ପୁଲିସ ଏସଆଇଙ୍କ ରହସ୍ୟଜନକ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତଦେହ

Madhusudan Das Picture
Published On

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ଜଣେ ପୁଲିସ ସବ-ଇନ୍ସପେକ୍ଟର (ଏସଆଇ)ଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ମୃତ ଅଧିକାରୀଙ୍କ ନାମ ବାପୁଜୀ ମଲ୍ଲିକ (୫୮) ବୋଲି ଜଣାପଡିଛି। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଦ୍ଧପୁର ଗ୍ରାମରେ। ଚଳିତ ମାସ ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ଏହା ଦ୍ୱିତୀୟ ପୁଲିସ ଅଧିକାରୀଙ୍କ ମୃତ୍ୟୁ ମାମଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ଓ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'କୁ ନେଇ ବଡ଼ ଅପଡେଟ୍: ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରି ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା !

ସୂଚନା ଅନୁଯାୟୀ, ବାପୁଜୀ ମଲ୍ଲିକ ପ୍ରତିଦିନ ଭଳି ମଙ୍ଗଳବାର ସକାଳେ ମର୍ଣ୍ଣିଂ ୱାକ୍‌ରୁ ଫେରିବା ପରେ ଦୈନିକ ରୋଲ୍ କଲ୍‌ରେ ଯୋଗ ଦେଇଥାନ୍ତି। ମାତ୍ର ଆଜି ସେ ରୋଲ୍ କଲ୍ ସମୟରେ ଉପସ୍ଥିତ ନଥିବାରୁ ପୁଲିସ କର୍ମଚାରୀମାନେ ତାଙ୍କ ସରକାରୀ ବାସଭବନକୁ ଖୋଜିବାକୁ ଯାଇଥିଲେ। ସେଠାରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

ଖବର ପାଇ ଗୁଣୁପୁର ଏସଡିପିଓ ବାବୁଲି ନାୟକ ଏବଂ ପୁଟାସିଂ ଥାନା ଆଇଆଇସି ବିନ୍ଦୁଲତା ନାୟକ ଡାକ୍ତରଖାନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାପୁଜୀ ମଲ୍ଲିକ ପୂର୍ବରୁ ଗୁଣୁପୁରରେ କୋର୍ଟ ଏସଆଇ ଭାବେ କାର୍ଯ୍ୟ କରିଥିଲେ ଏବଂ ମାତ୍ର କିଛି ମାସ ତଳେ ତାଙ୍କର ପୁଟାସିଂ ଥାନାକୁ ବଦଳି ହୋଇଥିଲା। ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ଏବଂ ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ହସ୍ତାନ୍ତର କରାଯିବ।

ଆହୁରି ପଢ଼ନ୍ତୁ: BW Legal World: ବିଡ଼ବ୍ଲ୍ୟୁ ଲିଗାଲ ୱାର୍ଲଡର ପ୍ରଭାବଶାଳୀ ମହିଳା ଓକିଲ ତାଲିକାରେ ଓଡିଆ ଝିଅ ରାଜଦୀପା

ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୭ ତାରିଖରେ ଅମ୍ବାଦଳା ଥାନାର ଏସଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମାସକ ମଧ୍ୟରେ ଦୁଇଜଣ ପୁଲିସ ଅଧିକାରୀଙ୍କ ମୃତ୍ୟୁକୁ ନେଇ ବିଭାଗୀୟ କାର୍ଯ୍ୟର ଚାପ କିମ୍ବା ଅନ୍ୟ କୌଣସି ପାରିପାର୍ଶ୍ୱିକ କାରଣ ରହିଛି କି ନାହିଁ, ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର