ଓଡ଼ିଶା-ଆନ୍ଧ୍ର ସୀମାରେ ଟ୍ରେନ ଦୁର୍ଘଟଣା: ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା

The Sakala Picture
Published On

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ଯୋଗୁ ୩୯ ଟି ଟ୍ରେନ୍‌କୁ ବାତିଲ ବାତିଲ କରିଛି ରେଳ ବିଭାଗ। ଏଥିସହ ୨୨ଟିର ରୁଟ୍‌ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି। ଦୁର୍ଘଟଣାରେ ୧୩ […]

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ଯୋଗୁ ୩୯ ଟି ଟ୍ରେନ୍‌କୁ ବାତିଲ ବାତିଲ କରିଛି ରେଳ ବିଭାଗ। ଏଥିସହ ୨୨ଟିର ରୁଟ୍‌ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି। ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଥିବା ଜଣାପଡ଼ିଛି। ଚିହ୍ନଟ ୧୨ ଜଣଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ଜଣଙ୍କ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏଥିସହ ଲୋକୋ ପାଇଲଟ ଏସ୍‌ଏମ୍‌ଏସ୍ ରାଓ ଓ ଗାର୍ଡ ଏମ. ଶ୍ରୀନିବାସଙ୍କ ମୃତ ଘଟିଥିବା ଜଣାପଡ଼ିଛି। ଏ ନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ଆହତଙ୍କ ମଧ୍ୟରୁ ୨୯ ଜଣ ଚିକିତ୍ସାଧିନ ଥିବା ବେଳେ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଆହତଙ୍କ ଆଶୁ ଆରୋଗ୍ୟକାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ପିଏମ୍‌ଏନ୍‌ଆର୍‌ଏଫ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି। ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଅନ୍ୟପକ୍ଷରେ ରେଳମନ୍ତ୍ରୀ ବୈଷ୍ଣବ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହିତ କଥା ହେବାସହ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ, ଗୁରୁତର ଆହତଙ୍କ ଲାଗି ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ସେହିପରି ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ଯାତ୍ରୀଙ୍କ ସମ୍ପର୍କୀୟଙ୍କ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ପ୍ରତ୍ୟେକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ସେ ରାଜ୍ୟର ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଅନ୍ୟ ରାଜ୍ୟରୁ ମୃତକଙ୍କ ପରିବାର ପାଇଁ ସେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବାବେଳେ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଭିଜୟାନଗରମ ଜିଲ୍ଲାର କାନ୍ତକପାଲ୍ଲୀରେ ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ଯାତ୍ରୀଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସେ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ଏସଆରସି ଏବଂ ରାୟଗଡ଼ା ଓ କୋରାପୁଟର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ରାୟଗଡ଼ା (୦୮୫୦୪) ଆସୁଥିବା ପାସେଞ୍ଜର ଟ୍ରେନ୍‌ ସିଗ୍‌ନାଲ ନ ପାଇବାରୁ ଆଲ୍‌ମଣ୍ଡା ନିକଟରେ ଅଟକି ରହିଥିଲା। ଏହି ରୁଟ୍‌ରେ ପଲାସାରୁ ବିଶାଖାପାଟଣା (୦୮୫୩୨) ଆସୁଥିବା ଅନ୍ୟ ଏକ ପାସେଞ୍ଜର ଟ୍ରେନ୍‌ (୦୮୫୦୪)କୁ ଧକ୍କା ଦେଇଥିଲା। ଏଥିଯୋଗୁଁ ତିନୋଟି ବଗି ଲାଇନଚ୍ୟୁତ୍‌ ହୋଇ ଯାଇଥିଲା। ଏହି ସମୟରେ ମୁଖ୍ୟ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ପାସେଞ୍ଜର ଟ୍ରେନ୍‌ର ବଗି ଉପରେ ଚଢ଼ି ଯାଇଥିଲା। ମାନବିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ପୂର୍ବତଟ ରେଲବାଇ (ଇସିଓଆର) ପକ୍ଷରୁ କୁହାଯାଇଛି। ଲୋକ ପାଇଲଟ ସିଗ୍‌ନାଲକୁ ଲକ୍ଷ୍ୟ କରି ନ ଥିଲେ। ରେଳ ମନ୍ତ୍ରାଳୟର ୱାର୍‌ ରୁମ୍‌ ଘଟଣା ଉପରେ ନଜର ରଖିଛି ବୋଲି କୁହାଯାଇଛି।

30 Oct 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର