କେନ୍ଦୁଝରରେ ସାନ୍ତାଳ ସମ୍ପ୍ରଦାୟର ପୂଜାସ୍ଥଳୀ ଉପରେ ଆକ୍ରମଣ ଘଟଣା: ବସନ୍ତପୁରା ଗ୍ରାମ ପରିଦର୍ଶନ କରି ସାନ୍ତାଳ ସମ୍ପ୍ରଦାୟ ସହ ଆଲୋଚନା କଲା ବିଜେଡି ପ୍ରତିନିଧି ଦଳ

ସାନ୍ତାଳ ସମ୍ପ୍ରଦାୟର ପୂଜାସ୍ଥଳୀ ଉପରେ ଆକ୍ରମଣ ନିନ୍ଦନୀୟ

Madhusudan Das Picture
Published On

ଭୁବନେଶ୍ୱର: ଗତ ଅଢେଇ ବର୍ଷର ବିଜେପି ସରକାରରେ ଓଡ଼ିଶାର ଆଦିବାସୀ ମାନେ ଅସୁରକ୍ଷିତ ହୋଇପଡିବା ସହ ବାରମ୍ବାର ନିର୍ଯାତନାର ଶିକାର ହେଉଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ଆଦିବାସୀ ହୋଇଥିବା ବେଳେ ତାଙ୍କ ଜିଲ୍ଲା କେନ୍ଦୁଝରରେ ସାନ୍ତାଳ ସମ୍ପ୍ରଦାୟର ପୂଜାସ୍ଥଳୀ ଉପରେ ଆକ୍ରମଣ ନିନ୍ଦନୀୟ । ଏହି ଘଟଣାକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ୍ର ସଭାପତି ଶ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଆଜି କେନ୍ଦୁଝର ଜିଲ୍ଲାର ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବସନ୍ତପୁରା ଗ୍ରାମ ପରିଦର୍ଶନ କରିଥିଲା । ରାଜନୈତିକ ଉଦେ୍ଦଶ୍ୟ ରଖି ବଜରଙ୍ଗ ଦଳ ସହ ସମ୍ପୃକ୍ତ ବ୍ୟକ୍ତି ମାନେ ସାନ୍ତାଳ ସମ୍ପ୍ରଦାୟର ପୂଜାସ୍ଥଳୀରେ ଆଦିବାସୀଙ୍କ ଉପରେ କରିଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଘଟଣା ସମ୍ପର୍କରେ ସାନ୍ତାଳ ସମ୍ପ୍ରଦାୟର ଲୋକମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲା ପ୍ରତିନିଧି ଦଳ ।

ଆହୁରି ପଢ଼ନ୍ତୁ: ଭଞ୍ଜପୁର ପୋଲିସକୁ ବଡ଼ ସଫଳତା; କାର୍ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଓ ନଗଦ ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ଉଲ୍ଲେଖଯୋଗ୍ୟ ଯେ, ଗତ ୨୩ ଅକ୍ଟୋବର ୨୦୨୬ ତାରିଖରେ ସାନ୍ତାଳ ସମ୍ପ୍ରଦାୟର ପବିତ୍ର ପୂଜାସ୍ଥଳୀ ଜାହେର ଥାନ୍ (ଜାହେରା) ଠାରେ ବଜରଙ୍ଗ ଦଳର କିଛି ବ୍ୟକ୍ତି ମାନେ ପବିତ୍ର ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ପୂଜାସ୍ଥଳୀରେ ଉପସ୍ଥିତ ଥିବା ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ବୃଦ୍ଧବୃଦ୍ଧା ଓ ଅନେକ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଘଟଣାରେ ପ୍ରତିନିଧି ଦଳ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଆଦିବାସୀ ସମ୍ପ୍ରଦାୟଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ମାନଙ୍କ ଉପରେ ଆକ୍ରମଣ ଦର୍ଶାଉଛି ଯେ, ଓଡ଼ିଶାରେ ଆଦିବାସୀ ସମାଜ କେତେ ଅସୁରକ୍ଷିତ । ସାନ୍ତାଳ ସମ୍ପ୍ରଦାୟର ଆଦିବାସୀ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଆଦିବାସୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ ରାଜ୍ୟ ସରକାର । ଏହି ଗସ୍ତ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ପ୍ରତିନିଧି ଦଳ ।

ଆହୁରି ପଢ଼ନ୍ତୁ: ଆବାସିକ ବିଦ୍ୟାଳୟରେ ଛାତ୍ରୀ ପ୍ରସବ ଘଟଣାରେ ନୂଆ ମୋଡ଼: 'ଛୁଆ ମୋର ନୁହେଁ', ଗର୍ଭପାତ ବଟିକା ଦେଇଥିବା ଯୁବକଙ୍କ ଚାଞ୍ଚଲ୍ୟକର ବୟାନ

ବିଜେଡିର ଏହି ପ୍ରତିନିଧି ଦଳରେ ଶ୍ରୀ ସାନନ୍ଦ ମାରାଣ୍ଡି, ଶ୍ରୀ ଧନୁର୍ଜୟ ସିଦ୍ଧୁ, ଶ୍ରୀ ମାଧବ ସର୍ଦ୍ଦାର, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଶ୍ରୀ ଦେବାଶିଷ ମାରାଣ୍ଡି, ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, ଶ୍ରୀମତୀ ସାଗରିକା ସାହୁ, ଶ୍ରୀ ସୋମନାଥ ଦାସ, ଶ୍ରୀ ଶ୍ରୀନାଥ ସୋରେନ୍, ଶ୍ରୀମତୀ ଭାରତୀ ହାଁସଦା, ଶ୍ରୀ ଜଗନ୍ନାଥ ନାଏକ, ଶ୍ରୀମତୀ ମୀନା ମାଝୀ, ଶ୍ରୀ ଗଙ୍ଗାଧର ହେମ୍ୱ୍ରମ, ଶ୍ରୀ ଚକ୍ରଧର ହେମ୍ୱ୍ରମ, ଶ୍ରୀମତୀ ମାଇନା ସୋରେନ୍ ପ୍ରମୁଖ ସାମିଲ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ବିଜୟ କୁମାର ଦାସ, ଶ୍ରୀ କୃଷ୍ଣଚନ୍ଦ୍ର ରାଉତ, ଶ୍ରୀ ଅକ୍ଷୟ ଜେନା, ଶ୍ରୀ ନିର୍ମଳ ରାଉତ, ଶ୍ରୀ ପଞ୍ଚାନନ ସାହୁ, ଶ୍ରୀ ଅମରେନ୍ଦ୍ର ଧଳ, ଶ୍ରୀ ନରେନ୍ଦ୍ର ହାଁସଦା, ଶ୍ରୀମତୀ ଧାନୀ କିସ୍କୁ, ଶ୍ରୀମତୀ ମିନାକ୍ଷୀ ସୋରେନ, ଶ୍ରୀ ରାଧେକୃଷ୍ଣ ହାଁସଦା, ଶ୍ରୀ ରାହୁଲ ହେମ୍ୱ୍ରମ, ଶ୍ରୀ ରାମ ହେମ୍ୱ୍ରମ, ଶ୍ରୀ ଦେଶ ମାଝୀ, ଶ୍ରୀ ଶିବ ମାରାଣ୍ଡି, ଶ୍ରୀ ଇପିଲ ଚାନ୍ଦ ହାଁସଦାଙ୍କ ସମେତ ସ୍ଥାନୀୟ ନେତୃବର୍ଗ ଉପସ୍ଥିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର