ମନୋରଞ୍ଜନ
କୃଷ୍ଣପ୍ରସାଦରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
କୃଷ୍ଣପ୍ରସାଦ: ପୁରୀଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ତହସିଲ ପଡିଆ ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଦୀପ ପ୍ରଜ୍ଵଳନ କରି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଉଦଘାଟନ କରିଥିଲେ। ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ କୁମାରୀ ଦୌପଦି ମାଝି, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିସ୍ଥା ଅଧିକାରୀ ଡା. ସତ୍ୟବ୍ରତ ଦାସ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିସ୍ଥା ଅଧିକାରି ଡା. ରାଜେଶ ପାଣିଗ୍ରାହି, ସହକାରି ମତ୍ସ୍ୟ ଅଧିକାରି ଅନ୍ୱେଷା ବେହେରା, ଭ୍ରାମ୍ୟମାଣ ପ୍ରାଣି ଚିକିତ୍ସା ଅଧିକାରୀ ବ୍ରହ୍ମଗିରୀ ଡା.ରୂପେଲିକା ମହାପାତ୍ର, ଭାରପ୍ରାପ୍ତ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଦତ୍ତା ପଟ୍ଟନାୟକ, ସହକାରୀ ମତ୍ସ୍ୟ ଅଧିକାରୀ କୃଷ୍ଣପ୍ରସାଦ ରଂଜିତ କୁମାର ରାଉତ୍ତ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ କୃଷ୍ଣପ୍ରସାଦ ଡା. ଗୁରୁପ୍ରସନ୍ନ ସାହୁ ଏହି ମେଳା ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଇଛନ୍ତି ।
ସହଜ ଉପାୟରେ ଅଳ୍ପ ଖର୍ଚ୍ଚ ରେ, ସରକାରୀ ପ୍ରୋତ୍ସାହନ ରେ କିଭଳି ଉର୍ନ୍ନତ ଧରଣ ର ଚାଷ କରାଯିବ ଚାଷୀ ମାନଙ୍କୁ ମେଳା ମାଧ୍ୟମ ରେ ସଚେତନ କରାଯାଉଛି। ମେଳାରେ ଚିଲିକା ମଇଁଷି କ୍ଷୀର, ଦହି, ଛେନା ଆଦି ସାମଗ୍ରୀ ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଦେଖାଇଥିଲେ। ଏହିସବୁ ସୁସ୍ୱାଦୁ ଖାଦ୍ୟ କୁ ଷ୍ଟଲ ବୁଲିବାକୁ ଆସିଥିବା ବ୍ୟକ୍ତି ମାନେ ଖାଇ ଥିଲେ। ସେହିଭଳି ଚିଲିକା ରେ ମାଛ, ଚିଙ୍ଗୁଡ଼ି, କଙ୍କଡା ଚାଷ ର ପଦ୍ଧତି ଏକ୍ରିକ ପ୍ରକଳ୍ପ ହମାରା ବଚପନ ଟ୍ରଷ୍ଟ ପକ୍ଷରୁ ପଦର୍ଶନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଅଧିକାରି ଡା. ମନୋଜ କୁମାର ପାଣି ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ।
ସଭାରେ ବିଭିନ୍ନ ସଫଳ ଚାଷୀଙ୍କୁ ସରକାରୀ ସହାୟତା ରାଶି ର ଚେକ ହିତାଧିକାରୀ ଙ୍କୁ ବିଧାୟିକା ବଣ୍ଟନ କରିଥିଲେ। ସଭାରେ କୃଷ୍ଣପ୍ରସାଦ ବିଡ଼ିଓ ବିକାଶ କୁମାର ସେଠୀ , ତହସିଲଦାର ସହଦେଵ ସାହୁ, କୃଷ୍ଣପ୍ରସାଦ ଥାନା ଆଇଆଇସି ଜୟନ୍ତ କୁମାର ସେଠୀ, ବ୍ଳକ ଅଧ୍ୟକ୍ଷା ସରୋଜିନୀ ତରେଇ,ଚିଲିକା ନୂଆପଡା ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ମହାରଣା, ସାତପଡ଼ା ମଣ୍ଡଳ ବିଜେପି ସଭାପତି ପ୍ରଦୀପ କୁମାର ବେହେରା, ଅଜୟ କୁମାର ବିଶ୍ୱାଳ, ଅରୁଣ ଜେନା ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଲୋକ ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଚିଲିକା ମଇଁଷି କ୍ଷୀର ର ଔଷଧୀୟ ଗୁଣ ଥିବାରୁ ତାର ଚାହିଦା ଥିବା ବେଳେ ଦୁର୍ଦିନ ରେ ମଇଁଷି ପାଳନ ହେଉଛି ତାର ସୁରକ୍ଷା ପାଇଁ ସରକାର ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଥିଲେ। ଏହି ଅବସରରେ ବିଧାୟିକା ଦ୍ୱାରା ତହସିଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






