ରାଜ୍ୟରେ ଆରମ୍ଭ ହେଉଛି ଶୀତର ଲହର: ୧୪ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା, ଆଗକୁ ଆହୁରି କମିବ ତାପମାତ୍ରା
ଭୁବନେଶ୍ୱର: ଓଡ଼ିଶାରେ ଶୀତର ଲହରି ଜାରି ରହିଛି। ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ରେକର୍ଡ କରାଯାଇଛି। ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୪°C ରହିଥିବା ବେଳେ ସମଗ୍ର ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇଛି।
ଆହୁରି ପଢ଼ନ୍ତୁ: ୭୦ କୋଟି ଟଙ୍କା ଠକେଇ ଅଭିଯୋଗ: ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବନ୍ଧାଣୀଙ୍କ ବାସଭବନରେ ଇଡି ଚଢ଼ାଉ
ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ, ଭବାନୀପାଟଣା ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୫°C ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ଏବଂ ନବରଙ୍ଗପୁରରେ ପାରଦ ୧୬°C ରହିଛି। ପାର୍ବତ୍ୟ ଅଞ୍ଚଳ ଦାରିଙ୍ଗବାଡ଼ିରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୫°C ରେକର୍ଡ ହୋଇଛି।
ରାଜ୍ୟରେ ଶୀତର ପ୍ରକୋପ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଦିନ ଏବଂ ରାତିର ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଏହା ସହିତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ କାକର ଓ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି।






