ଅନଲାଇନରେ ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ: କେନିଆ ନାଗରିକ ଗିରଫ

Madhusudan Das Picture
Published On

ପୁରୀ: ପୁରୀରେ ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଜଣେ କେନିଆ ନାଗରିକକୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଅନଲାଇନ ମାଧ୍ୟମରେ ନାବାଳିକାକୁ ପ୍ରଲୋଭିତ କରି ଭୁବନେଶ୍ୱରରୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମ ମହମ୍ମଦ ଫୈଜ ଏବଂ ସେ ପୂର୍ବ ଆଫ୍ରିକାର କେନିଆର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଜାଗମରା ଅଞ୍ଚଳର ଏକ ହୋଟେଲରୁ ଗିରଫ କରାଯାଇଛି। 

ଆହୁରି ପଢ଼ନ୍ତୁ: ବଦଳିଲା ବାତ୍ୟା 'ଅକୱାନ'ର ଗତିପଥ ! ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ଅନଲାଇନରେ ନାବାଳିକାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ତାଙ୍କୁ ଅପହରଣ କରିଥିଲେ। ଏହାପରେ ସେ ନାବାଳିକାଙ୍କ ପରିବାର ଠାରୁ ୧ ଲକ୍ଷ ଟଙ୍କା ମୁଣ୍ଡଜାମିନ ମାଗିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ପକ୍ଷରୁ ପୁରୀ ଟାଉନ ଥାନାରେ ଏକ ଏତଲା ଦିଆଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ କେବଳ ଅପହରଣ କରାଯାଇନାହିଁ ବରଂ ତାଙ୍କ ସହ ଦୁଷ୍କର୍ମ ମଧ୍ୟ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରି ମୋବାଇଲ ଟ୍ରାକିଂ ଜରିଆରେ ଅଭିଯୁକ୍ତଙ୍କୁ ହୋଟେଲରୁ କାବୁ କରିଛି। ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିରୁ ଷଡ଼ଯନ୍ତ୍ର: ମଙ୍ଗଳସୂତ୍ର ବନ୍ଧକ ରଖି ବନ୍ଧୁକ କିଣିଲେ ପତ୍ନୀ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ କଲେ ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର