ରାଜସ୍ଥାନରେ ବିଜେପିର ବଡ଼ ପରାଜୟ ପରେ ବିଜେଡିର କଟାକ୍ଷ: ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ବି ସମଦଶା ଭୋଗିବ ବିଜେପି

Madhusudan Das Picture
Published On

ଭୁବନେଶ୍ୱର: ନିକଟରେ ରାଜସ୍ଥାନରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ ସୂଚାଉଛି ଯେ, ତୃଣମୂଳ ସ୍ତରରେ ବିଜେପି ଦୁର୍ବଳ ହେଉଛି। ବିଜେପିର ଗଡ଼ କୁହାଯାଉଥିବା ଅନେକ ଅଞ୍ଚଳରେ ବିଜେପି ପରାଜୟର ସମ୍ମୁଖୀନ ହୋଇଛି। ବିଜେପି ସରକାର ପ୍ରତି ଜନଅସନ୍ତୋଷ ବୃଦ୍ଧି ପାଉଥିବାର ଏହା ସଙ୍କେତ ବୋଲି ବିଜେଡି କହିଛି। ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ପ୍ରତାପ ଜେନା କହଛନ୍ତି, ମିଛ କହି ଭୋଟ ନେଉଥିବାରୁ ବିଜେପି ପ୍ରତି ଭୋଟର ମୁହଁ ଫେରାଇ ନେଉଛନ୍ତି। ତେଣୁ ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଆଗକୁ ହେବାକୁ ଥିବା ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ସମଦଶା ଭୋଗିବ ବୋଲି ଶ୍ରୀ ଜେନା କହିଛନ୍ତି। 

ଆହୁରି ପଢ଼ନ୍ତୁ: ବିଧାନସଭାରେ ୨୪, ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ, 'ସୁଭଦ୍ରା' ଯୋଜନା ଲାଗି ୫୫୦ କୋଟି

ଏହି ଜନାଦେଶ ବିଜେପି ପାଇଁ ଏକ ବଡ଼ ରାଜନୈତିକ ଧକ୍କା ସଦୃଶ୍ୟ। ବିଜେପିର ବହୁ ତୁଙ୍ଗ ନେତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଦଳ ପରାଜୟର ସମ୍ମୁଖୀନ ହୋଇଛି। ରାଜସ୍ଥାନରେ ଏଭଳି ନିର୍ବାଚନୀ ଫଳାଫଳ ଦେଖି ଓଡ଼ିଶାର ବିଜେପି ସରକାର ମଧ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବିଳମ୍ୱ କରିବାକୁ ଉଦ୍ୟମ କରିପାରନ୍ତି। ପଞ୍ଚାୟତ ନିର୍ବାଚନ ଗଣତନ୍ତ୍ରର ମୂଳଦୁଆ। ଏହାକୁ କୌଣସି ପରିସ୍ଥିତିରେ ବିଳମ୍ୱ କରାଯିବା ଉଚିତ ନୁହେଁ। ଗ୍ରାମାଞ୍ଚଳର ବିକାଶ ପାଇଁ ଆବଶ୍ୟକ ଆର୍ଥିକ ସମ୍ୱଳ ଯୋଗାଇବାରେ ବିଜେପି ସରକାର ବିଫଳ ହୋଇଛି। ନିର୍ବାଚିତ ପ୍ରତିନିଧିମାନେ ଗ୍ରାମାଞ୍ଚଳର ବିକାଶ ପାଇଁ ବାରମ୍ୱାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇବାକୁ ଦାବି କରୁଥିବା ସତ୍ତ୍ୱ, ରାଜ୍ୟ ସରକାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଅର୍ଥ ଯୋଗାଇ ଦେଉନାହାନ୍ତି। ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

 ଶ୍ରୀ ଜେନା ଆହୁରି କହିଥିଲେ ଯେ ଓଡ଼ିଶା ବାରମ୍ୱାର ବାତ୍ୟା, ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ଉଦ୍‌ବେଗଗଜନକ ଭାବେ ଦରଦାମ୍‌ ବୃଦ୍ଧି ପାଉଥିବାରୁ ସାଧାରଣ ଖାଉଟିଙ୍କ ଉପରେ ଆର୍ଥିକ ବୋଝ ପଡୁଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ସୁଦୃଢ଼ କରନ୍ତୁ। ଗ୍ରାମାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ସଫଳ ରୂପାୟନ ପାଇଁ ପର୍ଯ୍ୟାପ୍ତ ଅର୍ଥ, ପ୍ରଶାସନିକ ସହଯୋଗ ଏବଂ ସରକାରୀ ଯୋଜନାର ସଠିକ୍‌ କାର୍ଯ୍ୟକାରିତା ସୁନିଶ୍ଚିତ କରନ୍ତୁ। ବିଜେପି ସରକାର ତୁରନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଠିକ୍‌ ସମୟରେ କରନ୍ତୁ। ଯାହାଦ୍ୱାରା ତୃଣମୂଳ ସ୍ତରରେ ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ୀକରଣ ହୋଇପାରିବ ବୋଲି ଶ୍ରୀ ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା 'ଅକୱାନ': ଘଣ୍ଟାପ୍ରତି ୮୦ କିମି ବେଗରେ ବହୁଛି ପବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର