ଏଗଜିଟ୍‌ ଭିସା ପାଇଁ କମିଶନରେଟ୍‌ ପୁଲିସ ନିକଟରେ ଆବେଦନ କରିଥିଲେ କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୁଲିସ ନୋଟିସ୍‌ ହୋଇଛି ।

ଆହୁରି ପଢ଼ନ୍ତୁ: ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଖରେ ଦୁଇ ରାଜ୍ୟର ଦୁଇଟି ଭୋଟର କାଡର଼୍ ଆସିଲା କେମିତି: ବିଜେଡି

ସୂଚନାଯୋଗ୍ୟ ପହଲଗାମ ଆକ୍ରମଣ ପରେ ଭାରତରେ ବସବାସ କରୁଥିବା ପାକିସ୍ତାନୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି, ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି। ପହଲଗାମ୍‌ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରୁଛନ୍ତି ଓ ତଟରକ୍ଷୀ ବାହିନୀ ପୂରା ତତ୍ପର ଅଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଂଲା ଅନୁପ୍ରବେଶକାରୀମାନେ ଓଡ଼ିଶା ପାଇଁ ଅଧିକ ବିପଦ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସମୁଦ୍ରପଥ ଦେଇ ଓଡ଼ିଶାରେ ପ୍ରବେଶ କରୁଛନ୍ତି ଓ ଆତଙ୍କବାଦୀଙ୍କ ସ୍ଲିପର ସେଲ୍‌ ପରି କାମ କରୁଛନ୍ତି। ଗାଡ଼ିଚାଳକ, ଅନ୍‌ଲାଇନ୍‌ ଡେଲିଭରୀ ବୟ, ନିର୍ମାଣ ଶ୍ରମିକ କାମରେ ନିଜକୁ ନିୟୋଜିତ କରୁଛନ୍ତି। ଏ ସଂକ୍ରାନ୍ତରେ ସୂଚନା ପୁଲିସ ନିକଟରେ ପହଞ୍ଚିଛି। ଡିଜିପି ୱାଇ.ବି ଖୁରାନିଆ କହିଛନ୍ତି ଯେ ଏବେ ଓଡ଼ିଶାରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ବିଦା କରାଯାଉଛି। ଆହୁରି ମଧ୍ୟ ସମୁଦ୍ର ତଟବର୍ତ୍ତୀର୍ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛି। ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡ଼ିଜି କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଆୟୁଷ୍ମାନ କାର୍ଡ ଗ୍ରହଣ କଲାନି ଛତିଶଗଡ଼ ଡାକ୍ତରଖାନା, ମୃତ୍ୟୁ ସହ ଲଢୁଛନ୍ତି ବରଗଡ଼ର କର୍କଟ ଆକ୍ରାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର